ଅଧ୍ୟାପକମାନେ ମନଇଚ୍ଛା ନେଇପାରିବେନି ଛୁଟି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଡିଗ୍ରୀ କଲେଜ ଅଧ୍ୟାପକ ଅଧ୍ୟାପକମାନେ ଏଣିକି ମନଇଚ୍ଛା ଛୁଟି ନେଇପାରିବେନି। ଛୁଟି ମଞ୍ଜୁରି ଅଧ୍ୟକ୍ଷମାନେ କରିବେ। ଏଥିପାଇଁ ଉଚ୍ଚଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଭୁବନେଶ୍ୱରରେ ଅନୁଷ୍ଠିତ ସରକାରୀ ଓ ଏଡେଡ୍‌ ଡିଗ୍ରୀ କଲେଜ ଅଧ୍ୟକ୍ଷ ଏବଂ ଅଧ୍ୟାପକଙ୍କ ଦକ୍ଷତା ବିକାଶ ସମ୍ମିଳନୀରେ ଉଚ୍ଚଶିକ୍ଷା ସଚିବ ଏଭଳି ପରାମର୍ଶ ଦେଇଛନ୍ତି। ସେହିପରି ଅଧ୍ୟାପକଙ୍କ ବାୟୋମେଟ୍ରିକ ଉପସ୍ଥାନର ଯାଞ୍ଚ ସହ ଗୁଣାତ୍ମକ ଶିକ୍ଷା ଲାଗି ଅଧ୍ୟାପକଙ୍କୁ ବିଭିନ୍ନ ଅତିରିକ୍ତ ଦାୟିତ୍ୱ ଦେବା ପାଇଁ ମନ୍ତ୍ର ଦିଆଯାଇଛି। […]

student-1

student-1

Manoranjan Sial
  • Published: Saturday, 04 January 2020
  • Updated: 04 January 2020, 07:44 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଡିଗ୍ରୀ କଲେଜ ଅଧ୍ୟାପକ ଅଧ୍ୟାପକମାନେ ଏଣିକି ମନଇଚ୍ଛା ଛୁଟି ନେଇପାରିବେନି। ଛୁଟି ମଞ୍ଜୁରି ଅଧ୍ୟକ୍ଷମାନେ କରିବେ। ଏଥିପାଇଁ ଉଚ୍ଚଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଭୁବନେଶ୍ୱରରେ ଅନୁଷ୍ଠିତ ସରକାରୀ ଓ ଏଡେଡ୍‌ ଡିଗ୍ରୀ କଲେଜ ଅଧ୍ୟକ୍ଷ ଏବଂ ଅଧ୍ୟାପକଙ୍କ ଦକ୍ଷତା ବିକାଶ ସମ୍ମିଳନୀରେ ଉଚ୍ଚଶିକ୍ଷା ସଚିବ ଏଭଳି ପରାମର୍ଶ ଦେଇଛନ୍ତି।

ସେହିପରି ଅଧ୍ୟାପକଙ୍କ ବାୟୋମେଟ୍ରିକ ଉପସ୍ଥାନର ଯାଞ୍ଚ ସହ ଗୁଣାତ୍ମକ ଶିକ୍ଷା ଲାଗି ଅଧ୍ୟାପକଙ୍କୁ ବିଭିନ୍ନ ଅତିରିକ୍ତ ଦାୟିତ୍ୱ ଦେବା ପାଇଁ ମନ୍ତ୍ର ଦିଆଯାଇଛି। ଫାଇଭ୍-ଟି ର କାର୍ଯ୍ୟକାରିତା ଓ ମୋ ସରକାରକୁ କଲେଜ ସ୍ତରରେ ଗୁରୁତ୍ୱ ଦେବା ଲାଗି ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗୁଣାତ୍ମକ ଶିକ୍ଷା ଲାଗି ବିଭାଗ ପକ୍ଷରୁ ନିଆଯାଇଥିବା ଅନେକ ସଂସ୍କାର ମୂଳକ ଯୋଜନା ଯେପରି ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚି ପାରିବ, ସେନେଇ ଅଧ୍ୟକ୍ଷମାନଙ୍କୁ ଅବଗତ କରାଯାଇଛି ବୋଲି ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ ସାହୁ କହିଛନ୍ତି।

ସେହିପରି ନାକ୍‌ ମାନ୍ୟତା କିପରି ମିଳିପାରିବ ଓ ଏଥିରେ ବାଧକ କଣ ରହୁଛି, ସେ ବିଷୟକୁ ଗୁରୁତ୍ୱ ଦିଆଯାଇଛି। ଅଧ୍ୟକ୍ଷ ଓ ଅଧ୍ୟାପକମାନେ ମଧ୍ୟ ଏଦିଗରେ ନିଜ ନିଜ ମତ ରଖିଛନ୍ତି। ଅନେକ କଲେଜରେ ଭିତ୍ତି ଭୂମିର ବିକାଶ ହୋଇନଥିବାରୁ ନାକ୍ ମାନ୍ୟତା ହେଉ କି 5-T କାର୍ଯ୍ୟକାରିତା ଏସବୁର ସଫଳ ରୂପାୟନ ହୋଇପାରୁନଥିବା କିଛି ଅଧ୍ୟାପକ କହିଛନ୍ତି। ସେପଟେ ଛୁଟି ମଞ୍ଜୁର ନିଷ୍ପତ୍ତିକୁ ଅଧ୍ୟକ୍ଷଙ୍କୁ ସ୍ୱାଗତ କରିଛନ୍ତି।

ଯୁକ୍ତ ଦୁଇଠାରୁ ଅଲଗା ହେବା ପରେ ଡିଗ୍ରୀ କଲେଜ ନାଁରେ ଜମି ନାହିଁ। ଏଥିଲାଗି ନାକ ମାନ୍ୟତା ମିଳିପାରୁନଥିବା କଥା କଲେଜ ଅଧ୍ୟକ୍ଷମାନେ ଉଠାଇଥିଲେ। ଜମି ମାଲିକାନା ବିବାଦର ସମାଧାନ ଲାଗି ଉଚ୍ଚ ଶିକ୍ଷା ସଚିବ ଜିଲ୍ଲାପାଳମାନଙ୍କୁ ସମ୍ପୃକ୍ତ କଲେଜ ନାଁରେ ଜମି କରିବାକୁ ଚିଠି ଲେଖିବେ ବୋଲି କହିଛନ୍ତି। ସମ୍ମିଳନୀରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, ସଚିବ, ନାକ୍ ସଦସ୍ୟଙ୍କ ସମେତ ୬୮୯ ଡିଗ୍ରୀ କଲେଜର ୧୨ଶହ ଅଧ୍ୟକ୍ଷ ଓ ଅଧ୍ୟାପକ ଯୋଗଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos