ଗୋ ସୁରକ୍ଷା କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ବ୍ୟବସାୟୀ

Ordigital Desk
  • Published: Sunday, 09 July 2017
  • , Updated: 09 July 2017, 01:56 PM IST
<p>କଟକ: ଗୋରୁହାଟର ଫଟୋ ଉତ୍ତୋଳନ କରୁଥିବା ବେଳେ ଗୋ ସୁରକ୍ଷା କର୍ମୀଙ୍କୁ ନିସ୍ତୁକ ମାଡ଼ &nbsp;ମରାଯାଇଥିବା ଅଭିଯୋଗ ହୋଇଛି। କଟକ ଜିଲ୍ଲା ବାଙ୍କି ବୈଦେଶ୍ୱର ଥାନା ଅନ୍ତର୍ଗତ ଧଳାପଧର ଗୋରୁ ହାଟରେ ଏହାକୁ ନେଇ ଉତ୍ତେଜନା ଲାଗି ରହିଛି।</p> <p>ଧଳାପଥର ଗୋରୁ ହାଟରେ ଆଜି ରବିବାର ଗୋରୁ କିଣାବିକା ଚାଲିଥିବା ବେଳେ କିଛି ଗୋ ସୁରକ୍ଷା କର୍ମୀ ହାଟକୁ ଯାଇ ଫଟୋ ଉଠାଉଥିଲେ। ଗୋରୁ ବ୍ୟବସାୟୀମାନେ ଏହାକୁ ବିରୋଧ କରିବା ସହ ୪ ଜଣଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଗୋ ସୁରକ୍ଷା କର୍ମୀଙ୍କୁ ବ୍ୟବସାୟୀମାନେ ଗୋଡ଼ାଇ ଗୋଡ଼ାଇ ପିଟିଥିବା ଅଭିଯୋଗ ହୋଇଛି। ଏଥିରେ ୪ଜଣ ଆହତ ହୋଇଛନ୍ତି।&nbsp; ଗୋସୁରକ୍ଷା କର୍ମକର୍ତ୍ତାଙ୍କୁ ମାଡ଼ ମାରିଥିବା ୩ ଜଣ ଆକ୍ରମଣକାରୀଙ୍କୁ ସ୍ଥାନୀୟ ଲୋକେ ଅଟକ ରଖିଥିଲେ। ପରେ ପୋଲିସ୍ ଆସି ଘଟଣାରେ ହସ୍ତକ୍ଷେପ କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।</p>

Related story