ଅସୁସ୍ଥ ଅନୁଭବ କରିବାରୁ ଡାକ୍ତରଖାନା ଆସିଥିଲେ, ଇଞ୍ଜେକ୍‌ସନ୍‌ ଦେବା ପରେ ଚାଲିଗଲା ଜୀବନ

ବାଲେଶ୍ୱର (ରଣଜିତ୍‌ ପାକଳ): ବାଲେଶ୍ୱର ମେଡିକାଲ୍‌ କଲେଜ୍‌ ଓ ହସ୍‌ପିଟାଲରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖା ଦେଇଛି। ମୃତକ ହେଲେ ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଦହପଡ଼ା ଗାଁର ମଧୁସୂଦନ ପ୍ରଧାନ। ଭୁଲ୍‌ ଇଞ୍ଜେକ୍‌ସନ୍‌ ଯୋଗୁ ମଧୁସୂଦନଙ୍କ ମୃତ୍ୟୁ ଘଟିଥିବା ତାଙ୍କ ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି। ଗତକାଲି ରାତି ପ୍ରାୟ ୧୦ଟା ବେଳେ ମଧୁସୂଦନ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ବାଲେଶ୍ୱର ମେଡିକାଲ୍ କଲେଜ୍ ଓ ହସ୍‌ପିଟାଲ୍‌କୁ ଅଣାଯାଇଥିଲା। ପ୍ରଥମେ ସେ ଆଉଟ୍‌ଡୋର୍‌ରେ ଟିକେଟ୍ କରି […]

deadbody

Jitendra Garnayak
  • Published: Sunday, 23 December 2018
  • , Updated: 23 December 2018, 08:49 AM IST

ବାଲେଶ୍ୱର (ରଣଜିତ୍‌ ପାକଳ): ବାଲେଶ୍ୱର ମେଡିକାଲ୍‌ କଲେଜ୍‌ ଓ ହସ୍‌ପିଟାଲରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖା ଦେଇଛି।

ମୃତକ ହେଲେ ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଦହପଡ଼ା ଗାଁର ମଧୁସୂଦନ ପ୍ରଧାନ। ଭୁଲ୍‌ ଇଞ୍ଜେକ୍‌ସନ୍‌ ଯୋଗୁ ମଧୁସୂଦନଙ୍କ ମୃତ୍ୟୁ ଘଟିଥିବା ତାଙ୍କ ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି।

ଗତକାଲି ରାତି ପ୍ରାୟ ୧୦ଟା ବେଳେ ମଧୁସୂଦନ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ବାଲେଶ୍ୱର ମେଡିକାଲ୍ କଲେଜ୍ ଓ ହସ୍‌ପିଟାଲ୍‌କୁ ଅଣାଯାଇଥିଲା। ପ୍ରଥମେ ସେ ଆଉଟ୍‌ଡୋର୍‌ରେ ଟିକେଟ୍ କରି ଡାକ୍ତରଙ୍କୁ ଦେଖାଇଥିଲେ। ସେଠାରେ ତାଙ୍କୁ ଗୋଟେ ଇଞ୍ଜେକ୍‌ସନ୍‌ ଦେବା ପରେ ବେଡ୍‌କୁ ଯିବାକୁ କୁହାଯାଇଥିଲା। ବେଡ୍‌କୁ ଯିବା ପରେ ତାଙ୍କୁ ଅକ୍ସିଜେନ୍ ଦିଆଯାଇଥିଲା। ତା’ପରେ ଆଉ ଏକ ଇଞ୍ଜେକ୍‌ସନ୍‌ ଦିଆଯାଇଥିଲା। ଏହି ଇଞ୍ଜେକ୍‌ସନ୍‌ ଦିଆଯିବା ପରେ ମଧୁସୂଦନଙ୍କର ମୃତ୍ୟୁ ଘଟିଥିଲା ବୋଲି ତାଙ୍କ ବଡ଼ ଭାଇ ଅଜୟ ପ୍ରଧାନ କହିଛନ୍ତି।
ମଧୁସୂଦନଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ଭୁଲ୍ ଇଞ୍ଜେକ୍‌ସନ୍‌ ଦିଆଯାଇଥିଲା। ସେ ଡାକ୍ତରଖାନା ଆସିବା ବେଳେ ସେତେ ଗୁରୁତର ଥିବା ଲାଗୁ ନଥିଲେ। କାରଣ ସେ ବାଇକ୍‌ରେ ବସି ଡାକ୍ତରଖାନା ଆସିଥିଲେ।

ମଧୁସୂଦନଙ୍କ ମୃତ୍ୟୁ ପରେ ତାଙ୍କ ସଂପର୍କୀୟମାନେ ଡାକ୍ତରଖାନାରେ ପାଟିତୁଣ୍ଡ କରିବା ସହିତ ଭଙ୍ଗାରୁଜା କରିଥିଲେ। ତା’ସହିତ ସେମାନେ ଏ ଘଟଣା ନେଇ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି।

ମୃତକଙ୍କ ଭାଇ ଅଜୟ ପ୍ରଧାନ କହିଛନ୍ତି, ଏ ଘଟଣାର ତଦନ୍ତ ହେବା ଦରକାର। କେଉଁ ଇଞ୍ଜେକ୍‌ସନ୍‌ ଦିଆଯାଇଥିଲା ଓ କାହିଁକି ଦିଆଯାଇଥିଲା, ତାହା ସମସ୍ତେ ଜାଣିବା ଦରକାର। ନ ହେଲେ ଆଗକୁ ଅନ୍ୟମାନଙ୍କ ସହିତ ବି ଏମିତି ଘଟିବ।

Related story