ଶବ ବ୍ୟବଚ୍ଛେଦ ପାଇଁ ସୌଦା: ନେଲେ କଙ୍କଡ଼ା, ଚିଙ୍ଗୁଡ଼ି ଓ ଟଙ୍କା

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ପୁଅର ଶବବ୍ୟବଚ୍ଛେଦ ରିପୋର୍ଟ ପାଇଁ ଜଣେ ଅସହାୟ ମାଆକୁ ଦେବାକୁ ପଡ଼ିଛି ଲାଞ୍ଚ। ଏହି ଲାଞ୍ଚ ଏମିତି ସେମିତି ନୁହେଁ। ଟଙ୍କା ସହିତ ଦୁଇ କେଜି ବାଗଦା ଚିଙ୍ଗୁଡ଼ି ଓ ୨ କେଜି କଙ୍କଡ଼ା। ରାଜଧାନୀ ଭୁବନେଶ୍ୱରଠାରୁ ଅଳ୍ପ ଦୂର ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି ଏହି ଘଟଣା। ପୁଣି କିଏ ଲାଞ୍ଚ ନେଇଥିଲେ, ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଡାକ୍ତର କି ଅନ୍ୟ କୌଣସି କର୍ମଚାରୀ ନୁହଁନ୍ତି, ଡାକ୍ତରଖାନାର ସୁଇପର ନେଇଥିଲେ ଲାଞ୍ଚ। ସେ ନିଜେ ଏହି କଥା ସ୍ୱୀକାର କରିଛନ୍ତି। ଏହି ଘଟଣା ଲୋକଲୋଚନକୁ ଆସିବା ପରେ ଜିଲ୍ଲା ମୁଖ୍ୟଚିକିତ୍ସାଧୀକାରୀ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଖୋର୍ଦ୍ଧା ମାନସିଂହପୁର ଗାଁର ଜଣେ ଅସହାୟ ମହିଳା ହେଉଛନ୍ତି କଟକି ବେଓ୍ୱା। ଗତବର୍ଷ ମାର୍ଚ୍ଚ ୯ ତାରିଖରେ କଟକିଙ୍କ ପୁଅ ବଲି ବେହେରାଙ୍କୁ ହତ୍ୟା କରାଯାଇଥିଲା। ମୃତ ପୁଅର ପୋଷ୍ଟମର୍ଟମ ରିପୋର୍ଟ ପାଇବା ପାଇଁ ଡାକ୍ତରଖାନା ଦୌଡ଼ି ଦୌଡ଼ି ନୟାନ୍ତ ହୋଇଯାଇଥିଲେ ସେ। ଶେଷରେ ଉପାୟଶୂନ୍ୟ ହୋଇ ସୁଇପର ଜଗୁକୁ ଦେଇଥିଲେ ଲାଞ୍ଚ। ଲାଞ୍ଚ ବାବଦକୁ କଙ୍କଡ଼ା, ବାଗଦା ଚିଙ୍ଗୁଡି ଓ ୮୦୦୦ ଟଙ୍କା ଦେଇଥିବା ସେ କହିଛନ୍ତି। ଏହା ସତ୍ତ୍ୱେ ଜଗୁର ହୃଦୟ ତରଳି ନଥିଲା। ପୋଷ୍ଟମର୍ଟମ ରିପୋର୍ଟ ଦେବା ପରିବର୍ତ୍ତେ ମାରିବାକୁ ଧମକ ଦେଉଥିବା କଟକି ଅଭିଯୋଗ କରିଛନ୍ତି। ଘଟଣା ପଦାକୁ ଆସିବା ପରେ ଦୁଇ କିଲୋ ଚିଙ୍ଗୁଡ଼ି ଓ ଦୁଇ କିଲୋ କଙ୍କଡ଼ା ନେଇଥିବା ଜଗୁ ସ୍ୱୀକାର କରିଥିଲେ। ମାତ୍ର ଲାଞ୍ଚ ଟଙ୍କା ସମ୍ପର୍କରେ ସ୍ପଷ୍ଟ ଭାବେ କିଛି କହୁନାହାନ୍ତି।

ଅଭିଯୋଗକାରିଣୀ କଟକି ବେଓ୍ୱା କହିଛନ୍ତି-“ପୋଷ୍ଟମର୍ଟମ କରିବା ପାଇଁ ଡାକ୍ତର ଟଙ୍କା ନେବା ବୋଲି ଜଗୁ କହିଥିଲେ। ତାଙ୍କ କଥାରେ ବିଶ୍ୱାସ କରି ଟଙ୍କା ଦେଇଥିଲି। କେତେ ନେହୁରା ହେବା ପରେ କିଛି ସେ ଟଙ୍କା ଫେରାଇଛି। ମାତ୍ର ସବୁ ଟଙ୍କା ମାଗିବାରୁ ସେ ମାରିଦେବାକୁ ଧମକ ଦେଉଛି।”

ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସୁଇପର ଜଗୁ ଦଳେଇ କହିଛନ୍ତି-“ପୋଷ୍ଟମର୍ଟମ ରିପୋର୍ଟ ପାଇଁ ମୋତେ ୨ କେଜି ଚିଙ୍ଗୁଡ଼ି ଓ ୨ କେଜି କଙ୍କଡ଼ା ଦେଇଥିଲେ। ଏବେ ସେ କହୁଛି ୮୦୦୦ ଟଙ୍କା ଫେରାଇବାକୁ। ତା କଥାରେ ରାଜି ହୋଇ ୫୫୦୦ ଟଙ୍କା ଫେରାଇଛି। ଆଜି ତାକୁ ମୁଁ ୨୫୦୦ ଟଙ୍କା ଦେଇଛି।”

ଏହି ଘଟଣା ଲୋକ ଲୋଚନକୁ ଆସିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଯିଏ ଦୋଷୀ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ମୁଖ୍ୟଚିକିତ୍ସାଧୀକାରୀ କରିଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି, କିଏ ସେହି ଡାକ୍ତର? ଯାହାଙ୍କ ଦ୍ୱାରା ସୁଇପର ଜଗୁ ପୋଷ୍ଟମର୍ଟମ ରିପୋର୍ଟ ପାଇଁ ଏସବୁ ଲାଞ୍ଚ ନେଇଥିଲେ। ଖାଲି ଜଗୁ ନା ଏମିତି ଦଲାଲିରେ ମେଡିକାଲର ଆଉ କିଏ ସବୁ ସଂପୃକ୍ତ ? ଏଭଳି କାମରେ ମେଡିକାଲ ଭିତରେ ଏକ ବଡ଼ ରାକେଟ୍ କାମ କରୁଛି କି?।

Ordigital Desk
• Published: Wednesday, 17 January 2018
• Updated: 17 January 2018, 10:13 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos