ଝଟକା ଦେଲେ ରାଜ୍ୟ ସରକାର, କମାଇଲେ କେନ୍ଦୁପତ୍ର ତୋଳାଳି ଓ ବନ୍ଧାଳିଙ୍କ ବୋନସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦୁପତ୍ର ତୋଳାଳି ଓ ବନ୍ଧାଳିଙ୍କ ବୋନସ୍‌ ହ୍ରାସ କରି ରାଜ୍ୟ ସରକାର ଆଜି କେନ୍ଦୁପତ୍ର ଶ୍ରମିକଙ୍କୁ ଏକ ବଡ଼ ଝଟ୍‌କା ଦେଇଛନ୍ତି। କେନ୍ଦୁପତ୍ର ତୋଳାଳିଙ୍କ ବୋନସ୍‌ ୧୦୦ ପ୍ରତିଶତରୁ ୫୦ ପ୍ରତିଶତକୁ ଓ କେନ୍ଦୁପତ୍ର ବନ୍ଧାଳିଙ୍କ ବୋନସ୍‌ ୨୦ ପ୍ରତିଶତରୁ ୧୦ ପ୍ରତିଶତକୁ କମାଇ ଦିଆଯାଇଛି। ଏନେଇ ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କେନ୍ଦୁପତ୍ର ଉନ୍ନୟନ ବୋର୍ଡର ବୈଠକ ବସିଥିଲା। […]

TENDU-LEAF-WORKERS-JOLTED-BY-ODISHA-GOVTS-DRASTIC-CUT-IN-BONUS-AMOUNT

Manoranjan Sial
  • Published: Tuesday, 09 July 2019
  • , Updated: 09 July 2019, 07:52 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦୁପତ୍ର ତୋଳାଳି ଓ ବନ୍ଧାଳିଙ୍କ ବୋନସ୍‌ ହ୍ରାସ କରି ରାଜ୍ୟ ସରକାର ଆଜି କେନ୍ଦୁପତ୍ର ଶ୍ରମିକଙ୍କୁ ଏକ ବଡ଼ ଝଟ୍‌କା ଦେଇଛନ୍ତି। କେନ୍ଦୁପତ୍ର ତୋଳାଳିଙ୍କ ବୋନସ୍‌ ୧୦୦ ପ୍ରତିଶତରୁ ୫୦ ପ୍ରତିଶତକୁ ଓ କେନ୍ଦୁପତ୍ର ବନ୍ଧାଳିଙ୍କ ବୋନସ୍‌ ୨୦ ପ୍ରତିଶତରୁ ୧୦ ପ୍ରତିଶତକୁ କମାଇ ଦିଆଯାଇଛି। ଏନେଇ ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କେନ୍ଦୁପତ୍ର ଉନ୍ନୟନ ବୋର୍ଡର ବୈଠକ ବସିଥିଲା। GST ଓ ପ୍ରତିକୂଳ ପାଣିପାଗ ପ୍ରଭାବରୁ ହେଉଥିବା କ୍ଷତି ଯୋଗୁ କେନ୍ଦୁପତ୍ର ତୋଳାଳି ଓ ବନ୍ଧାଳିଙ୍କ ବୋନସ୍‌ ହ୍ରାସ ପାଇଁ ନିଷ୍ପତ୍ତି ହୋଇଛି ବୋଲି ସୂଚନା ମିଳିଛି। ବୋନସ ହ୍ରାସ ଯୋଗୁ ୮ ଲକ୍ଷ କେନ୍ଦୁପତ୍ର ତୋଳାଳି ପ୍ରଭାବିତ ହେବେ ବୋଲି ଆକଳନ କରାଯାଉଛି।

ସେପଟେ ୨୦୧୮ ମସିହା ପାଇଁ କେନ୍ଦୁପତ୍ର ତୋଳାଳି, ବନ୍ଧେଇ ଶ୍ରମିକ ଓ ସାମୟିକ କର୍ମଚାରୀମାନଙ୍କୁ ବୋନସ୍ ଓ ପ୍ରୋତ୍ସାହନ ରାଶି ବାବଦରେ ୨୨୨ କୋଟି ଟଙ୍କା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

Related story