ଚମ୍ପଟ ମାରିଲା ବାଳ ଅପରାଧୀ, ଖୋଜୁଛନ୍ତି ସୁଧାର ଗୃହ କର୍ମଚାରୀ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଜୁଭେନାଇ ଜଷ୍ଟିସ୍‌ବୋର୍ଡ଼ ପ୍ରିନ୍ସପାଲ୍‌ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ହାଜର ହୋଇ ଫେରୁଥିବା ବେଳେ ଚମ୍ପଟ ମାରିଲା ବାଳ ଅପରାଧୀ। ଯାହାଙ୍କ ନାଁରେ ରହିଛି ଜଣେ ନାବାଳିକାଙ୍କୁ ଅସଦାଚରଣ ଓ ଆକ୍ରମଣ ପରି ସଙ୍ଗୀନ ମାମଲା। ଏପରି ଅଭିଯୋଗ ରାଉରକେଲାରୁ ଆସିଛି। ରାଉରକେଲା ବାଳ ସୁଧାର ଗୃହର ସୁପରିନ୍‌ଟେଣ୍ଡେଣ୍ଟ୍‌ ଏନେଇ CWC କୁ ଜଣାଇବା ସହିତ ଚମ୍ପଟ ମାରିଥିବା ବାଳ ଅପରାଧୀକୁ ଖୋଜୁଛି। ଗତକାଲି ରାଉରକେଲା ବାଳ ସୁଧାର ଗୃହର ୯ ଜଣ ଅନ୍ତେବାସୀଙ୍କୁ କେନ୍ଦୁଝର ଜୁଭେନାଇ […]

child-left-from-jovanai-board-veficle

Manoranjan Sial
  • Published: Thursday, 12 December 2019
  • , Updated: 12 December 2019, 04:19 PM IST

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଜୁଭେନାଇ ଜଷ୍ଟିସ୍‌ବୋର୍ଡ଼ ପ୍ରିନ୍ସପାଲ୍‌ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ହାଜର ହୋଇ ଫେରୁଥିବା ବେଳେ ଚମ୍ପଟ ମାରିଲା ବାଳ ଅପରାଧୀ। ଯାହାଙ୍କ ନାଁରେ ରହିଛି ଜଣେ ନାବାଳିକାଙ୍କୁ ଅସଦାଚରଣ ଓ ଆକ୍ରମଣ ପରି ସଙ୍ଗୀନ ମାମଲା। ଏପରି ଅଭିଯୋଗ ରାଉରକେଲାରୁ ଆସିଛି। ରାଉରକେଲା ବାଳ ସୁଧାର ଗୃହର ସୁପରିନ୍‌ଟେଣ୍ଡେଣ୍ଟ୍‌ ଏନେଇ CWC କୁ ଜଣାଇବା ସହିତ ଚମ୍ପଟ ମାରିଥିବା ବାଳ ଅପରାଧୀକୁ ଖୋଜୁଛି।

ଗତକାଲି ରାଉରକେଲା ବାଳ ସୁଧାର ଗୃହର ୯ ଜଣ ଅନ୍ତେବାସୀଙ୍କୁ କେନ୍ଦୁଝର ଜୁଭେନାଇ ଜଷ୍ଟିସ୍‌ବୋର୍ଡ଼ ପ୍ରିନ୍ସପାଲ୍‌ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ହାଜର କରିବା ପାଇଁ ଅଣାଯାଇଥିଲା। ହାଜର ପରେ ସେମାନେ ଆସିଥିବା ସ୍ୱତନ୍ତ୍ର ବସ୍‌ରେ ରାଉରକେଲା ଫେରି ଯାଉଥିଲେ। ତେବେ ରାଉରକେଲାଠାରୁ ୬୦ କିମି ଦୂର ଚାନ୍ଦିପୋଷ ଥାନା ଅଞ୍ଚଳରେ ରାସ୍ତା କାମ ହେଉଥିବାରୁ ଗାଡି କିଛି ସମୟ ପାଇଁ ଅଟକିଥିଲା। ଏହି ସମୟରେ ଜଣେ ବାଳ ଅପରାଧୀ ବସ୍‌ରୁ ଚମ୍ପଟ ମାରିଥିଲେ। ଯାହାଙ୍କ ନାଁରେ ରହିଛି ଜଣେ ନାବାଳିକାଙ୍କୁ ଅସଦାଚରଣ ଓ ଆକ୍ରମଣ କରିବା ପରି ସାଂଘାତିକ ମାମଲା। ରାଉରକେଲା ବାଳ ସୁଧାର ଗୃହର ସୁପରିନ୍‌ଟେଣ୍ଡେଣ୍ଟ୍‌ ଏନେଇ CWC କୁ ଜଣାଇବା ପରେ ତଦନ୍ତ ଆରମ୍ଭ ହୋଇଛି। ବର୍ତ୍ତମାନ ସୁଦ୍ଧା ତାଙ୍କ ପର୍ତ୍ତା ମିଳିନାହିଁ।

ଅନ୍ୟ ୮ଜଣଙ୍କୁ ଆଣି ରାଉରକେଲା ବାଳ ସୁଧାର ଗୃହରେ ରଖାଯାଇଛି।

Related story