ସ୍କୁଲରେ ଛାତ୍ରଙ୍କୁ ପିଟିଲେ ଶିକ୍ଷୟିତ୍ରୀଙ୍କ ସ୍ୱାମୀ

ପାଟଣାଗଡ଼(ବଂଶୀଧର ସେଠ): ବିଦ୍ୟାଳୟ ଏକ ଦଣ୍ଡ ମୁକ୍ତ ଅଞ୍ଚଳ। ଏହା ସତ୍ତ୍ୱେ ଆଜି ଜଣେ ପ୍ରଥମ ଶ୍ରେଣୀ ଛାତ୍ରକୁ ମାଡ଼ ହୋଇଛି। ଛାତ୍ରକୁ ଶିକ୍ଷକ ବା ଶିକ୍ଷୟିତ୍ରୀ ମାଡ଼ ମାରି ନାହାନ୍ତି। ମାରିଛନ୍ତି ଶିକ୍ଷୟିତ୍ରୀଙ୍କ ସ୍ୱାମୀ। ଏପରି ସଙ୍ଗୀନ ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲାରୁ। ଜାଲପାଲି ପ୍ରାଥମିକ ବିଦ୍ୟାଳୟରେ ଗତକାଲି ଥିଲା ଷାଣ୍ମାସିକ ପରୀକ୍ଷ। ପ୍ରଥମ ଶ୍ରେଣୀର ଛାତ୍ରମାନେ ଚିତ୍ରାଙ୍କନ କରୁଥିଲେ। ମାତ୍ର କେତେକ ଛାତ୍ରଙ୍କୁ ଚିତ୍ର ଆଙ୍କିବା ଆସିନଥିଲା। ଏଥିରେ ବିରକ୍ତ ହୋଇ ସେଠାରେ ଉପସ୍ଥିତ […]

patnagarh

Manoranjan Sial
  • Published: Saturday, 02 November 2019
  • , Updated: 02 November 2019, 06:38 PM IST

ପାଟଣାଗଡ଼(ବଂଶୀଧର ସେଠ): ବିଦ୍ୟାଳୟ ଏକ ଦଣ୍ଡ ମୁକ୍ତ ଅଞ୍ଚଳ। ଏହା ସତ୍ତ୍ୱେ ଆଜି ଜଣେ ପ୍ରଥମ ଶ୍ରେଣୀ ଛାତ୍ରକୁ ମାଡ଼ ହୋଇଛି। ଛାତ୍ରକୁ ଶିକ୍ଷକ ବା ଶିକ୍ଷୟିତ୍ରୀ ମାଡ଼ ମାରି ନାହାନ୍ତି। ମାରିଛନ୍ତି ଶିକ୍ଷୟିତ୍ରୀଙ୍କ ସ୍ୱାମୀ। ଏପରି ସଙ୍ଗୀନ ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲାରୁ।

ଜାଲପାଲି ପ୍ରାଥମିକ ବିଦ୍ୟାଳୟରେ ଗତକାଲି ଥିଲା ଷାଣ୍ମାସିକ ପରୀକ୍ଷ। ପ୍ରଥମ ଶ୍ରେଣୀର ଛାତ୍ରମାନେ ଚିତ୍ରାଙ୍କନ କରୁଥିଲେ। ମାତ୍ର କେତେକ ଛାତ୍ରଙ୍କୁ ଚିତ୍ର ଆଙ୍କିବା ଆସିନଥିଲା। ଏଥିରେ ବିରକ୍ତ ହୋଇ ସେଠାରେ ଉପସ୍ଥିତ ଥିବା ଶିକ୍ଷୟିତ୍ରୀ ଲକ୍ଷ୍ମୀ ମେହେରଙ୍କ ସ୍ୱାମୀ ସୌଦାଗର ମେହେର ରାଗି ଯାଇଥିଲେ। ପରେ ଛାତ୍ରଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଫଳରେ ଛାତ୍ରଙ୍କ ଶରୀରରେ ଦାଗ ବସିଯାଇଥିଲା।

ଏ ସମ୍ପର୍କରେ ଛାତ୍ରଙ୍କ ଅଭିଭାବକମାନେ ଜାଣିବା ପରେ, ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଶିକ୍ଷୟିତ୍ରୀଙ୍କ ସ୍ୱାମୀ ସ୍କୁଲ୍‌ ପରିସରରେ କଣ କରୁଥିଲେ? କାହା ଅନୁମତିରେ ସେ ପରୀକ୍ଷା ଶ୍ରେଣୀ ଗୃହକୁ ଆସିଥିଲେ ଓ କାହିଁକି ଛାତ୍ରଙ୍କୁ ମାଡ଼ ମାରିଥିଲେ ବୋଲି ପ୍ରଶ୍ନ କରିଥିଲେ। ଘଟଣାକୁ ନେଇ ଉକ୍ତ ଅଂଚଳରେ ଉତ୍ତେଜନା ଦେଖାଦେଇଥିଲା। ଏନେଇ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଆହତ ଶିଶୁଙ୍କୁ ମେଡିକାଲରେ ଭର୍ତ୍ତି କରିଛି।

ଘଟଣା ପରଠାରୁ ମାଡ ମାରିଥିବା ବ୍ୟକ୍ତି ସୌଦାଗର ମେହେର ଫେରାର ଥିବା କୁହାଯାଉଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

ଶିକ୍ଷୟିତ୍ରୀ ଲକ୍ଷ୍ମୀ ମେହେର କହିଛନ୍ତି-“୩ରୁ ୪ ପିଲାଙ୍କୁ ଅଧିକ ଟିକେ ମାଡ ହୋଇଛି। ଛୋଟ ପିଲାମାନଙ୍କୁ ମାଡ଼ ହେବା କଥା ନୁହେଁ, ଭୁଲ ହୋଇଛି।”

Related story