ଦିଦିଙ୍କୁ ପ୍ରତାରଣା:ଶାରୀରିକ ସମ୍ପର୍କ ରଖି ସାର୍‌ ଗିରଫ

ଯାଜପୁର(ଗୁଲାମ୍‌ ଗସ୍‌):ବିବାହର ପ୍ରଲୋଭନ ଦେଖାଇ ପ୍ରତାରଣା। ବିବାହ ପ୍ରଲୋଭନ ଦେଖାଇ ଶିକ୍ଷୟିତ୍ରୀ ସହିତ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗରେ ଜଣେ ଶିକ୍ଷକ ଗିରଫ ହୋଇଛନ୍ତି। ଏଭଳି ଏକ ଘଟଣା ସମଗ୍ର ଧର୍ମଶାଳା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଧର୍ମଶାଳା ଥାନା ଅଞ୍ଚଳର ଏକ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିନୋଦ ବିହାରୀ ସେଠୀ ସେହି ସ୍କୁଲର ଜଣେ ଖେଳ ଶିକ୍ଷୟିତ୍ରୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ । ହେଲେ ପରବର୍ତ୍ତୀ ସମୟରେ ସେ ବିବାହ […]

h-9

Tapas Behera
  • Published: Sunday, 03 February 2019
  • , Updated: 03 February 2019, 07:27 PM IST

ଯାଜପୁର(ଗୁଲାମ୍‌ ଗସ୍‌):ବିବାହର ପ୍ରଲୋଭନ ଦେଖାଇ ପ୍ରତାରଣା। ବିବାହ ପ୍ରଲୋଭନ ଦେଖାଇ ଶିକ୍ଷୟିତ୍ରୀ ସହିତ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗରେ ଜଣେ ଶିକ୍ଷକ ଗିରଫ ହୋଇଛନ୍ତି। ଏଭଳି ଏକ ଘଟଣା ସମଗ୍ର ଧର୍ମଶାଳା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଧର୍ମଶାଳା ଥାନା ଅଞ୍ଚଳର ଏକ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିନୋଦ ବିହାରୀ ସେଠୀ ସେହି ସ୍କୁଲର ଜଣେ ଖେଳ ଶିକ୍ଷୟିତ୍ରୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ । ହେଲେ ପରବର୍ତ୍ତୀ ସମୟରେ ସେ ବିବାହ କରିବାକୁ ମନା କରିବାରୁ ଶିକ୍ଷୟିତ୍ରୀ ଜଣକ ଏସମ୍ପର୍କରେ ଧର୍ମଶାଳା ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏକ ମାମଲା ରୁଜୁ କରି ଆଜି ସମ୍ପୃକ୍ତ ଶିକ୍ଷକଙ୍କୁ ଗିରଫ କରିବା ସହିତ ଉଭୟଙ୍କ ଡାକ୍ତରୀ ମାଇନା କରାଯାଇ ଘଟଣାର ତଦନ୍ତ କରଯାଉଛି।

Related story