ପଲଟିଲେ ସରକାର: ସବୁ ଚ୍ୟାନେଲ କରିପାରିବେ ରଥଯାତ୍ରା ସିଧା ପ୍ରସାରଣ , ସର୍ତ୍ତ ଜାରି !

ପୁରୀ( ଓଡ଼ିଶା ରିପୋର୍ଟର): ପଲଟିଲେ ସରକାର। ରଥଯାତ୍ରାର ସିଧା ପ୍ରସାରଣକୁ ନେଇ ଏଥର ହୋଇଥିବା ନିଲାମ ବ୍ୟବସ୍ଥାକୁ ଚାରିଆଡ଼ୁ ବିରୋଧ ହେବା ପରେ ନିଷ୍ପତ୍ତି ବଦଳାଇଛି ଶ୍ରୀମନ୍ଦିର ପ୍ରଶାସନ। ଏଥିସହ ପୁରୀ ରଥଯାତ୍ରାର ସିଧାପ୍ରସାରଣ ଅଧିକାର ପାଇଁ ବିଡିଂ ପ୍ରସଙ୍ଗରେ ଦ୍ୱନ୍ଦ୍ୱ ଦୂର ହୋଇଛି। ନୂଆ ନିଷ୍ପତ୍ତି ଅନୁଯାୟୀ, ଏଥର ଗୋଟିଏ ନୁହେଁ, ସମସ୍ତ ଚ୍ୟାନେଲକୁ ମିଳିବ ରଥଯାତ୍ରା ସିଧାପ୍ରସାରଣ ଅଧିକାର। ସ୍ନାନଯାତ୍ରାଠୁ ଆରମ୍ଭ କରି ରଥଯାତ୍ରା, ବାହୁଡ଼ା, ସୁନାବେଶ, ଅଧରପଣା ଓ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ସମସ୍ତ […]

puri

Jitendra Garnayak
  • Published: Tuesday, 11 June 2019
  • , Updated: 11 June 2019, 02:32 PM IST

ପୁରୀ( ଓଡ଼ିଶା ରିପୋର୍ଟର): ପଲଟିଲେ ସରକାର। ରଥଯାତ୍ରାର ସିଧା ପ୍ରସାରଣକୁ ନେଇ ଏଥର ହୋଇଥିବା ନିଲାମ ବ୍ୟବସ୍ଥାକୁ ଚାରିଆଡ଼ୁ ବିରୋଧ ହେବା ପରେ ନିଷ୍ପତ୍ତି ବଦଳାଇଛି ଶ୍ରୀମନ୍ଦିର ପ୍ରଶାସନ। ଏଥିସହ ପୁରୀ ରଥଯାତ୍ରାର ସିଧାପ୍ରସାରଣ ଅଧିକାର ପାଇଁ ବିଡିଂ ପ୍ରସଙ୍ଗରେ ଦ୍ୱନ୍ଦ୍ୱ ଦୂର ହୋଇଛି। ନୂଆ ନିଷ୍ପତ୍ତି ଅନୁଯାୟୀ, ଏଥର ଗୋଟିଏ ନୁହେଁ, ସମସ୍ତ ଚ୍ୟାନେଲକୁ ମିଳିବ ରଥଯାତ୍ରା ସିଧାପ୍ରସାରଣ ଅଧିକାର। ସ୍ନାନଯାତ୍ରାଠୁ ଆରମ୍ଭ କରି ରଥଯାତ୍ରା, ବାହୁଡ଼ା, ସୁନାବେଶ, ଅଧରପଣା ଓ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ସମସ୍ତ ଚ୍ୟାନେଲ ସିଧାପ୍ରସାରଣ କରିପାରିବେ। କୌଣସି ଚ୍ୟାନେଲ ରଥଯାତ୍ରା ପ୍ରସାରଣରୁ ବାଦ୍ ପଡ଼ିବେ ନାହିଁ। ଏଥିପାଇଁ ଚ୍ୟାନେଲମାନଙ୍କୁ ଶ୍ରୀମନ୍ଦିର ପାଣ୍ଠିକୁ କିଛି ଅର୍ଥ ଦେବାକୁ କୁହାଯିବ। ରଥଯାତ୍ରା ସିଧାପ୍ରସାରଣ ବିଡିଂ ପ୍ରସଙ୍ଗରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର।

ପୂର୍ବରୁ ରଥଯାତ୍ରାର ସିଧାପ୍ରସାରଣ ଅଧିକାର ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଲାମ ଆବେଦନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏଥିପାଇଁ  ବିଡିଂ ଆହ୍ୱାନ କରାଯାଇଥିବା ବେଳେ ୭ଟି ଚ୍ୟାନେଲ ଆବେଦନ କରିଥିଲେ। ସେଥିରେ ଓଟିଭିର ସର୍ବୋଚ୍ଚ ବିଡିଂ ପରିମାଣ ରହିଥିଲା। ତେବେ ଟିଭିରେ ରଥଯାତ୍ରା ଲାଇଭ୍ ପାଇଁ ପ୍ରଶାସନର ବିଡିଂ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଏର ହୋଇଛି।

ପୁରୀର ଆଇନଜୀବୀ ପ୍ରସନ୍ନ କୁମାର ଦାଶ ଏହି ମାମଲା ଦାଏର କରିଛନ୍ତି। ବିଡିଂ ପ୍ରକ୍ରିୟା ଶ୍ରୀମନ୍ଦିର ଆଇନର ଉଲ୍ଲଂଘନ କରୁଥିବାରୁ ପ୍ରକାଶିତ ବିଜ୍ଞପ୍ତିକୁ ରଦ୍ଦ କରିବାକୁ ଏଥିରେ ଆବେଦନ କରାଯାଇଛି।

Related story