୩୯ ଡିଗ୍ରୀ ଛୁଇଁଲା ରାଜଧାନୀ ତାପମାତ୍ରା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ତାତି ବଢ଼ିବାରେ ଲାଗିଛି। ଫେବୃଆରୀ ସରିନି ମେ’ ମାସ ପରି ତାତି ଅନୁଭୁତ ହେଲାଣି। ଗତକାଲି ରାଜଧାନୀର ତାପମାତ୍ରା ୩୯ ଡିଗ୍ରୀ ଟପି ଯାଇଥିଲା। ଆଜି ତାପମାତ୍ରା ଆହୁରି ବଢିପାରେ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ପାଣିପାଗ ବିଭାଗ ଅନୁସାରେ ଆସନ୍ତାକାଲି ପାଗ ବଦଳି ପାରେ। ୨୬ରେ ରାଜ୍ୟରେ ବର୍ଷା ସମ୍ଭାବନା ଥିବା ମଧ୍ୟ ପାଣିପାଗ ବିଭାଗ ଅନୁମାନ କରିଛି। କେବଳ ଭୁବନେଶ୍ୱର ନୁହେଁ, ରାଜ୍ୟର ୧୩ଟି ସହରର […]

heat

Jyoshna Pradhan
  • Published: Saturday, 23 February 2019
  • , Updated: 23 February 2019, 12:04 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ତାତି ବଢ଼ିବାରେ ଲାଗିଛି। ଫେବୃଆରୀ ସରିନି ମେ’ ମାସ ପରି ତାତି ଅନୁଭୁତ ହେଲାଣି। ଗତକାଲି ରାଜଧାନୀର ତାପମାତ୍ରା ୩୯ ଡିଗ୍ରୀ ଟପି ଯାଇଥିଲା। ଆଜି ତାପମାତ୍ରା ଆହୁରି ବଢିପାରେ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି।

ପାଣିପାଗ ବିଭାଗ ଅନୁସାରେ ଆସନ୍ତାକାଲି ପାଗ ବଦଳି ପାରେ। ୨୬ରେ ରାଜ୍ୟରେ ବର୍ଷା ସମ୍ଭାବନା ଥିବା ମଧ୍ୟ ପାଣିପାଗ ବିଭାଗ ଅନୁମାନ କରିଛି।

କେବଳ ଭୁବନେଶ୍ୱର ନୁହେଁ, ରାଜ୍ୟର ୧୩ଟି ସହରର ତାପମାତ୍ରା ୩୫ ଡିଗ୍ରୀ ଟପିଛି।

Related story