ଏଥର ପୂଜାରେ ତରଙ୍ଗ ସିନେ ପ୍ରଡକ୍ସନ୍ସର ନୂଆ ଫିଲ୍ମ ‘ହିରୋ ନଂ-1’

ଭୁବନେଶ୍ୱର: ଆଗାମୀ ପୁଜା ବଜାରରେ ପୁଣି ଧମାକା କରିବାକୁ ଯାଉଛି ‘ତରଙ୍ଗ ସିନେ ପ୍ରଡକ୍ସନସ୍’। ଓଲିଉଡକୁ ଲଗାତାର ୯ଟି ସୁପରହିଟ୍ ଫିଲ୍ମ ଦେଇଥିବା ଏହି ସିନେ ପ୍ରଡକ୍ସନ୍ ସଂସ୍ଥା, ଦଶହରାରେ ଆଉଏକ ନୂଆ ଫିଲ୍ମ ରିଲିଜ୍ କରିବାକୁ ଯାଉଛି। ଫିଲ୍ମଟିର ନାଁ ହେଲା ‘ହିରୋ ନଂ-1’। ଆଜି ଭୁବନେଶ୍ୱରସ୍ଥିତ କିଟ୍ ଜଗନ୍ନାଥ ମନ୍ଦିରରେ ଏହାର ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି। ଓଡିଶା ଟେଲିଭିଜନ ଲିମିଟେଡର ଚିଫ୍ ଫାଇନାନ୍ସିଆଲ୍ ଅଫିସର୍ ମନୋରଞ୍ଜନ ଷଡଙ୍ଗୀ କ୍ଳାପ୍ ଦେଇ ସୁଟିଂର ଶୁଭାରମ୍ଭ କରିଥିଲେ।

ଫିଲ୍ମଟିରେ ମୁଖ୍ୟ ଭୂମିକାରେ ରହିବେ ବାବୁସାନ, ଭୂମିକା ଓ ମିହିର ଦାସ। ଏହାର କାହାଣୀ ଲେଖିଛନ୍ତି ଓ ନିର୍ଦ୍ଦେଶନା ଦେଉଛନ୍ତି ତାପସ ସରଘରିଆ। ସ୍କ୍ରିନ୍ ପ୍ଳେ ପ୍ରସ୍ତୁତ କରିବେ ଶକ୍ତି ବରାଳ ଓ ଦେବୀଦତ୍ତ ମହାନ୍ତି। ସଂଗୀତ ନିର୍ଦେଶନା ଦେଉଛନ୍ତି ଅଭିଜିତ ମଜୁମଦାର ଓ ଗୀତ ଲେଖିଛନ୍ତି ନିର୍ମଳ ନାୟକ।

ଆଜି ଏହି ଫିଲ୍ମର ମହୁରତ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ହିରୋ ବାବୁସାନ, ହିରୋଇନ ଭୂମିକା, ବରିଷ୍ଠ ଅଭିନେତା ମିହିର ଦାସ, ଶକ୍ତି ବରାଳ, ପିଣ୍ଟୁ ନନ୍ଦ, ନିର୍ଦ୍ଦେଶକ ତାପସ ସରଘରିଆ, ମ୍ୟୁଜିକ ଡିରେକ୍ଟର ଅଭିଜିତ ମଜୁମଦାର, କୋରିଓଗ୍ରାଫର ଗିରୀଶ, ଦେବୀଦତ୍ତ ମହାନ୍ତି, ଶ୍ୟାମାପ୍ରସାଦ ମିଶ୍ର, ଭାରତୀକୃଷ୍ଣ, ଦେବାଶିଷ ପାତ୍ର, ପାର୍ଥ ନନ୍ଦୀ ଓ ଦଲୀପ ସିଂହ ମଙ୍ଗତ ଏବଂ ଓଡିଶା ଟେଲିଭିଜନ ଲିମିଟେଡର ଅନ୍ୟ ବରିଷ୍ଠ ଅଧିକାରୀମାନେ ।

ଏବେସୁଦ୍ଧା ତରଙ୍ଗ ସିନେ ପ୍ରଡକ୍ସନ୍ସ ୯ଟି ଫିଲ୍ମ ନିର୍ମାଣ କରି ସାରିଲାଣି। ସେଗୁଡ଼ିକ ହେଲା, (୧) ଇସ୍କ ତୁ ହି ତୁ, (୨) ଗପ ହେଲେବି ସତ, (୩) ଜଗା ହାତରେ ପଘା, (୪) ତୁ କହିବୁ ନା ମୁଁ, (୫) ଲଭ୍ ଷ୍ଟେସନ୍, (୬) ଲଭ୍ ପାଇଁ କୁଛ୍ ଭି କରେଗା, (୭) ତୁ ମୋ ଲଭ୍ ଷ୍ଟୋରି, (୮) ସିଷ୍ଟର ଶ୍ରୀଦେବୀ ଓ (୯) ଅଭୟ ।

Ordigital Desk
• Published: Friday, 28 July 2017
• Updated: 28 July 2017, 07:39 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos