ତାରାଙ୍କୁ ରବିଙ୍କ ପରାମର୍ଶ: ଆଗ ନିଜେ ମଦ ଛାଡ଼…

Ordigital Desk
  • Published: Wednesday, 01 November 2017
  • , Updated: 01 November 2017, 08:54 PM IST
<p>କୋରାପୁଟ (ଓଡ଼ିଶା ରିପୋର୍ଟର): ଦେଶର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି ମଦ ବିରୋଧୀ ଆନ୍ଦୋଳନ। ବିହାର ସରକାର ମଦ ବିକ୍ରି ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରିଛନ୍ତି। ଆମ ରାଜ୍ୟରେ ମଧ୍ୟ ମଦ ବିରୋଧୀ ଆନ୍ଦୋଳନ ଜୋର ଧରିଛି। ଖାସ କରି ମହିଳାମାନେ ଏକାଠି ହୋଇ ନିଜ ଅଞ୍ଚଳରେ ମଦ ବିକ୍ରି ବନ୍ଦ କରିବାକୁ ଆନ୍ଦୋଳନ କରୁଛନ୍ତି। ଏପରି ସ୍ଥିତିରେ ଗତକାଲି ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତା ଇନ୍ଦିରା ଗାନ୍ଧିଙ୍କ ଶ୍ରାଦ୍ଧ ଦିବସ ଅବସରରେ କୋରାପୁଟ ଜିଲ୍ଲା ବୋରିଗୁମ୍ମାରୁ କଂଗ୍ରେସ ମଦ ବିରୋଧୀ ଆନ୍ଦୋଳନ ଆରମ୍ଭ କରିଛି। ଆଜି ଏହାର ଦ୍ୱିତୀୟ ଦିନ। ହେଲେ ମଦକୁ ନେଇ କୋରାପୁଟର ନେତାମାନେ ବ୍ୟକ୍ତିଗତ ଆରୋପ ପ୍ରତ୍ୟାରୋପକୁ ଚାଲି ଆସିଛନ୍ତି।</p> <p>ଏହି ଆନ୍ଦୋଳନକୁ ନେଇ ମୁହାଁମୁହିଁ ହୋଇଛନ୍ତି ଜିଲ୍ଲାର ଦୁଇ ପ୍ରମୁଖ ନେତା ତାରାପ୍ରସାଦ ବାହିନୀପତି ଓ ରବି ନାରାୟଣ ନନ୍ଦ। ତାରାଙ୍କ ନେତୃତ୍ୱରେ ବୋରିଗୁମ୍ମାରେ ଚାଲିଥିବା ମଦ ବିରୋଧୀ ଆନ୍ଦୋଳନକୁ ଆକ୍ଷେପ କରି ରବି ନନ୍ଦ କହିଛନ୍ତି, &ldquo;ନିଜେ (ତାରା ପ୍ରସାଦ ବାହିନୀପତି) ପ୍ରଥମେ ମଦ ଛାଡ଼ି, ତା&rsquo;ପରେ ଆନ୍ଦୋଳନ କଲେ ଠିକ୍ ହେବ। ନିର୍ବାଚନ ପାଖେଇ ଆସିଲେ କାହିଁକି ଏ କଥା ମନେ ପଡୁଛି।&rdquo;</p> <p>ରବିଙ୍କ ଏପରି ମନ୍ତବ୍ୟର ଉତ୍ତର ଦେଇଛନ୍ତି ତାରା। ସେ କହିଛନ୍ତି, &ldquo;ରବି ନନ୍ଦ ଏହି ଆନ୍ଦୋଳନରେ ସାମିଲ ହେଲେ ମୁଁ ସ୍ୱାଗତ କରିବି।&rdquo;</p> <p>ଦୁଇ ନେତା ମଦ ବିରୋଧୀ ଆନ୍ଦୋଳନକୁ ନେଇ କ&rsquo;ଣ କହୁଛନ୍ତି, ଶୁଣନ୍ତୁ ଏହି ଭିଡିଓରେ।</p>

Related story