୧୦ ଘଣ୍ଟା ପରେ ଶିକ୍ଷକଙ୍କୁ ଛାଡ଼ିଲେ ଗାଁଲୋକେ

ସୋର(ଶଶିକାନ୍ତ ବେହେରା): ଦୀର୍ଘ ୧୦ ଘଣ୍ଟା ପରେ ଗାଁ ଲୋକଙ୍କ କବଳରୁ ଉଦ୍ଧାର ହେଲେ  ଶିକ୍ଷକ ଓ ଶିକ୍ଷୟିତ୍ରୀ। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା  ଖଇରା ଥାନା ଅନ୍ତର୍ଗତ ରଟିଣା ଗାଁରେ। ଗତକାଲି ଗାଁରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସପ୍ତମ ଶ୍ରେଣୀର ଦୁଇ ଜଣ ଛାତ୍ର ଧନଜ୍ୱୟ ଓ ରାଜେଶ ମଧ୍ୟାହ୍ନ ଭୋଜନ ଖାଇ ନିକଟସ୍ଥ କେନାଲକୁ ହାତ ଧୋଇବାକୁ ଯାଇଥିଲେ। ଅସାବଧାନତା ଯୋଗୁ ସେମାନେ କେନାଲରେ ଭାସି ଯାଇଥିଲେ। ଖଇରା ଅଗ୍ନିଶମ କର୍ମଚାରୀମାନେ ଦୁଇ […]

soro

soro

Jyoshna Pradhan
  • Published: Saturday, 27 July 2019
  • Updated: 27 July 2019, 02:52 PM IST

Sports

Latest News

ସୋର(ଶଶିକାନ୍ତ ବେହେରା): ଦୀର୍ଘ ୧୦ ଘଣ୍ଟା ପରେ ଗାଁ ଲୋକଙ୍କ କବଳରୁ ଉଦ୍ଧାର ହେଲେ  ଶିକ୍ଷକ ଓ ଶିକ୍ଷୟିତ୍ରୀ। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା  ଖଇରା ଥାନା ଅନ୍ତର୍ଗତ ରଟିଣା ଗାଁରେ।

ଗତକାଲି ଗାଁରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସପ୍ତମ ଶ୍ରେଣୀର ଦୁଇ ଜଣ ଛାତ୍ର ଧନଜ୍ୱୟ ଓ ରାଜେଶ ମଧ୍ୟାହ୍ନ ଭୋଜନ ଖାଇ ନିକଟସ୍ଥ କେନାଲକୁ ହାତ ଧୋଇବାକୁ ଯାଇଥିଲେ। ଅସାବଧାନତା ଯୋଗୁ ସେମାନେ କେନାଲରେ ଭାସି ଯାଇଥିଲେ। ଖଇରା ଅଗ୍ନିଶମ କର୍ମଚାରୀମାନେ ଦୁଇ ଛାତ୍ରଙ୍କ ମୃତଦେହ ଉଦ୍ଧାର କରିଥିଲେ। ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ସ୍କୁଲ ପ୍ରଧାନ ଶିକ୍ଷକ ରମାକାନ୍ତ ଶତପଥୀଙ୍କ ସମେତ ୧୦ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଏକ ଘରେ ପୂରାଇ ବନ୍ଦ କରି ରଖିଥିଲେ।

ସୁରକ୍ଷା ଦୃଷ୍ଟିରୁ ଘଟଣାସ୍ଥଳରେ ଏକ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଥିଲା। ଏଥିସହ  ସୋର, ଖଇରା, ସିମୁଳିଆ ଓ ଔପଦା ଥାନାର ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ମଧ୍ୟ ପରିସ୍ଥିତି ଶାନ୍ତ ପଡ଼ି ନଥିଲା। ବାଲେଶ୍ୱର ସବ୍‌କଲେକ୍ଟର ନିଲୁ ମହାପାତ୍ର ଛାତ୍ରଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ପ୍ରତିଶ୍ରୁତି ଦେବା ପରେ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଗାଁ ଲୋକେ ଛାଡ଼ିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos