ଭସାଣି ଶୋଭାଯାତ୍ରା ବେଳେ ଦୁଇ ସାହି ମୁହାଁମୁହିଁ

କଟକ(ଓଡ଼ିଶା ରିପୋର୍ଟର): କଟକ ଟାଉନ୍‌ରେ ଭସାଣି ଶୋଭାଯାତ୍ରା ବେଳେ ୨ ସାହି ମଧ୍ୟରେ ଗଣ୍ଡଗୋଳ। ଝାଞ୍ଜିରିମଙ୍ଗଳା ଗଡ଼ା ପାଖରେ ଦୁଇ ସାହି ମଧ୍ୟରେ ଢେଲାପଥର ମାଡ଼ ହୋଇଛି। ଘଟଣାସ୍ଥଳରେ ପହଞ୍ଚିଛି କମିଶନରେଟ୍‌ ପୁଲିସ୍‌। ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି। ମାଆ ଦୁର୍ଗାଙ୍କୁ ମେଲାଣି ଦେବା ପାଇଁ ନିର୍ଦ୍ଧାରିତ ସମୟରେ ବାହାରିଥିଲା ଶୋଭାଯାତ୍ରା। ହେଲେ କାହାର ମେଢ ଆଗରେ ଯିବ? ତାକୁ ନେଇ ଭାଗବତପୁର ଓ କୁଶୁମପୁର ସାହିର ମଧ୍ୟରେ ପ୍ରଥମେ ପାଟିତୁଣ୍ଡ ହୋଇଥିଲା। ପରେ […]

Cuttack

  • Published: Thursday, 06 October 2022
  • , Updated: 06 October 2022, 06:55 PM IST

କଟକ(ଓଡ଼ିଶା ରିପୋର୍ଟର): କଟକ ଟାଉନ୍‌ରେ ଭସାଣି ଶୋଭାଯାତ୍ରା ବେଳେ ୨ ସାହି ମଧ୍ୟରେ ଗଣ୍ଡଗୋଳ। ଝାଞ୍ଜିରିମଙ୍ଗଳା ଗଡ଼ା ପାଖରେ ଦୁଇ ସାହି ମଧ୍ୟରେ ଢେଲାପଥର ମାଡ଼ ହୋଇଛି। ଘଟଣାସ୍ଥଳରେ ପହଞ୍ଚିଛି କମିଶନରେଟ୍‌ ପୁଲିସ୍‌। ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି।

ମାଆ ଦୁର୍ଗାଙ୍କୁ ମେଲାଣି ଦେବା ପାଇଁ ନିର୍ଦ୍ଧାରିତ ସମୟରେ ବାହାରିଥିଲା ଶୋଭାଯାତ୍ରା। ହେଲେ କାହାର ମେଢ ଆଗରେ ଯିବ? ତାକୁ ନେଇ ଭାଗବତପୁର ଓ କୁଶୁମପୁର ସାହିର ମଧ୍ୟରେ ପ୍ରଥମେ ପାଟିତୁଣ୍ଡ ହୋଇଥିଲା। ପରେ ପାଟିତୁଣ୍ଡ ଉଗ୍ରରୂପ ଧାରଣ କରିଥିଲା। ଉଭୟ ପାର୍ଶ୍ୱରୁ ଢେଲା ପଥର ମାଡ଼ ହୋଇଥିଲା। କହିବାକୁ ଗଲେ କିଛି ସମୟ ପାଇଁ ରଣକ୍ଷେତ୍ର ପାଲଟିଥିଲା ରାସ୍ତା। ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚିଥିଲେ କଟକ ଡିସିପି, ଆସିସିନାଲ୍‌ ଡିସିପି ଓ ଅନ୍ୟାନ୍ୟ ଅଧିକାରୀ। ପ୍ରଥମେ ସାହି ଲୋକଙ୍କୁ ବୁଝାସୁଝା କରିଥିଲେ। ତା’ପରେ ମେଢକୁ ବିସର୍ଜନ ପାଇଁ ନେଇଥିଲେ। ପୁଲିସ୍‌ର କହିବା ଅନୁସାରେ ଗଣ୍ଡଗୋଳରେ ଘଟାଇଥିବା ଲୋକଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ୍‌ କହିଛି। ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ବ୍ୟାପକ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି।

ଆଜି ଥିଲା ମାଆ ଦୁର୍ଗାଙ୍କୁ ଭସାଣି ଉତ୍ସବ। ମାଆଙ୍କ ଏହି ଭସାଣି ଉତ୍ସବ ଦେଖିବା ପାଇଁ ହଜାର ହଜାର ଲୋକଙ୍କ ଭିଡ ଜମିଛି। ବର୍ଷା ସତ୍ତ୍ୱେ ଲୋକେ ଭସାଣି ଉତ୍ସବ ଦେଖିବା ପାଇଁ କଟକ ଆସିଛନ୍ତି। ଏଥିପାଇଁ ବ୍ୟାପକ ସୁରକ୍ଷା ଫୋର୍ସ ମୁତୟନ କରାଯାଇଛି। ଏହା ସତ୍ତ୍ୱେ ଆଜି ଦୁଇ ସାହି ଭିତରେ ଗଣ୍ଡଗୋଳ ହୋଇଥିବା ଜଣାପଡ଼ିଛି।

 

Related story