ବାପା ଗଲେନି, ଝିଅ ଲେଖିଦେଲେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତକାଲି ଓଡ଼ିଶା ଶିଳ୍ପ ଜଗତ ଭୀଷ୍ମପିତାମହ ତଥା ବୈଜ୍ଞାନିକ ଡ. ବଂଶୀଧର ପଣ୍ଡାଙ୍କ ପରଲୋକ ହୋଇଯାଇଛି। ଏହି ସୁପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ତାଙ୍କର ଅନ୍ତିମ ଦର୍ଶନ କରିବାକୁ ବିଜେପି, କଂଗ୍ରେସ, ସିପିଆଇ ପ୍ରମୁଖ ରାଜନୈତିକ ଦଳର ନେତାମାନେ ତାଙ୍କର ଭୁବନେଶ୍ୱରର ବମିଖାଲସ୍ଥିତ ବାସଭବନକୁ ଯାଇଥିଲେ। ତେବେ ଆଶ୍ଚର୍ଯ୍ୟର କଥା ବିଜେଡିର ଜଣେ ବି ନେତା ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ପହଞ୍ଚି ନଥିଲେ। ଏମିତି କି ଖୋଦ୍ ବିଜେଡି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ […]

soumya

Rakesh Mallick
  • Published: Wednesday, 23 May 2018
  • , Updated: 23 May 2018, 09:10 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତକାଲି ଓଡ଼ିଶା ଶିଳ୍ପ ଜଗତ ଭୀଷ୍ମପିତାମହ ତଥା ବୈଜ୍ଞାନିକ ଡ. ବଂଶୀଧର ପଣ୍ଡାଙ୍କ ପରଲୋକ ହୋଇଯାଇଛି। ଏହି ସୁପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ତାଙ୍କର ଅନ୍ତିମ ଦର୍ଶନ କରିବାକୁ ବିଜେପି, କଂଗ୍ରେସ, ସିପିଆଇ ପ୍ରମୁଖ ରାଜନୈତିକ ଦଳର ନେତାମାନେ ତାଙ୍କର ଭୁବନେଶ୍ୱରର ବମିଖାଲସ୍ଥିତ ବାସଭବନକୁ ଯାଇଥିଲେ। ତେବେ ଆଶ୍ଚର୍ଯ୍ୟର କଥା ବିଜେଡିର ଜଣେ ବି ନେତା ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ପହଞ୍ଚି ନଥିଲେ। ଏମିତି କି ଖୋଦ୍ ବିଜେଡି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଆସିନଥିଲେ। ଏହାକୁ ନେଇ ଚାରିଆଡ଼େ ଚର୍ଚ୍ଚା। କାରଣ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ସହ ସ୍ୱର୍ଗତ ବଂଶୀଧର ପଣ୍ଡାଙ୍କ ଘନିଷ୍ଠ ସଂପର୍କ ବିଷୟରେ ସମସ୍ତଙ୍କୁ ଜଣା।

ବଂଶୀଧର ପଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ମୁଖ୍ୟମନ୍ତ୍ରୀ ନଆସିବା କଥାକୁ ନେଇ ବିଜେଡିର ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଝିଅ ତନୟା ପଟ୍ଟନାୟକ ଏକ ଟ୍ୱିଟ୍ କରିଛନ୍ତି। ସେ ଲେଖିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ବଂଶୀଧର ପଣ୍ଡାଙ୍କ ଅନ୍ତିମ ଦର୍ଶନ ନକରିବା ଖୁବ୍ ଲଜ୍ଜାକର କଥା। ସେ ଯଦି ସ୍ୱର୍ଗତ ପଣ୍ଡାଙ୍କ ଅନ୍ତିମ ଦର୍ଶନ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥାଆନ୍ତେ, ତା’ହେଲେ ତାଙ୍କ ବ୍ୟକ୍ତିତ୍ୱ ଆହୁରି ବଢ଼ି ଯାଇଥାଆନ୍ତା।

ଝିଅ ସିନା ଏମିତି ଟ୍ୱିଟ୍ କରିଛନ୍ତି। କିନ୍ତୁ ବାପା ସୌମ୍ୟରଞ୍ଜନ ପଟ୍ଟନାୟକ ବି ବଂଶୀଧର ପଣ୍ଡାଙ୍କ ଅନ୍ତିମ ଦର୍ଶନ ପାଇଁ ଯାଇନଥିଲେ। ଏନେଇ ବିଜେଡି ତରଫରୁ କିଛି ହୁକୁମ୍ ଥିଲା କି ସେ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ଯାଇପାରିଲେନି, ତାହା ଜଣାନାହିଁ। ତେବେ ବାପା ସୌମ୍ୟବାବୁଙ୍କୁ ଏଥିପାଇଁ ସମାଲୋଚନା କରାଯିବା କଥା କି ନା ତାହା ଅଲଗା କଥା, କିନ୍ତୁ ଏହି ଟ୍ୱିଟ୍ ପାଇଁ ଝିଅ ତନୟାଙ୍କୁ ପ୍ରଶଂସା କରାଯିବା ଜରୁରୀ।

Related story