ଜୀଇଁ ଉଠିଲା ବିଜୁଙ୍କ ସ୍ମୃତି: ଉନ୍ମୋଚନ ହେଲା ପୁସ୍ତକ ଓ ପ୍ରଦର୍ଶିତ ହେଲା ବୃତ୍ତଚିତ୍ର
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଜୀବନୀ ସଂପର୍କିତ ଫଟୋ ପୁସ୍ତକ ‘ଦି ଟଲ୍ ମ୍ୟାନ୍-ବିଜୁ ପଟ୍ଟନାୟକ’ ଉନ୍ମୋଚିତ ହୋଇଛି। ପ୍ରଦର୍ଶିତ ହୋଇଛି ବୃତ୍ତଚିତ୍ର। ଏହାକୁ ମିଳିତ ଭାବେ ଉନ୍ମୋଚନ କରିଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି. ଦେବଗୌଡ଼ା, ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଏଲ.କେ. ଆଡଭାନୀ ଓ ସିପିଆଇଏମ୍ ମୁଖ୍ୟ ସୀତାରାମ ୟେଚୁରୀ। ପୁସ୍ତକର ସମୀକ୍ଷା କରିଥିଲେ ବରିଷ୍ଠ ସାମ୍ବାଦିକ ପ୍ରଭୁ ଚାୱାଲା।
ବିଜୁ ଜନ୍ଣ ଶତବାର୍ଷିକୀ କମିଟି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ‘ଦି ଟଲ୍ ମ୍ୟାନ୍-ବିଜୁ ପଟ୍ଟନାୟକ’ ପୁସ୍ତକ ବିଜୁ ପଟ୍ଟନାୟକଙ୍କ ଏକ ଫଟୋ ଭିତ୍ତିକ ବହି। ବିଜୁ ପଟ୍ଟନାୟକଙ୍କ ଉପରେ ଗବେଷଣା କରୁଥିବା ସୁଦର୍ଶନ ଗଣେଶନ ଏହି ବହିର ସଙ୍କଳନ କରିଛନ୍ତି। ଏହି ପୁସ୍ତକର ଉନ୍ମୋଚନ ଉତ୍ସବରେ ଭାବବିହ୍ୱଳ ହୋଇଉଠିଥିଲେ ଲାଲକୃଷ୍ଣ ଆଡଭାନୀ। ବିଜୁଙ୍କ ଭଳି ଜଣେ ମହାନ ନେତାଙ୍କ ଏଭଳି ପୁସ୍ତକକୁ ଉନ୍ମୋଚନ କରିଥିବାରୁ ଆଜି ମୁଁ ଗର୍ବିତ ବୋଲି କହିଛନ୍ତି ଆଡଭାନୀ।
ସେ କହିଛନ୍ତି- ଜୀବନରେ ବହୁତ ପୁସ୍ତକ ଉନ୍ମୋଚନ କରିଛି, କିନ୍ତୁ ଆଜିଭଳି କେବେ କୌଣସି ପୁସ୍ତକ ଉନ୍ମୋଚନ କରିନାହିଁ, ଆଜି ଗର୍ବିତ ଯେ ଜଣେ ମହାନ ନେତାଙ୍କ ପୁସ୍ତକ ଉନ୍ମୋଚନ କରୁଛି।”
ସିପିଆଇଏମ୍ ମୁଖ୍ୟ ସୀତାରାମ ୟେଚୁରୀ କହିଥିଲେ-“ମୋ ଜନ୍ମ ବର୍ଷଠାରୁ ବିଜୁ ବାବୁ ରାଜନୀତି ଆରମ୍ଭ କରିଥିଲେ। ତାଙ୍କ ବିଷୟରେ କହିବା ପାଇଁ ବୋଧହୁଏ ମୁଁ ଯୋଗ୍ୟ ନୁହେଁ। ତାଙ୍କ ସାହସ ଓ ବୀରତ୍ୱ କାହାଣୀ ଶୁଣି ଆମେ ବଡ଼ ହୋଇଛି। ବିଜୁ ବାବୁ ଅନନ୍ୟ, ତାଙ୍କ ଭଳି ଆଉ କେହି ସୃଷ୍ଟି ହୋଇପାରିବେନି, ଧର୍ମନିରପେକ୍ଷ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ବିଜୁ ବାବୁଙ୍କ ଉଦ୍ୟମ ଅବିସ୍ମରଣୀୟ।”
ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ମଧ୍ୟ ନିଜ ଅଭିଭାଷଣରେ ବିଜୁ ବାବୁଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି। ସେ କହିଛନ୍ତି-“ବିଜୁ ବାବୁଙ୍କଠାରୁ ମୁଁ ଓ ମୋ ପରିବାର ବହୁ ସ୍ନେହଶ୍ରଦ୍ଧା ପାଇଛି। ମୋ ଭଳି ଜଣେ ସର୍ଟ ମ୍ୟାନ ପ୍ରକୃତ ଟଲ୍ ମ୍ୟାନଙ୍କ ଉତ୍ସବକୁ ଆସି ଗର୍ବିତ।”
Ordigital Desk
• Published: Saturday, 27 January 2018
• Updated: 27 January 2018, 07:24 PM IST
Sports
Latest News
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos