ବାହାରିପାରିଲାନି ସମାଧାନର ସୂତ୍ର: ପରୀକ୍ଷାରେ ସହଯୋଗ କରିବାକୁ ଶିକ୍ଷକଙ୍କୁ ଅନୁରୋଧ କଲେ ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ସରକାର ଓ ଶିକ୍ଷକ ସଂଘ ମିଳିତ ମଞ୍ଚର ବୈଠକ ସଚିବାଳୟରେ ବସିଥିଲା। ଉଚ୍ଚ ଶିକ୍ଷା, ଗଣ ଶିକ୍ଷା ମନ୍ତ୍ରୀ ଓ ୨ ବିଭାଗର ସଚିବଙ୍କ ସହ ସଂଘର ପ୍ରତିନିଧି ଆଲୋଚନା କରିଥିଲେ। ହେଲେ ବୈଠକରେ ବାହାରିପାରିନି ସମାଧାନର ସୂତ୍ର। ମଞ୍ଚର ଆବାହକ ଗୋଲକ ନାୟକ କହିଛନ୍ତି,“ ସରକାରଙ୍କ ସହ ଆଲୋଚନା ସୌହାର୍ଦ୍ଦ୍ୟପୂର୍ଣ୍ଣ ହୋଇଛି। କାଲି ସମାବେଶ ନ କରି ପରୀକ୍ଷାରେ ସହଯୋଗ ପାଇଁ ମନ୍ତ୍ରୀ ଅନୁରୋଧ କରିଛନ୍ତି। କିନ୍ତୁ ଏନେଇ କୌଣସି ନିଷ୍ପତ୍ତି ହୋଇ ନାହିଁ। ଷ୍ଟିୟରିଂ କମିଟି ବୈଠକରେ ନିଷ୍ପତ୍ତି ନିଆଯିବ।”

ଶିକ୍ଷକ ସଂଘ ମିଳିତ ମଞ୍ଚ ସହ ବୈଠକ ପରେ ମନ୍ତ୍ରୀ ବଦ୍ରି ପାତ୍ର ଓ ଅନନ୍ତ ଦାସ କହିଛନ୍ତି,“ ଶିକ୍ଷକ ଆନ୍ଦୋଳନ ପ୍ରତ୍ୟାହାର କରିବା ନେଇ ଆଶାବାଦୀ ଅଛୁ। ସରକାର ଦାବି ସମ୍ପର୍କରେ ଅବଗତ ଅଛନ୍ତି। ଏନେଇ ଶୀଘ୍ର ନିଷ୍ପତ୍ତି ହେବ। ଆଚରଣବିଧି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇ ନାହିଁ। ଶିକ୍ଷକମାନେ ଆନ୍ଦୋଳନ ପ୍ରତ୍ୟାହାର ନ କଲେ ସରକାର ବିକଳ୍ପ ଚିନ୍ତା କରିଛନ୍ତି।”

ଛୁଟି ସତ୍ତ୍ୱେ ବି ଆଜି ସରକାର ଏବଂ ସଂଘର ସଦସ୍ୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ନିଯୁକ୍ତି ସଂପର୍କିତ ସତ୍ୟପାଠ ଉଚ୍ଛେଦ ଦାବିରେ ଭୁବନେଶ୍ୱର ମହାତ୍ମାଗାନ୍ଧି ମାର୍ଗରେ ୧୨ ଦିନ ହେଲାଣି ଆନ୍ଦୋଳନରେ ବସିଛି ମିଳିତ ମଞ୍ଚ।

ଗତ ଶୁକ୍ରବାର ବି ଉଚ୍ଚ ଶିକ୍ଷାମନ୍ତ୍ରୀ ଏବଂ ବିଭାଗୀୟ ସଚିବଙ୍କ ମଧ୍ୟରେ ସଚିବାଳୟରେ ପାଖାପାଖି ଘଣ୍ଟାଏ ଧରି ଆଲୋଚନା ହୋଇଥିଲା। ତଥାପି କୌଣସି ନିଷ୍କର୍ସ ବାହାରି ପାରି ନ ଥିଲା। ଯାହାଫଳରେ ଆସନ୍ତାକାଲି ରାଜଧାନୀରେ ମହସମାବେଶ କରିବାକୁ ମଞ୍ଚ ଚେତାବନୀ ଦେଇଥିଲା।

Ordigital Desk
• Published: Sunday, 18 February 2018
• Updated: 18 February 2018, 12:28 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos