ରାଣୀ ପିମ୍ପୁଡିକୁ ଖୋଜୁଛି ବିଶେଷଜ୍ଞ ଟିମ୍‌!

ପିପିଲି (ଦ୍ଵିତିକୃଷ୍ଣ ପଟ୍ଟନାୟକ): ରାଣୀ ପିମ୍ପୁଡିକୁ ଖୋଜୁଛି ବିଶେଷଜ୍ଞ ଟିମ୍‌! ରାଣୀଙ୍କ ଠିକଣା ମିଳିଲେ, ପିମ୍ପୁଡି ଉତ୍ପାତରୁ ଲୋକଙ୍କୁ ବଞ୍ଚାଇ ହେବ ବୋଲି ମତପ୍ରକାଶ ପାଇଛି। ସେଥିପାଇଁ ରାଣୀ ପିମ୍ପୁଡିକୁ ଖୋଜିବାରେ ଲାଗି ପଡ଼ିଛି ଟିମ୍‌। ଆଜି ଏପରି ଚିତ୍ର ଆସିଛି ପୁରୀ ଜିଲ୍ଲାରୁ। ଲଘୁଚାପ ଜନିତ ବର୍ଷା ଯୋଗୁ ଘାଇଲା ହୋଇଥିଲେ ପିପିଲି ବାସୀ। ଆଜି ପର୍ଯ୍ୟନ୍ତ ଲୋକମାନେ ଅଣ୍ଟା ସଳଖି ପାରିନାହାନ୍ତି। ଏପରି ସମୟରେ ଅଥୟ କରୁଛନ୍ତି ପିମ୍ପୁଡ଼ି। ଘରେ ଓ ବାହାରେ ସବୁଆଡେ […]

Red-Ant

  • Published: Monday, 05 September 2022
  • , Updated: 05 September 2022, 05:15 PM IST

ପିପିଲି (ଦ୍ଵିତିକୃଷ୍ଣ ପଟ୍ଟନାୟକ): ରାଣୀ ପିମ୍ପୁଡିକୁ ଖୋଜୁଛି ବିଶେଷଜ୍ଞ ଟିମ୍‌! ରାଣୀଙ୍କ ଠିକଣା ମିଳିଲେ, ପିମ୍ପୁଡି ଉତ୍ପାତରୁ ଲୋକଙ୍କୁ ବଞ୍ଚାଇ ହେବ ବୋଲି ମତପ୍ରକାଶ ପାଇଛି। ସେଥିପାଇଁ ରାଣୀ ପିମ୍ପୁଡିକୁ ଖୋଜିବାରେ ଲାଗି ପଡ଼ିଛି ଟିମ୍‌। ଆଜି ଏପରି ଚିତ୍ର ଆସିଛି ପୁରୀ ଜିଲ୍ଲାରୁ।

ଲଘୁଚାପ ଜନିତ ବର୍ଷା ଯୋଗୁ ଘାଇଲା ହୋଇଥିଲେ ପିପିଲି ବାସୀ। ଆଜି ପର୍ଯ୍ୟନ୍ତ ଲୋକମାନେ ଅଣ୍ଟା ସଳଖି ପାରିନାହାନ୍ତି। ଏପରି ସମୟରେ ଅଥୟ କରୁଛନ୍ତି ପିମ୍ପୁଡ଼ି। ଘରେ ଓ ବାହାରେ ସବୁଆଡେ ଦେଖିବେ ପିମ୍ପୁଡ଼ିର ଧାଡ଼ି। ଅସ୍ତବ୍ୟସ୍ତ ହୋଇପଡ଼ିଲେଣି ଚନ୍ଦ୍ରାଦେଇପୁର ପଞ୍ଚାୟତ ବ୍ରାହ୍ମଣ ସାହିର ଲୋକେ।  ଏହି ନାଲି ପିମ୍ପୁଡ଼ିଙ୍କ ଉତ୍ପାତ ଯୋଗୁ ଲୋକେ ନା ଘର କାମ କରିପାରୁଛନ୍ତି ନା ବିଲ ବାଡି କାମ କରିପାରୁଛନ୍ତି। ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ପିମ୍ପୁଡ଼ି କାମୁଡ଼ୁଥିବା ଲୋକଙ୍କ ଗୋଡ଼ ଫୁଲି ଯାଉଥିବା ଦେଖିବାକୁ ମିଳୁଛି।

ନାଲି ପିମ୍ପୁଡ଼ିଙ୍କ ଉତ୍ପାଦନା ଗାଁ ଲୋକେ ତ୍ରାହୀତ୍ରାହୀ ଡାକୁଥିବା ବେଳେ ଆଜି ଭୁବନେଶ୍ୱର ଓୟୁଏଟିର ୪ ଜଣିଆ ପ୍ରତିନିଧି ଦଳ ବ୍ରାହ୍ମଣ ସାହିରେ ପହଞ୍ଚିଛନ୍ତି। ପିମ୍ପୁଡ଼ି କିଭଳି ନିୟନ୍ତ୍ରଣ କରାଯାଇ ପାରିବ ସେନେଇ ଗାଁ ଲୋକଙ୍କୁ ବିଭିନ୍ନ ଟପ୍ସ ଦେଇଛନ୍ତି। ଏଥିସହ ପିମ୍ପୁଡ଼ି ବାହାରୁଥିବା ସ୍ଥାନରେ ଔଷଧ ସିଞ୍ଚନ ପାଇଁ ପରାମର୍ଶ ଦେଇଛନ୍ତି। ଅନ୍ୟପକ୍ଷରେ ପିପିଲି ବିଡିଓ ରଶ୍ମିତା ନାଥ କହିଛନ୍ତି, ଆଜି ଔଷଧ ଛିଞ୍ଚନ ଆରମ୍ଭ ହୋଇଛି। ଦୁଇରୁ ତିନି ଦିନ ଭିତରେ ପିମ୍ପୁଡିମାନଙ୍କ ଉପଦ୍ରବ କମିଯିବ ବୋଲି ବିଡିଓ କହିଛନ୍ତି। ବର୍ଷା ପରେ ଗାଁ ଚାରି ପାର୍ଶ୍ୱରେ ବହୁ ଅନାବନା ଗଛ ଉଠିଛି। ଯେଉଁଥିପାଇଁ ଜଙ୍ଗଲିଆ ପରିବେଶ ସୃଷ୍ଟି ହୋଇଛି। ବର୍ତ୍ତମାନ ସେହି ଅନାବନା ଗଛକୁ କାଟିବା ପାଇଁ ସ୍ଥାନୀୟ ସରପଞ୍ଚଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ବିଡିଓ କହିଛନ୍ତି।

ସେପଟେ ଓୟୁଏଟିର ବରିଷ୍ଠ ବୈଜ୍ଞାନିକ ଡକ୍ଟର ସଞ୍ଜୟ କୁମାର ମହାନ୍ତି କହିଛନ୍ତି, ବନ୍ୟା ପାଣି ପିମ୍ପୁଡ଼ିଙ୍କ ବାସ ସ୍ଥାନରେ ପଶି ଯାଇଛି। ଯେଉଁଥିପାଇଁ ସେମାନେ ଉପରକୁ ଉଠି ଆସିଛନ୍ତି। ଏବେ ସେମାନେ ଗଛ ଛାଇ ଓ ବାଲି ଗଦାରେ ରହୁଛନ୍ତି। ଖାଦ୍ୟ ପାଇଁ ଏତେତେଣେ ବୁଲୁଛନ୍ତି। ଆଉ ସେହି ସମୟରେ ଯାହାକୁ ପାଉଛନ୍ତି, କାମୁଡ଼ୁଛନ୍ତି। ପିମ୍ପୁଡ଼ି ବାହାରୁଥିବା ସ୍ଥାନରେ ଔଷଧ ସିଞ୍ଚନ କରିବାକୁ ପଡ଼ିବ ବୋଲି ଡକ୍ଟର ମହାନ୍ତି କହିଛନ୍ତି।

Related story