ଆଳୁ କଳାବାଜାରୀଙ୍କୁ ବାନ୍ଧ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଳୁ ଦର ବୃଦ୍ଧି ନେଇ ସରକାରଙ୍କୁ ଚିନ୍ତା ଘାରିଛି। ଆଳୁ କଳାବଜାର ରୋକିବାକୁ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଯୋଗାଣ ଅଧିକାରୀଙ୍କୁ ଚିଠି ଲେଖିଛି ଯୋଗାଣ ବିଭାଗ। ଚିଠିରେ ଉଲ୍ଲେଖ ରହିଛି, ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶ ଭଳି ରାଜ୍ୟର ଏବର୍ଷ ଆଳୁ ଉତ୍ପାଦନ କମ୍‌ ରହିଥିବାରୁ ଓଡ଼ିଶାରେ ଦର ବୃଦ୍ଧି ହୋଇଛି। ତେଣୁ କିଛି  ବ୍ୟବସାୟୀ ବଜାରରେ କୃତ୍ରିମ ଅଭାବ ସୃଷ୍ଟି କରିପାରନ୍ତି। ତେଣୁ ଧାର୍ଯ୍ୟ ଠାରୁ ଅଧିକ ଆଳୁ ମହଜୁଦ ରଖିଲେ […]

ye

Rakesh Mallick
  • Published: Wednesday, 09 May 2018
  • , Updated: 09 May 2018, 02:06 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଳୁ ଦର ବୃଦ୍ଧି ନେଇ ସରକାରଙ୍କୁ ଚିନ୍ତା ଘାରିଛି। ଆଳୁ କଳାବଜାର ରୋକିବାକୁ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଯୋଗାଣ ଅଧିକାରୀଙ୍କୁ ଚିଠି ଲେଖିଛି ଯୋଗାଣ ବିଭାଗ। ଚିଠିରେ ଉଲ୍ଲେଖ ରହିଛି, ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶ ଭଳି ରାଜ୍ୟର ଏବର୍ଷ ଆଳୁ ଉତ୍ପାଦନ କମ୍‌ ରହିଥିବାରୁ ଓଡ଼ିଶାରେ ଦର ବୃଦ୍ଧି ହୋଇଛି। ତେଣୁ କିଛି  ବ୍ୟବସାୟୀ ବଜାରରେ କୃତ୍ରିମ ଅଭାବ ସୃଷ୍ଟି କରିପାରନ୍ତି। ତେଣୁ ଧାର୍ଯ୍ୟ ଠାରୁ ଅଧିକ ଆଳୁ ମହଜୁଦ ରଖିଲେ ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଗ୍ରାହକ କିଭଳି ସଠିକ୍ ମୂଲ୍ୟରେ ପାଇପାରିବେ ସେନେଇ ଦୃଷ୍ଟି ଦେବାକୁ କୁହାଯାଇଛି।

ସେହିପରି ଆଳୁ ଉତ୍ପାଦନ ହେଉଥିବା ରାଜ୍ୟରୁ ଯେଭଳି ପରିବହନ ବାଧାପ୍ରାପ୍ତ ନ ହେବ, ସେନେଇ ଦୃଷ୍ଟି ଦେବାକୁ ସୀମାନ୍ତ ଅଞ୍ଚଳ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ରହିଛି।

ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି,“କଟକରେ ପାଇକାରୀ ଆଳୁ ବ୍ୟବସାୟୀମାନେ ୫ଶହ କ୍ୱିଣ୍ଟାଲ ଏବଂ ଭୁବନେଶ୍ୱର ଓ ଅନ୍ୟ ସହରରେ ବ୍ୟବସାୟୀମାନେ ୩୫୦ କ୍ୱିଣ୍ଟାଲ ରଖିବାକୁ ନିର୍ଦ୍ଦେଶ ରହିଛି।”

ନାଫେଡ଼ ମାଧ୍ୟମରେ ଆଳୁ କିଣିବାକୁ ଥତମତ ହୋଇଛନ୍ତି ସରକାର। ନାଫେଡ଼ଠୁ ୧୬ ଟଙ୍କାରେ ଆଳୁ କିଣିଲେ ବ୍ୟବସାୟୀ କେତେ ଟଙ୍କାରେ ବିକିବେ ବୋଲି ସୂର୍ଯ୍ୟପାତ୍ର କହିଛନ୍ତି। ଏଥିସହ ନାଫେଡ଼ ମାଧ୍ୟମରେ କିଣା ଯିବ କି ନାହିଁ ସରକାର ଚିନ୍ତା କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

 

 

 

Related story