ସ୍ଥାଣୁ ପାଲଟିଛି ମହିଳା କମିଶନ, ପଡ଼ି ରହିଛି ୧୦ ହଜାର ମାମଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ମହିଳାଙ୍କ ଉପରେ ହିଂସା ଓ ଅତ୍ୟାଚାର ମାମଲା ବଢ଼ିଚାଲିଛି। ଏପରିକି ରାଜ୍ୟ ମହିଳା କମିଶନରେ ଅଭିଯୋଗ ସତ୍ତ୍ୱେ ନିର୍ଯାତିତ ମହିଳାମାନଙ୍କୁ ନ୍ୟାୟ ମିଳୁପାରୁନି। ଯେଉଁଥିପାଇଁ ଏବେ ରାଜ୍ୟ ମହିଳା କମିଶନଙ୍କ ପାଖରେ ପ୍ରାୟ ୧୦ହଜାରରୁ ଅଧିକ ମାମଲା ବିଚାରାଧୀନ ଅବସ୍ଥାରେ ପଡ଼ିରହିଛି। ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ବିଧାନସଭାରେ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟ ମହିଳା କମିଶନଙ୍କ ପାଖରେ ୧୦୧୩୦ଟି ଯୌତୁକଜନିତ ମୃତ୍ୟୁ, […]

tukuni

tukuni

Manoranjan Sial
  • Published: Saturday, 15 February 2020
  • Updated: 15 February 2020, 10:14 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ମହିଳାଙ୍କ ଉପରେ ହିଂସା ଓ ଅତ୍ୟାଚାର ମାମଲା ବଢ଼ିଚାଲିଛି। ଏପରିକି ରାଜ୍ୟ ମହିଳା କମିଶନରେ ଅଭିଯୋଗ ସତ୍ତ୍ୱେ ନିର୍ଯାତିତ ମହିଳାମାନଙ୍କୁ ନ୍ୟାୟ ମିଳୁପାରୁନି। ଯେଉଁଥିପାଇଁ ଏବେ ରାଜ୍ୟ ମହିଳା କମିଶନଙ୍କ ପାଖରେ ପ୍ରାୟ ୧୦ହଜାରରୁ ଅଧିକ ମାମଲା ବିଚାରାଧୀନ ଅବସ୍ଥାରେ ପଡ଼ିରହିଛି।

ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ବିଧାନସଭାରେ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟ ମହିଳା କମିଶନଙ୍କ ପାଖରେ ୧୦୧୩୦ଟି ଯୌତୁକଜନିତ ମୃତ୍ୟୁ, ସନ୍ଦେହଜନକ ମୃତ୍ୟୁ, ଯୌତୁକ ନିର୍ଯାତନା, ଘରୋଇ ହିଂସା, ଦୁଷ୍କର୍ମ, ବିବାହର ମିଥ୍ୟା ପ୍ରତିଶ୍ରୁତି, ଅପହରଣ/ନିଖୋଜ, ସମ୍ପତ୍ତି ଅଧିକାରୀ, ଯୌନ ନିର୍ଯାତନା, କର୍ମକ୍ଷେତ୍ରରେ ହରଇାଣ, ଅଶୋଭନୀୟ ଆଚରଣ ପ୍ରଦର୍ଶନ ଓ ମହିଳା ଅଧିକାର ଉଲ୍ଲଘଂନ ଧରଣର ଆବେଦନ ବିଚାରାଧୀନ ଅଛି। ୧୯୯୩ ମସିହାରୁ ୨୦୨୦ ମସିହା ଜାନୁୟାରୀ ମାସ ମଧ୍ୟରେ ମୋଟ ୭୨,୪୮୩ଟି ଅଭିଯୋଗ ପଞ୍ଜିକୃତ ହୋଇଥିବାବେଳେ ୬୨,୩୫୩ଟି ଅଭିଯୋଗର ସମାଧାନ ହୋଇଛି। ରାଜ୍ୟ ମହିଳା କମିଶନଙ୍କ ନିକଟରେ ୨୦୧୭ ମସିହାରେ ୩୦୮୭ଟି ମାମଲା ପଞ୍ଜିକୃତ ହୋଇଥିବାବେଳେ ୨୪୩୫ଟିର ସମାଧାନ ହୋଇଥିଲା । ସେହିପରି ୨୦୧୮ ମସିହାରେ ୨୮୮୨ଟି, ୨୦୧୯ରେ ୨୫୯୫ଟି ଓ ୨୦୨୦ ଜାନୁୟାରୀ ଶେଷ ସୁଦ୍ଧା ୧୮୪ଟି ମାମଲା ପଞ୍ଜିକୃତ ହୋଇଥିବାବେଳେ ଏସବୁ ମସିହାରେ ଯଥାକ୍ରମେ ୩୨୬୨ଟି, ୧୫୫୨ଟି ଓ ୫୦ଟି ମାମଲାର ସମାଧାନ ହୋଇଛି। ୨୦୧୮-୧୯ ମସିହାରେ ମୋଟ ୨୭୨୯ଟି ମାମଲା ପଞ୍ଜିକରଣ ହୋଇଥିବାବେଳେ ୨୦୫୧ଟି ମାମଲାର ସମାଧାନ ହୋଇଥିବା ଜଣାପଡ଼ିଛି ।

ତେବେ ରାଜ୍ୟରେ ଦୀର୍ଘବର୍ଷ ଧରି ସ୍ଥାୟୀ ମହିଳା କମିଶନ ଅଧ୍ୟକ୍ଷା ଥିବାବେଳେ ୧୦ହଜାରରୁ ଅଧିକ ମାମଲା କିଭଳି ପଡ଼ିରହିଛି ତାକୁ ନେଇ ପ୍ରଶ୍ନ ଉଠିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story