କଟକ: ଚିକିତ୍ସା ଖର୍ଚ୍ଚ ଦେଇ ନ ପାରିବାରୁ ରୋଗୀଙ୍କୁ ଡାକ୍ତରଖାନାରେ ଅଟକ ଅଭିଯୋଗ

କଟକ: ଚିକିତ୍ସା ଖର୍ଚ୍ଚ ପଇଠ ନକରି ପାରିବାରୁ କଟକ ମହାନଦୀବିହାର ଅଞ୍ଚଳରେ ଥିବା ଏକ ଘରୋଇ ହସପିଟାଲରେ ଜଣେ ରୋଗୀଙ୍କୁ ଅଟକ ରଖାଯାଇଥିବା ଅଭିଯୋଗ ହୋଇଛି। ପରିବାର ଲୋକଙ୍କ ପାଖରୁ ଅଭିଯୋଗ ପାଇବା ପରେ କଟକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ କଟକ ସିଟି ହସପିଟାଲ ଏଡିଏମ୍‌ଓ ଘଟଣାର ତଦନ୍ତ କରିଛନ୍ତି। ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅଞ୍ଚଳର ସୂର୍ଯ୍ୟ ନାରାୟଣ ସେଠୀ ନାମକ ଜଣେ ଯୁବକ ଗୁରୁତର ଅବସ୍ଥାରେ ୨୦ ଦିନ ତଳେ ଏହି ହସପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କର […]

katak

Rakesh Mallick
  • Published: Friday, 18 September 2015
  • , Updated: 18 September 2015, 10:27 AM IST

କଟକ: ଚିକିତ୍ସା ଖର୍ଚ୍ଚ ପଇଠ ନକରି ପାରିବାରୁ କଟକ ମହାନଦୀବିହାର ଅଞ୍ଚଳରେ ଥିବା ଏକ ଘରୋଇ ହସପିଟାଲରେ ଜଣେ ରୋଗୀଙ୍କୁ ଅଟକ ରଖାଯାଇଥିବା ଅଭିଯୋଗ ହୋଇଛି। ପରିବାର ଲୋକଙ୍କ ପାଖରୁ ଅଭିଯୋଗ ପାଇବା ପରେ କଟକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ କଟକ ସିଟି ହସପିଟାଲ ଏଡିଏମ୍‌ଓ ଘଟଣାର ତଦନ୍ତ କରିଛନ୍ତି।

ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅଞ୍ଚଳର ସୂର୍ଯ୍ୟ ନାରାୟଣ ସେଠୀ ନାମକ ଜଣେ ଯୁବକ ଗୁରୁତର ଅବସ୍ଥାରେ ୨୦ ଦିନ ତଳେ ଏହି ହସପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କର କିଡନୀ ଖରାପ ହୋଇଥିବା ନେଇ ଡାକ୍ତରଖାନା ପକ୍ଷରୁ କୁହାଯାଇଥିଲା। ଚିକିତ୍ସା ପାଇଁ ପରିବାର ପକ୍ଷରୁ ମୋଟ ୪୦୦୦୦ ଟଙ୍କ। ପ୍ରଦାନ କରାଯାଇଥିଲା। ତେବେ ଆଉ ୯୦ହଜାର ଟଙ୍କା ପୈଠ କରିବା ପାଇଁ ଡାକ୍ତରଖାନା କର୍ତ୍ତୃପକ୍ଷ କହିଥିଲେ। ତେବେ ସେମାନେ ଟଙ୍କା ପୈଠ ନକରିପାରିବାରୁ ସୂର୍ଯ୍ୟଙ୍କ ଚିକିତ୍ସା ବନ୍ଦ କରି ଦିଆଯାଇଥିବା ତଥା ତାଙ୍କୁ ଅଟକ ରଖାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ।

Related story