୩୦% କମିଲା ସିଲାବସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ପାଇଁ ପ୍ରାୟ ୬ ମାସରୁ ଊର୍ଦ୍ଧ୍ୱ ହେବ ପିଲାମାନେ ସ୍କୁଲ ଯାଇପାରୁ ନ ଥିବା ବେଳେ ପାଠପଢ଼ା ବାଧାପ୍ରାପ୍ତ ହୋଇଛି। ଏପରି ସ୍ଥିତିରେ ଚଳିତ ବର୍ଷ  ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ  ପର୍ଯ୍ୟନ୍ତ ସିଲାବସ୍‌କୁ ୩୦%  ହ୍ରାସ କରାଯାଇଛି। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ୩ଟି କମିଟିର ସୁପାରିସ ଆଧାରରେ ସିଲାବସ୍‌କୁ ହ୍ରାସ କରାଯାଇଛି।  ନୂଆ ସିଲାବସ୍ ବୋର୍ଡ, CHSE, SCERT  ୱେବସାଇଟରେ […]

school

Niharika Rout
  • Published: Wednesday, 26 August 2020
  • , Updated: 26 August 2020, 01:47 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ପାଇଁ ପ୍ରାୟ ୬ ମାସରୁ ଊର୍ଦ୍ଧ୍ୱ ହେବ ପିଲାମାନେ ସ୍କୁଲ ଯାଇପାରୁ ନ ଥିବା ବେଳେ ପାଠପଢ଼ା ବାଧାପ୍ରାପ୍ତ ହୋଇଛି। ଏପରି ସ୍ଥିତିରେ ଚଳିତ ବର୍ଷ  ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ  ପର୍ଯ୍ୟନ୍ତ ସିଲାବସ୍‌କୁ ୩୦%  ହ୍ରାସ କରାଯାଇଛି। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

୩ଟି କମିଟିର ସୁପାରିସ ଆଧାରରେ ସିଲାବସ୍‌କୁ ହ୍ରାସ କରାଯାଇଛି।  ନୂଆ ସିଲାବସ୍ ବୋର୍ଡ, CHSE, SCERT  ୱେବସାଇଟରେ ମିଳିବ ବୋଲି କହିଛନ୍ତି ମନ୍ତ୍ରୀ। SCERT କମିଟି ସୁପାରିଶ ଅୁସାରେ ପ୍ରଥମରୁ ଅଷ୍ଟମ, ବିଏସ୍ଇର ସୁପାରିଶ ଅନୁସାରେ ନବମ ଓ ଦଶମ ଶ୍ରେଣୀ ଏବଂ ସିଏଚ୍ଏସ୍ଇ କମିଟିର ସୁପାରିଶ ଅନୁସାରେ ଯୁକ୍ତ ୨ ସିଲାବସରେ ୩୦ ପ୍ରତିଶତ ହ୍ରାସ କରାଯାଇଛି ।  ହେଲେ ଯୁକ୍ତ ୨ ପାଠ୍ୟକ୍ରମରେ ସେମିତି କିଛି ପରିବର୍ତ୍ତନ ହୋଇନାହିଁ, ଯାହାଫଳରେ ଯୁକ୍ତ ଦୁଇ ପରେ କୌଣସି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପିଲାମାନେ ସମସ୍ୟାରେ ପଡ଼ିବେ ବୋଲି କହିଛନ୍ତି ମନ୍ତ୍ରୀ।

ସୂଚନାଯୋଗ୍ୟ, କରୋନା ଭୟାବହତା ଯୋଗୁ ଦୀର୍ଘ ଦିନ ହେଲା ସ୍କୁଲ, କଲେଜ ବନ୍ଦ ରହିଛି। ଏହା କେବେ ଖୋଲିବ ତାହା ମଧ୍ୟ ଅନିଶ୍ଚିତତା ମଧ୍ୟରେ ରହିଛି। ଏପରି ସ୍ଥିତିରେ ପିଲାଙ୍କ ପାଠପଢ଼ା ଠିକ୍‌ ଭାବେ ହୋଇପାରୁ ନ ଥିବା ବେଳେ ସିଲାବସ୍‌ ହ୍ରାସ ନିମନ୍ତେ ଅଭିଭାବକମାନେ ଦାବି କରି ଆସୁଥିଲେ।ଏ ଦିଗରେ ବିଚାର, ବିମର୍ଶ ପରେ ସିଲାବସ୍‌କୁ ୩୦%   କମାଇ ଦିଆଯାଇଥିବା କହିଛନ୍ତି ମନ୍ତ୍ରୀ।

Related story