ସରକାରୀ କ୍ୱାର୍ଟର୍ସରେ ଝୁଲି ପଡ଼ିଲେ TDCC ଫିଇଲ୍‌ଡ ଅଫିସର!

ନବରଙ୍ଗପୁର (ନବଘନ ବିଷୋଇ): ସରକାରୀ କ୍ୱାର୍ଟର୍ସ ଭିତରୁ ଆଦିବାସୀ ଉନ୍ନୟନ ସମବାୟ ନିଗମ (TDCC )ର ଫିଇଲ୍‌ଡ ଅଫିସରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଏହା ଆତ୍ମହତ୍ୟା ନା ହତ୍ୟା, ତାହା ଜଣାପଡ଼ି ନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି। ତେବେ ପ୍ରାଥମିକ ତଦନ୍ତୁ ଏହା ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି। ଆଜି ଏପରି ଅଘଟଣ ନବରଙ୍ଗପୁର ଜିଲ୍ଲା ସଦର ମହକୁମାରେ ଘଟିଛି। ପୂରା ଘଟଣା ଏମିତି। ନବରଙ୍ଗପୁର ବ୍ଲକ କଲୋନୀ ସ୍ଥିତ ସରକାରୀ କ୍ୱାର୍ଟର୍ସରେ ଏକୁଟିଆ […]

tdcc-field-officer-suicide-in-nabarangpur-district

tdcc-field-officer-suicide-in-nabarangpur-district

Manoranjan Sial
  • Published: Monday, 17 August 2020
  • Updated: 17 August 2020, 09:23 PM IST

Sports

Latest News

ନବରଙ୍ଗପୁର (ନବଘନ ବିଷୋଇ): ସରକାରୀ କ୍ୱାର୍ଟର୍ସ ଭିତରୁ ଆଦିବାସୀ ଉନ୍ନୟନ ସମବାୟ ନିଗମ (TDCC )ର ଫିଇଲ୍‌ଡ ଅଫିସରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଏହା ଆତ୍ମହତ୍ୟା ନା ହତ୍ୟା, ତାହା ଜଣାପଡ଼ି ନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି। ତେବେ ପ୍ରାଥମିକ ତଦନ୍ତୁ ଏହା ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି। ଆଜି ଏପରି ଅଘଟଣ ନବରଙ୍ଗପୁର ଜିଲ୍ଲା ସଦର ମହକୁମାରେ ଘଟିଛି।

ପୂରା ଘଟଣା ଏମିତି। ନବରଙ୍ଗପୁର ବ୍ଲକ କଲୋନୀ ସ୍ଥିତ ସରକାରୀ କ୍ୱାର୍ଟର୍ସରେ ଏକୁଟିଆ ରହୁନ୍ତି TDCCର ଫିଇଲ୍‌ଡ ଅଫିସର ପୁରୁଷୋତ୍ତମ ଭୋଇ। ତାଙ୍କ ପରିବାର ସମ୍ବଲପୁରସ୍ଥିତ ଯୁଜୁମୁରାରେ ରୁହନ୍ତି। ସବୁ ଦିନ ଭଳି ଗତକାଲି ରାତିରେ ଶ୍ରୀ ଭୋଳ କବାଟ ଭିତର ପଟୁ ବନ୍ଦ କରି ଶୋଇଥିଲେ। କିନ୍ତୁ ଆଜି ସକାଳେ ତାଙ୍କ କବାଟ ଖୋଲି ନ ଥିଲେ। ପରିବାର ଲୋକେ ତାଙ୍କୁ ବାରମ୍ୱାର ଫୋନ୍‌ କରୁଥିଲେ ମଧ୍ୟ ସେ ଉଠାଇନଥିଲେ।

ପରବର୍ତ୍ତୀ ସମୟରେ ପରିବାର ଲୋକେ ଶ୍ରୀ ଭୋଳଙ୍କ ସହଯୋଗୀଙ୍କ ସହିତ ଯୋଗାଯୋଗ କରିଥିଲେ। ପରିବାର ଲୋକଙ୍କ କଥାରେ ସମ୍ପୃକ୍ତ ବ୍ୟକ୍ତି ଜଣକ ଶ୍ରୀ ଭୋଳଙ୍କ କ୍ୱାର୍ଟର୍ସ କବାଟ ବାଡେଇ ଥିଲେ। ମାତ୍ର କୌଣସି ଉତ୍ତର ଆସିନଥିଲା। ଶେଷରେ ସେ ନବରଙ୍ଗପୁର ଥାନାକୁ ଖବର ଦେଇଥିଲେ।

ପୁଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ଘର ଭିତରକୁ ଶ୍ରୀ ଭୋଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲେ। ପାରିପାର୍ଶୀକ ସ୍ଥିତିରୁ ଏହା ଏକ ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି। ଆସନ୍ତା କାଲି ଯୁଜୁମରାରୁ ତାଙ୍କ ପରିବାର ଲୋକେ ଆସିବା ପରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ ସୂଚନା ଦେଇଛି। ଶ୍ରୀ ଭୋଳ କଣ ପାଇଁ ଓ କାହିଁକି ଆତ୍ମହତ୍ୟା କଲେ, ତାହା ଜଣାପଡ଼ି ନାହିଁ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos