୧୦ଟି ଜିଲ୍ଲାରେ ଶିଳ୍ପର ବିକାଶ ପାଇଁ ଲ୍ୟାଣ୍ଡ୍ ବ୍ୟାଙ୍କ୍ ପ୍ରତିଷ୍ଠା କରିବ ଇଡକୋ

ଭୁବନେଶ୍ୱର: ରାଜ୍ୟରେ ଶିଳ୍ପର ବିକାଶ ପାଇଁ ଲ୍ୟାଣ୍ଡ ବ୍ୟାଙ୍କ କରିବ ଇଡକୋ। ଏଥିପାଇଁ ୨ ଲକ୍ଷ ଏକର ଜମି ଇଡକୋ ଚିହ୍ନଟ କରିଛି । ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ବୈଠକରେ  ୧୦ଟି ଜିଲ୍ଲାରେ ଶିଳ୍ପର ବିକାଶ ପାଇଁ ଇଡକୋ ଲ୍ୟାଣ୍ଡ ବ୍ୟାଙ୍କ କରିବ ନିଷ୍ପତ୍ତି ନିଆଯାଇଥିଲା । ଏହି ଜିଲ୍ଲା ମଧ୍ୟରେ ଜଗସିଂହପୁରର ପାରାଦୀପ, ଭଦ୍ରକର ଧାମରା, କଟକ, ଖୋର୍ଦ୍ଧା, ଢେଙ୍କ।ନାଳ, […]

chifminister

Rakesh Mallick
  • Published: Friday, 24 July 2015
  • , Updated: 24 July 2015, 10:13 AM IST

ଭୁବନେଶ୍ୱର: ରାଜ୍ୟରେ ଶିଳ୍ପର ବିକାଶ ପାଇଁ ଲ୍ୟାଣ୍ଡ ବ୍ୟାଙ୍କ କରିବ ଇଡକୋ। ଏଥିପାଇଁ ୨ ଲକ୍ଷ ଏକର ଜମି ଇଡକୋ ଚିହ୍ନଟ କରିଛି । ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ବୈଠକରେ  ୧୦ଟି ଜିଲ୍ଲାରେ ଶିଳ୍ପର ବିକାଶ ପାଇଁ ଇଡକୋ ଲ୍ୟାଣ୍ଡ ବ୍ୟାଙ୍କ କରିବ ନିଷ୍ପତ୍ତି ନିଆଯାଇଥିଲା । ଏହି ଜିଲ୍ଲା ମଧ୍ୟରେ ଜଗସିଂହପୁରର ପାରାଦୀପ, ଭଦ୍ରକର ଧାମରା, କଟକ, ଖୋର୍ଦ୍ଧା, ଢେଙ୍କ।ନାଳ, ଅନୁଗୁଳ, ସୁନ୍ଦରଗଡର ରାଉରକେଲା, ଝାରସୁଗୁଡା, ଯାଜପୁରର କଳିଙ୍ଗନଗର, ଏବଂ ବାଲେଶ୍ୱର ଜିଲ୍ଲାରେ ଲ୍ୟାଣ୍ଡ ବ୍ୟାଙ୍କ କରିବ  । ନିର୍ଦ୍ଦିଷ୍ଟ ଶିଳ୍ପ କ୍ଷେତ୍ର ପାଇଁ ନିର୍ଦ୍ଦିଷ୍ଟ ଇଣ୍ଡଷ୍ଟ୍ରିଅଲ୍ ପାର୍କ କାମ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତି ମାସରେ ମୁଖ୍ୟ ଶାସନ ସଚିବ ଏହାର ସମୀକ୍ଷା କରି ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେବେ।

Related story