ମଣିଷ ଓ ବନ୍ୟପ୍ରାଣୀ ମଧ୍ୟରେ ସଂଘର୍ଷ ହ୍ରାସ ପାଇଁ ଗଠନ ହେବ ଟାସ୍କଫୋର୍ସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ମଣିଷ ଓ ବନ୍ୟପ୍ରାଣୀ ମଧ୍ୟରେ ସଂଘର୍ଷ ଘଟଣା ବୃଦ୍ଧି ପାଉଥିବାବେଳେ ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ ଟାସ୍କଫୋର୍ସ ଗଠନ ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ରାଜ୍ୟସ୍ତରୀୟ ଟାସ୍କଫୋର୍ସରେ ଅଧ୍ୟକ୍ଷଙ୍କୁ ମିଶାଇ ୧୮ଜଣ ସଦସ୍ୟ ରହିବେ। ଏହାସହିତ ଆସନ୍ତା ୬ସପ୍ତାହ ମଧ୍ୟରେ ଏହି ଟାସ୍କଫୋର୍ସ ନିଜର ମାଷ୍ଟରପ୍ଲାନ ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କୁ ଦେବେ। ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ୍ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ […]

8bne

Tapas Behera
  • Published: Tuesday, 20 October 2020
  • , Updated: 20 October 2020, 10:02 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ମଣିଷ ଓ ବନ୍ୟପ୍ରାଣୀ ମଧ୍ୟରେ ସଂଘର୍ଷ ଘଟଣା ବୃଦ୍ଧି ପାଉଥିବାବେଳେ ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ ଟାସ୍କଫୋର୍ସ ଗଠନ ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ରାଜ୍ୟସ୍ତରୀୟ ଟାସ୍କଫୋର୍ସରେ ଅଧ୍ୟକ୍ଷଙ୍କୁ ମିଶାଇ ୧୮ଜଣ ସଦସ୍ୟ ରହିବେ। ଏହାସହିତ ଆସନ୍ତା ୬ସପ୍ତାହ ମଧ୍ୟରେ ଏହି ଟାସ୍କଫୋର୍ସ ନିଜର ମାଷ୍ଟରପ୍ଲାନ ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କୁ ଦେବେ।
ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ୍ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଟାସ୍କଫୋର୍ସର ମାଷ୍ଟରପ୍ଲା ମିଳିବାପରେ ରାଜ୍ୟ ସରକାର ତାକୁ ବିଧିବଦ୍ଧ ମଞ୍ଜୁରୀ ପ୍ରଦାନ କରିବା ସହ ଆବଶ୍ୟକ ଅର୍ଥବରାଦ କରିବେ। ଏହା ମାଧ୍ୟମରେ ଆଗାମୀ ୩ବର୍ଷ ମଧ୍ୟରେ ମାନବ ଓ ବନ୍ୟପ୍ରାଣୀ ମଧ୍ୟରେ ସଂଘର୍ଷ ହ୍ରାସ ପାଇଁ ବହୁବିଧ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

ରାଜ୍ୟସ୍ତରୀୟ ଟାସ୍କଫୋର୍ସର ଅଧ୍ୟକ୍ଷ ଭାବେ ପିସିସିଏଫ(ବନ୍ୟପ୍ରାଣୀ) କାର୍ଯ୍ୟ କରିବେ। ଏହି ଟାସ୍କଫୋର୍ସରେ ଦକ୍ଷିଣ-ପୂର୍ବ ଓ ପୂର୍ବତଟ ରେଳବାଇର ପ୍ରତିନିଧି, ସେସୁ,ୱେସ୍କୋ,ନେସ୍କୋ ଓ ସାଉଥକୋର ସିଇଓ, ପୂର୍ତ୍ତ ବିଭାଗର ମୁଖ୍ୟଯନ୍ତ୍ରୀ(ରାସ୍ତା), ଜାତୀୟ ରାଜପଥ କର୍ତ୍ତୃପକ୍ଷ, ଭୁବନେଶ୍ୱର ଆଂଚଳିକ ମୁଖ୍ୟ ବନସଂରକ୍ଷକ, ସେଭ୍ ଏଲିଫାଣ୍ଟ ଫାଉଣ୍ଡେସନ ଟ୍ରଷ୍ଟ, ନ୍ୟୁଜ ଅନୁଗୋଳ, ଓୟୁଏଟିର ଅସ୍ତ୍ରୋପଚାର ଓ ରେଡିଓଲୋଜି ବିଭାଗର ମୁଖ୍ୟ ପ୍ରଫେସର ଇନ୍ଦ୍ରମଣି ନାଥ, ଚନ୍ଦକା ବନ୍ୟପ୍ରାଣୀ ଡିଭିଜନର ଆଂଚଳିକ ବନଖଣ୍ଡ ଅଧିକାରୀ, ଅତିରିକ୍ତ ମୁଖ୍ୟ ବନସଂରକ୍ଷକ(ବନ୍ୟପ୍ରାଣୀ),  ଜଳସମ୍ପଦ ବିଭାଗର ପିଆଣ୍ଡଡିର ସର୍ବୋଚ୍ଚ ଯନ୍ତ୍ରୀ ଏହି ଟାସ୍କଫୋର୍ସର ସଦସ୍ୟ ରହିବେ। ଏହି କମିଟି ଚାହିଁଲେ ଅନ୍ୟ ଯେକୌଣସି ବ୍ୟକ୍ତିଙ୍କୁ ଟାସ୍କଫୋର୍ସର ସଦସ୍ୟ ଭାବେ ନେଇପାରିବେ କିମ୍ବା ଯେକୌଣସି ବ୍ୟକ୍ତି ଓ ଅନୁଷ୍ଠାନର ପରାମର୍ଶ ଲୋଡ଼ିପାରିବେ।

ସୂଚନାଯୋଗ୍ୟ, ଓଡ଼ିଶାରେ ବିଭିନ୍ନ ସମୟରେ ବିଦ୍ୟୁତ ଆଘାତ ଓ ଟ୍ରେନରେ କଟି ହାତୀ ପ୍ରାଣ ହରାଉଥିବାବେଳେ ଜଙ୍ଗଲ ନଷ୍ଟ କରୁଥିବାରୁ ବନ୍ୟପ୍ରାଣୀଙ୍କୁ ମଧ୍ୟ କେତେକ ସ୍ଥାନରେ ହତ୍ୟା କରାଯାଉଥିବା ଅଭିଯୋଗ ହୋଇଥାଏ।

Related story