୧୨ଟି ସହର ତାପମାତ୍ରା ୪୦ ଡେଇଁଲା, ରାଜଧାନୀରେ କେତେ ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ୧୨ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି। ଆଜି ଉତ୍ତପ୍ତ ସହର ରହିଛି ତାଳଚେର। ଏଠି ତାପମାତ୍ରା ୪୩.୮ ଡିଗ୍ରୀ ରହିଛି। ସେହିପରି ୩ଟି ସହର ତାପମାତ୍ରା ୪୩ ଓ ୨ଟି ସହର ୪୨ ଅତିକ୍ରମ କରିଛି। ଅନୁଗୋଳରେ ୪୩.୭, ଟିଟିଲାଗଡ଼ରେ ୪୩, ଝାରସୁଗୁଡ଼ାରେ ୪୨.୬, ବଲାଙ୍ଗୀରରେ ୪୨, ସମ୍ବଲପୁର ଓ ହୀରାକୁଦର ତାପମାତ୍ରା ୪୧.୧ ଡିଗ୍ରୀ ରହିଛି। ସେହିପରି ଭବାନୀପାଟଣା ଓ ମାଲକାନଗିରିର ତାପମାତ୍ରା ୪୦.୮ ଡିଗ୍ରୀ ରହିଥିବା ବେଳେ […]

temperture

Manoranjan Sial
  • Published: Monday, 15 April 2019
  • , Updated: 15 April 2019, 09:03 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ୧୨ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି। ଆଜି ଉତ୍ତପ୍ତ ସହର ରହିଛି ତାଳଚେର। ଏଠି ତାପମାତ୍ରା ୪୩.୮ ଡିଗ୍ରୀ ରହିଛି। ସେହିପରି ୩ଟି ସହର ତାପମାତ୍ରା ୪୩ ଓ ୨ଟି ସହର ୪୨ ଅତିକ୍ରମ କରିଛି।

ଅନୁଗୋଳରେ ୪୩.୭, ଟିଟିଲାଗଡ଼ରେ ୪୩, ଝାରସୁଗୁଡ଼ାରେ ୪୨.୬, ବଲାଙ୍ଗୀରରେ ୪୨, ସମ୍ବଲପୁର ଓ ହୀରାକୁଦର ତାପମାତ୍ରା ୪୧.୧ ଡିଗ୍ରୀ ରହିଛି। ସେହିପରି ଭବାନୀପାଟଣା ଓ ମାଲକାନଗିରିର ତାପମାତ୍ରା ୪୦.୮ ଡିଗ୍ରୀ ରହିଥିବା ବେଳେ ସୁନ୍ଦରଗଡ଼ରେ ୪୦.୫, କେନ୍ଦୁଝରରେ ୪୦.୧ ଓ ସୋନପୁରରେ ତାପମାତ୍ରା ୪୦ ଡିଗ୍ରୀ ରହିଛି।

ଆଜି ରାଜଧାନୀ ଭୁବନେଶ୍ୱର ତାପମାତ୍ର ୩୯.୬ ରହିଥିବା ବେଳେ କଟକରେ ୩୯ ଡିଗ୍ରୀ ରହିଛି। ଯାହାଫଳରେ ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇପଡ଼ିଛି। ଲୋକେ ଯିବା ଆସିବାରେ ନାହିଁନଥିବା ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି। ପୂର୍ବହ୍ନ ୧୧ଟା ବେଳକୁ ରାସ୍ତାଘାଟ ଶୂନଶାନ ହୋଇଯାଇଥିବା ଦେଖିବାକୁ ମିଳିଛି।

Related story