ରାଗ ସୁଝାଇଲେ ବାଲି ମାଫିଆ: ପୋଡିଦେଲେ ତହସିଲଦାରଙ୍କ କାର

ଅନୁଗୋଳ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ତହସିଲଦାରଙ୍କ କାରକୁ ପୋଡ଼ି ଦେଇଛନ୍ତି ବାଲି ମାଫିଆ। ଗତକାଲି ରାତି ପ୍ରାୟ ସାଢେ ୯ଟାରେ କିଛି ଦୁର୍ବୃତ୍ତ ତହସିଲଦାରଙ୍କ କ୍ୱାର୍ଟର୍ସରେ ପଶି କାର୍‌ରେ ନିଆଁ ଲଗାଇ ଦେଇଥିଲେ। ତହସିଲଦାର ଓ ତହସିଲ କର୍ମଚାରୀ ସେମାନଙ୍କୁ ଧରିବାକୁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇ ନଥିଲେ। ଏହା ବାଲି ମାଫିଆଙ୍କ କାଣ୍ଡ ବୋଲି ତହସିଲଦାର ଥାନାରେ ଅଭିଯୋଗ କରିଛନ୍ତି। ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି। କିଛି ଦିନ ତଳେ […]

Rakesh Mallick
  • Published: Tuesday, 12 September 2017
  • Updated: 12 September 2017, 01:37 PM IST

Sports

Latest News

ଅନୁଗୋଳ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ତହସିଲଦାରଙ୍କ କାରକୁ ପୋଡ଼ି ଦେଇଛନ୍ତି ବାଲି ମାଫିଆ। ଗତକାଲି ରାତି ପ୍ରାୟ ସାଢେ ୯ଟାରେ କିଛି ଦୁର୍ବୃତ୍ତ ତହସିଲଦାରଙ୍କ କ୍ୱାର୍ଟର୍ସରେ ପଶି କାର୍‌ରେ ନିଆଁ ଲଗାଇ ଦେଇଥିଲେ। ତହସିଲଦାର ଓ ତହସିଲ କର୍ମଚାରୀ ସେମାନଙ୍କୁ ଧରିବାକୁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇ ନଥିଲେ। ଏହା ବାଲି ମାଫିଆଙ୍କ କାଣ୍ଡ ବୋଲି ତହସିଲଦାର ଥାନାରେ ଅଭିଯୋଗ କରିଛନ୍ତି। ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି।

କିଛି ଦିନ ତଳେ ବେଆଇନ୍ ବାଲି ଉଠାଣକୁ ବନ୍ଦ କରିବାକୁ ଚେତାବନୀ ଦେଇଥିଲେ ତହସିଲଦାର। ସେହି ଦିନଠାରୁ ବାଲି ମାଫିଆମାନେ ତହସିଲଦାରଙ୍କୁ ଧମକଚମକ ଦେଇ ଆସୁଛନ୍ତି।

 

 

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos