ଟେକ୍ ମହିନ୍ଦ୍ରା ଅଫିସ ସିଲ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ମୈତ୍ରୀ ବିହାରରେ ଥିବା ଟେକ୍ ମହିନ୍ଦ୍ରା ଅଫିସକୁ ସିଲ୍ କରିଛି ବିଏମସି। ତିନି ଦିନ ଭିତରେ ଏହି ଅଫିସ୍‌ର ୭ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଟେକ୍ ମହିନ୍ଦ୍ରା ଅଫିସକୁ ସିଲ୍ କରାଯାଇଛି। ଆଜିଠାରୁ ପୂରା ବିଲ୍ଡିଂକୁ ସିଲ୍ କରାଯାଇଛି। ଏହାସହ ୨୦ ତାରିଖ ପର୍ଯ୍ୟନ୍ତ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ ସମସ୍ତ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବିଏମ୍‌ସି ପକ୍ଷରୁ ଟେକ୍ ମହିନ୍ଦ୍ରାର ସମସ୍ତ ୬୭   କର୍ମଚାରୀଙ୍କର କୋଭିଡ୍ ଟେଷ୍ଟ […]

90000000000000000000

Tapaswini Nayak
  • Published: Tuesday, 07 July 2020
  • , Updated: 07 July 2020, 02:34 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ମୈତ୍ରୀ ବିହାରରେ ଥିବା ଟେକ୍ ମହିନ୍ଦ୍ରା ଅଫିସକୁ ସିଲ୍ କରିଛି ବିଏମସି। ତିନି ଦିନ ଭିତରେ ଏହି ଅଫିସ୍‌ର ୭ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଟେକ୍ ମହିନ୍ଦ୍ରା ଅଫିସକୁ ସିଲ୍ କରାଯାଇଛି। ଆଜିଠାରୁ ପୂରା ବିଲ୍ଡିଂକୁ ସିଲ୍ କରାଯାଇଛି।
ଏହାସହ ୨୦ ତାରିଖ ପର୍ଯ୍ୟନ୍ତ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ ସମସ୍ତ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବିଏମ୍‌ସି ପକ୍ଷରୁ ଟେକ୍ ମହିନ୍ଦ୍ରାର ସମସ୍ତ ୬୭   କର୍ମଚାରୀଙ୍କର କୋଭିଡ୍ ଟେଷ୍ଟ କରାଯିବାକୁ ନିଷ୍ପତ୍ତି ହୋଇଛି ।

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୦୯୭ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୬,୪୮୬ ଜଣ ସୁସ୍ଥ ହୋଇସାରିଛନ୍ତି। ୩,୫୫୭ ଜଣ ବିଭିନ୍ନ କୋଭିଡ ହସ୍‌ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ରାଜ୍ୟରେ କରୋନାରେ ୪୨ ଜଣଙ୍କ ମୃତ୍ୟୁ ଘଟିଛି।

Related story