ସ୍ୱର୍ଗଦ୍ୱାର ଜମି ଜବରଦଖଲ ମାମଲା: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ପୁରୀ ଜିଲ୍ଲାପାଳ ଚିଠି

<p>ପୁରୀ (ଓଡ଼ିଶା ରିପୋର୍ଟର): ସ୍ୱର୍ଗଦ୍ୱାର ଜମି ଜବରଦଖଲ ମାମଲାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ପୁରୀ ଜିଲ୍ଲାପାଳ ଚିଠି ଲେଖିଛନ୍ତି। କିଭଳି ଆଇନ ଅନୁସାରେ ଗୋବର୍ନ୍ଧନ ପୀଠକୁ ଜମି ଫେରିଆସିବ, ସେନେଇ ପଦକ୍ଷେପ ନେବା ଲାଗି ଚିଠିରେ ଉଲ୍ଲେଖ କରିଛନ୍ତି ଜିଲ୍ଲାପାଳ।&nbsp; ଶ୍ରୀମନ୍ଦିର ପ୍ରଶାସନର ପରିଚାଳନା କମିଟିରେ ସ୍ୱର୍ଗଦ୍ୱାର ଜମି ନେଇ ତଜର୍ମା କରାଯାଇ ସ୍ୱୀକୃତି ପାଇବା ପରେ ଗୋବର୍ଦ୍ଧନ ପୀଠକୁ ଜମି ହସ୍ତାନ୍ତର କରାଯାଇପାରିବ ବୋଲି&nbsp; ଜିଲ୍ଲାପାଳ କହିଛନ୍ତି।</p> <p>ଅନ୍ୟପକ୍ଷରେ କିଭଳି ଗୋବର୍ଦ୍ଧନ ପୀଠର ଜମି ଅଧିଗ୍ରହଣ କରାଗଲା ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଜଗତଗୁରୁ। ଏହା ସଂପୂର୍ଣ୍ଣ ଅବୈଧ। ତେଣୁ ଅଧିଗ୍ରହଣ କରାଯାଇଥିବା ଜମିକୁ ଉଦାରତା ସହ ଗୋବର୍ନ୍ଧନ ପୀଠକୁ&nbsp; ହସ୍ତାନ୍ତର ପାଇଁ ଜଗତଗୁରୁ ଶଙ୍କରାଚାର୍ଯ୍ୟ କହିଛନ୍ତି।&nbsp; ଶଙ୍କରାଚାର୍ଯ୍ୟଙ୍କ ଗୋବର୍ଦ୍ଧନପୀଠର&nbsp; ୫ ଏକର ୬୦ ଡେସିମିଲ ଜମି ଓଇଏ କମ୍ କଲେକ୍ଟରଙ୍କ ନିର୍ଦ୍ଦେଶରେ ଶ୍ରୀଜଗନ୍ନାଥ ମନ୍ଦିର ଖାତାକୁ ଚାଲିଯାଇଥିବାରୁ ବିବାଦୀୟ ସ୍ଥିତି ସୃଷ୍ଟି ହୋଇଥିଲା। ଏହି ଜମି ଉପରେ ଗୋବର୍ନ୍ଧନ ମଠର ବିଜେ ସ୍ଥଳୀ, ଗୋଶାଳା, ବିମଳା ମନ୍ଦିର ଓ ସମାଧୀ ରହିଥିବାରୁ ଏହି ଜମିକୁ&nbsp; ଫେରି ପାଇବା ପାଇଁ ଗୋବର୍ନ୍ଧନ ପୀଠ ପକ୍ଷରୁ ସରକାରଙ୍କ ନିକଟରେ ଦାଦି କରାଯାଇଥିଲା।</p>

Ordigital Desk
  • Published: Tuesday, 31 October 2017
  • Updated: 31 October 2017, 09:29 PM IST

Sports

Latest News

<p>ପୁରୀ (ଓଡ଼ିଶା ରିପୋର୍ଟର): ସ୍ୱର୍ଗଦ୍ୱାର ଜମି ଜବରଦଖଲ ମାମଲାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ପୁରୀ ଜିଲ୍ଲାପାଳ ଚିଠି ଲେଖିଛନ୍ତି। କିଭଳି ଆଇନ ଅନୁସାରେ ଗୋବର୍ନ୍ଧନ ପୀଠକୁ ଜମି ଫେରିଆସିବ, ସେନେଇ ପଦକ୍ଷେପ ନେବା ଲାଗି ଚିଠିରେ ଉଲ୍ଲେଖ କରିଛନ୍ତି ଜିଲ୍ଲାପାଳ।&nbsp; ଶ୍ରୀମନ୍ଦିର ପ୍ରଶାସନର ପରିଚାଳନା କମିଟିରେ ସ୍ୱର୍ଗଦ୍ୱାର ଜମି ନେଇ ତଜର୍ମା କରାଯାଇ ସ୍ୱୀକୃତି ପାଇବା ପରେ ଗୋବର୍ଦ୍ଧନ ପୀଠକୁ ଜମି ହସ୍ତାନ୍ତର କରାଯାଇପାରିବ ବୋଲି&nbsp; ଜିଲ୍ଲାପାଳ କହିଛନ୍ତି।</p><p>ଅନ୍ୟପକ୍ଷରେ କିଭଳି ଗୋବର୍ଦ୍ଧନ ପୀଠର ଜମି ଅଧିଗ୍ରହଣ କରାଗଲା ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଜଗତଗୁରୁ। ଏହା ସଂପୂର୍ଣ୍ଣ ଅବୈଧ। ତେଣୁ ଅଧିଗ୍ରହଣ କରାଯାଇଥିବା ଜମିକୁ ଉଦାରତା ସହ ଗୋବର୍ନ୍ଧନ ପୀଠକୁ&nbsp; ହସ୍ତାନ୍ତର ପାଇଁ ଜଗତଗୁରୁ ଶଙ୍କରାଚାର୍ଯ୍ୟ କହିଛନ୍ତି।&nbsp; ଶଙ୍କରାଚାର୍ଯ୍ୟଙ୍କ ଗୋବର୍ଦ୍ଧନପୀଠର&nbsp; ୫ ଏକର ୬୦ ଡେସିମିଲ ଜମି ଓଇଏ କମ୍ କଲେକ୍ଟରଙ୍କ ନିର୍ଦ୍ଦେଶରେ ଶ୍ରୀଜଗନ୍ନାଥ ମନ୍ଦିର ଖାତାକୁ ଚାଲିଯାଇଥିବାରୁ ବିବାଦୀୟ ସ୍ଥିତି ସୃଷ୍ଟି ହୋଇଥିଲା। ଏହି ଜମି ଉପରେ ଗୋବର୍ନ୍ଧନ ମଠର ବିଜେ ସ୍ଥଳୀ, ଗୋଶାଳା, ବିମଳା ମନ୍ଦିର ଓ ସମାଧୀ ରହିଥିବାରୁ ଏହି ଜମିକୁ&nbsp; ଫେରି ପାଇବା ପାଇଁ ଗୋବର୍ନ୍ଧନ ପୀଠ ପକ୍ଷରୁ ସରକାରଙ୍କ ନିକଟରେ ଦାଦି କରାଯାଇଥିଲା।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos