ସ୍ୱାଇନ୍‌ ଫ୍ଲୁ ନେଲା ଆଉ ଏକ ଜୀବନ

କୋରାପୁଟ: ସ୍ୱାଇନ୍‌ ଫ୍ଲୁ ଧୀରେ ଧୀରେ ରାଜ୍ୟରେ କାୟା ବିସ୍ତାର କରିବାରେ ଲାଗିଛି। ଆଜି ଏସ୍‌ସିବିରେ ଚିକିତ୍ସାଧୀନ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ବର୍ତ୍ତମାନ ସୁଦ୍ଧା ସ୍ୱାଇନ୍‌ ଫ୍ଲୁରେ ରାଜ୍ୟରେ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯୮ ଜଣ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ କୋରାପୁଟରେ ଦୁଇ ଜଣ ଚିହ୍ନ ହୋଇଛନ୍ତି। ଦଶମନ୍ତପୁର ବ୍ଲକ ନିନ୍ଦିଗାଁ ପଞ୍ଚାୟତ ଭେଜିପୁଟ ଗାଁର ମାଣିକ ଖୋସଲା ଓ କଲାରିଗୁଡ଼ା ଗାଁର ଶ୍ରୀୟା ତୁରୁକଙ୍କୁ ଜ୍ୱର ହୋଇଥିଲା। ଔଷଧ ଖାଇଲେ […]

swine-flu-750x430

Rakesh Mallick
  • Published: Saturday, 12 August 2017
  • , Updated: 12 August 2017, 04:48 PM IST

କୋରାପୁଟ: ସ୍ୱାଇନ୍‌ ଫ୍ଲୁ ଧୀରେ ଧୀରେ ରାଜ୍ୟରେ କାୟା ବିସ୍ତାର କରିବାରେ ଲାଗିଛି। ଆଜି ଏସ୍‌ସିବିରେ ଚିକିତ୍ସାଧୀନ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ବର୍ତ୍ତମାନ ସୁଦ୍ଧା ସ୍ୱାଇନ୍‌ ଫ୍ଲୁରେ ରାଜ୍ୟରେ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯୮ ଜଣ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ କୋରାପୁଟରେ ଦୁଇ ଜଣ ଚିହ୍ନ ହୋଇଛନ୍ତି।

ଦଶମନ୍ତପୁର ବ୍ଲକ ନିନ୍ଦିଗାଁ ପଞ୍ଚାୟତ ଭେଜିପୁଟ ଗାଁର ମାଣିକ ଖୋସଲା ଓ କଲାରିଗୁଡ଼ା ଗାଁର ଶ୍ରୀୟା ତୁରୁକଙ୍କୁ ଜ୍ୱର ହୋଇଥିଲା। ଔଷଧ ଖାଇଲେ ମଧ୍ୟ ଜ୍ୱର ଛାଡ଼ୁନଥିଲା। ପରେ ପରିବାର ଲୋକେ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ସେମାନଙ୍କ ରକ୍ତ ନମୂନା ପରୀକ୍ଷା କରିବା ପରେ ସ୍ୱାଇନ୍‌ ଫ୍ଲୁ ହୋଇଥିବା ଜଣାପଡ଼ିଛି।

ଅଧିକ ପଢ଼ନ୍ତୁ: ସ୍ୱାଇନ ଫ୍ଲୁ ନେଲା ଆଉ ୩ ଜୀବନ; ମୃତ୍ୟୁ ସଂଖ୍ୟା ୭ ଛୁଇଁଲା

Related story