୨୦୨୩ ସୁଦ୍ଧା କାର୍ଯ୍ୟକ୍ଷମ ହେବ ତାଳଚେର ସାର କାରଖାନା : ମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତା ୨୦୨୩ ସେପ୍ଟେମ୍ୱର ମାସ ସୁଦ୍ଧା ତାଳଚେର ସାର କାରଖାନା (ତାଳଚେର ଫର୍ଟିଲାଇଜର୍ସ ଲିଃଟିଏଫଏଲ) କାର୍ଯ୍ୟକ୍ଷମ ହେବ। ଆଜି ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଶ୍ରୀ ଡି.ଭି. ସଦାନନ୍ଦ ଗୌଡ଼ା। ଏ ସଂକ୍ରାନ୍ତରେ ପଚରାଯାଇଥିବା ଏକ ପ୍ରଶ୍ନର ଲିଖିତ ଉତରରେ ସେ ସୂଚନା ଦେଇଥିଲେ ଯେ, ବନ୍ଦ ହୋଇ ପଡ଼ି ରହିଥିବା ଭାରତୀୟ ସାର ନିଗମ ଲିଃ (ଏଫସିଆଇଏଲ)ର ତାଳଚେର ୟୁନିଟକୁ କାର୍ଯ୍ୟକ୍ଷମ କରିବା ଲାଗି ଭାରତ ସରକାର […]

67891

Tapas Behera
  • Published: Friday, 07 February 2020
  • , Updated: 07 February 2020, 10:09 PM IST

ଭୁବନେଶ୍ୱର: ଆସନ୍ତା ୨୦୨୩ ସେପ୍ଟେମ୍ୱର ମାସ ସୁଦ୍ଧା ତାଳଚେର ସାର କାରଖାନା (ତାଳଚେର ଫର୍ଟିଲାଇଜର୍ସ ଲିଃଟିଏଫଏଲ) କାର୍ଯ୍ୟକ୍ଷମ ହେବ। ଆଜି ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଶ୍ରୀ ଡି.ଭି. ସଦାନନ୍ଦ ଗୌଡ଼ା। ଏ ସଂକ୍ରାନ୍ତରେ ପଚରାଯାଇଥିବା ଏକ ପ୍ରଶ୍ନର ଲିଖିତ ଉତରରେ ସେ ସୂଚନା ଦେଇଥିଲେ ଯେ, ବନ୍ଦ ହୋଇ ପଡ଼ି ରହିଥିବା ଭାରତୀୟ ସାର ନିଗମ ଲିଃ (ଏଫସିଆଇଏଲ)ର ତାଳଚେର ୟୁନିଟକୁ କାର୍ଯ୍ୟକ୍ଷମ କରିବା ଲାଗି ଭାରତ ସରକାର ଏକାଧିକ ପ୍ରସ୍ତାବକୁ କ୍ୟାବିନେଟ ଜରିଆରେ ମଞ୍ଜୁରି ଦେଇଛନ୍ତି। ଏହି ୟୁରିଆ ୟୁନିଟକୁ ପୁନଃକାର୍ଯ୍ୟକ୍ଷମ କରିବା ଦିଗରେ ସରକାର କାର୍ଯ୍ୟ କରୁଛନ୍ତି।

ମନ୍ତ୍ରୀ ଆହୁରି ସୂଚନା ଦେଇଥିଲେ ଯେ, ମେସର୍ସ ପିଡିଆଇଏଲକୁ ସାର କାରଖାନା କାର୍ଯ୍ୟକ୍ଷମ କରିବା ଲାଗି ପ୍ରାକ-ପ୍ରକଳ୍ପ କାର୍ଯ୍ୟକଳାପ ପାଇଁ ପ୍ରକଳ୍ପ ପରିଚାଳନା ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯାଇଛି। ଅଗଷ୍ଟ୨୦୧୭ରେ ପେଟ କୋକ ଯୋଗାଣ ଲାଗି ଆଇଓସିଏଲ ସହ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଫେବୃଆରୀ ୨୦୧୮ରେ ପ୍ରକଳ୍ପକୁ ପରିବେଶ ମଞ୍ଜୁରି ମିଳିଛି।

ସେପ୍ଟେମ୍ୱର ୨୦୧୮ରେ ଆଥିର୍କ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ଆରସିଏଫ ଇକ୍ୟୁଟି ଯୋଗଦାନ ପାଇଁ ମଞ୍ଜୁରି ଦେଇଥିଲା। ଡିସେମ୍ୱର ୨୦୧୮ରେ କ୍ୟାପ୍ଟିଭ କୋଇଲା ଖଣି ପାଇଁ ଖଣି ଆବଂଟନ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ପ୍ରମୋଟରଙ୍କ ଠାରୁ ଅନୁମୋଦନ ଲାଭ କରିବା ପରେ ୨୯ ଅଗଷ୍ଟ ୨୦୧୯ରେ ଟିଏଫଏଲ ବୋର୍ଡ ପକ୍ଷରୁ ପ୍ରକଳ୍ପ ପାଇଁ ନିବେଶ ମଞ୍ଜୁରି ଦିଆଯାଇଥିଲା।

Related story