ପାରାଦୀପ(ରମାକାନ୍ତ ନାୟକ): ପାରାଦୀପରେ JSW କାରଖାନା ଓ ଉତ୍କଳ ଷ୍ଟିଲ୍ ପ୍ଲାଣ୍ଟ ପାଇଁ ଜନ ଶୁଣାଣି ବେଳେ ଉତ୍ତେଜନା ପ୍ରକାଶ ପାଇଛି। ଜନ ଶୁଣାଣିକୁ ସ୍ଥାନୀୟ ଲୋକଙ୍କ ପ୍ରବଳ ବିରୋଧ କରିଛନ୍ତି। ପ୍ରକଳ୍ପକୁ ବିରୋଧ କରୁଥିବା ଗ୍ରାମବାସୀ ଓ ପୁଲିସ ମଧ୍ୟରେ ଠେଲାପେଲା ହୋଇଛି।
JSW ଇଣ୍ଟିଗ୍ରେଟେଡ୍ ପ୍ଲାଣ୍ଟ ସ୍ଥାପନ ଲାଗି ଆବଶ୍ୟକ ପରିବେଶ ମଞ୍ଜୁରି ପାଇଁ ଜଗତସିଂହପୁର ଜିଲ୍ଲା ଗଡ଼କୁଜଙ୍ଗ ରଥଦାଣ୍ଡରେ ଜନଶୁଣାଣି ବେଳେ ଏହି ଉତ୍ତେଜନା ଦେଖାଦେଇଛି। JSW ସଂଗ୍ରାମ ସମିତି, ଢ଼ିଙ୍କିଆ ପଞ୍ଚାୟତବାସୀ, ନୂଆଗାଁ ର କେତେକ ଜଙ୍ଗଲ କମିଟି ଏବଂ ନୋଳିଆସାହି ବାସିନ୍ଦା ପ୍ରକଳ୍ପକୁ ବିରୋଧ କରି ଜନଶୁଣାଣୀକୁ ବର୍ଜନ କରିଛନ୍ତି।
ପସ୍କୋ କାରଖାନା ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଚୁକ୍ତି କରିଥିଲେ। ଏଥିପାଇଁ ଜମି ଜବରଦଖଲ କରାଯାଇଛି। ମାତ୍ର ସ୍ଥାନୀୟ ଲୋକଙ୍କ ପ୍ରବଳ ବିରୋଧ ଯୋଗୁଁ କାରଖାନା ପ୍ରତିଷ୍ଠା ହୋଇପାରିଲା ନାହିଁ। ଫଳରେ ଫେରିଗଲା ପସ୍କୋ। ଏବେ ସେହି ଜାଗାରେ JSW କାରଖାନା ପ୍ରତିଷ୍ଠା କରିବ। ଏବେ JSW କୁ ମଧ୍ୟ ବିରୋଧ କରାଯାଉଛି। ଯେଉଁଥିପାଇଁ ଆଜି ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ହଂସିକା ଓ ଅନୀଲଙ୍କ ସମ୍ପତ୍ତି ଶହେ କୋଟି ପାର୍ କଲାଣି!
ପୂର୍ବରୁ ପୋର୍ସେ, ଜାଗୁଆର, BMW ଭଳି ୬ଟି ଦାମୀ କାର୍ ପରେ ଆଜି ୩କୋଟି ଟଙ୍କାର ଏକ ମର୍ସିଡିଜ କାର ଜବତ କରିଛି କମିସନ୍ରେଟ୍ ପୁଲିସ୍। ଏକ ପରିତ୍ୟକ୍ତ ସ୍ଥାନରେ କାରଟି ଲୁଚାଇ ରଖାଯାଇଥିଲା।
Crime
୮ ବର୍ଷ ତଳେ ଗିରଫ ହୋଇଥିଲେ, ତଥାପି ସୁଧୁରିଲେନି; ପୁଣି ଲାଞ୍ଚ ନେଇ ବନ୍ଧା ହେଲେ
ଲାଞ୍ଚ ନେଇ ଧରାପଡ଼ିବା ପରେ ଏଆରଆଇ ଶ୍ରୀ ବେହେରାଙ୍କ ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା।
Crime
ମିଛ ଚିଠି ଦେଖାଇଥିଲେ, ଭାଙ୍ଗିପାରେ ବୈକୁଣ୍ଠଧାମ ଆଶ୍ରମ
ଭୁବନେଶ୍ୱର ଘାଟିକିଆ ମୌଜାର ଖାତା ନଂ 2333ର ପ୍ଲଟ ନଂ 1215 ଉପରେଥିବା ବୈକୁଣ୍ଠ ଧାମ ଆଶ୍ରମର ନିର୍ମାଣ ହୋଇଛି। ଏହା ଉପରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ଗତ ନଭେମ୍ବର ମାସ 21 ତାରିଖରେ ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଜାରୀ କରିଥିଲେ।
Miscellaneous
ରୁଷରେ ଶାନ୍ତିର ବାର୍ତ୍ତା ପ୍ରଚାର କରୁଛନ୍ତି ବିକେ ସୁଧାରାଣୀ; ସମ୍ମାନିତ କଲେ ରାଷ୍ଟ୍ରପତି
ପ୍ରଧାନମନ୍ତ୍ରୀଙ୍କ ଟାକ୍ସ ‘ପରବର୍ତ୍ତୀ ସମୟରେ ଆଉ ୫ ଜଣଙ୍କୁ ସାଥୀରେ ଆଣିବାକୁ’ ନେଇ ବିକେ ସୁଧାରାଣୀ ଗୁପ୍ତା କହିଛନ୍ତି, ନିଶ୍ଚିତ ଭାବେ ପରବର୍ତ୍ତୀ ପ୍ରବାସୀ ଭାରତୀୟ ଦିବସରେ ଆମେ ଆଉ ୫ ଜଣଙ୍କୁ ସାଥୀରେ ଧରି ଆସିବୁ।
Miscellaneous
ଓଡ଼ିଆ ଝିଅ, ଇଂଲଣ୍ଡରେ ଗଢିଛନ୍ତି ଜଗନ୍ନାଥ ମନ୍ଦିର
୨୦୨୧ ମସିହାରେ ମହାପ୍ରଭୁଙ୍କ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରିଛୁ। ରୀତିନୀତି ଅନୁସାରେ ମହାପ୍ରଭୁଙ୍କ ପୂଜା ନୀତି ସମ୍ପନ୍ନ ହେଉଛି। ଦୂର ଦୂରାନ୍ତ ଶ୍ରାଦ୍ଧାଳୁମାନେ ଆସୁଛନ୍ତି। ପ୍ରତିଦିନ ମହାପ୍ରସାଦ ଓ ଛପନ ଭୋଗ ପ୍ରସ୍ତୁତ ହେଉଛି।