ଫୋନ୍‌ରେ ରେକର୍ଡ ହୋଇଥିବା ସ୍ୱର ଡି-ବ୍ରଦର ଓ ଲେଡି-ଡନ୍‌ଙ୍କର ତ?

କଟକ (ଓଡ଼ିଶା ରିପୋର୍ଟର): କଟକ ବିଜନ ପାଲ୍‌ ଗୁଳିକାଣ୍ଡ ପାଇଁ ହୋଇଥିଲା ଷଡଯନ୍ତ୍ର। ବିଜେଡି ଲେଡି ଡନ୍‌ ରଞ୍ଜିତା ବିଶ୍ୱାଳଙ୍କ ଜରିଆରେ ସୁଶାନ୍ତ ଧଳସାମନ୍ତ ରଚିଥିଲେ ବ୍ଲୁ ପ୍ରିଣ୍ଟ। ଏହି ସମୟରେ ରଞ୍ଜିତା ଓ ସୁଶାନ୍ତଙ୍କ ମଧ୍ୟରେ ଫୋନ୍‌ରେ ହୋଇଥିବା କଥାବାର୍ତ୍ତା ସ୍ୱରର ହେବ ସାମ୍ପୁଲ ଟେଷ୍ଟ। ଏଥିପାଇଁ କମିଶନରେଟ୍‌ ପୋଲିସ କଟକ ଜେଏମ୍‌ଏଫ୍‌ସିରେ ଆବେଦନ କରିଥିଲେ। ମାମର ଗୁରୁତ୍ୱକୁ ଦେଖି କୋର୍ଟ ଅନୁମତି ଦେଇଛନ୍ତି। ଏହା ଯଦି ସତ୍ୟରେ ପ୍ରମାଣିତ ହୋଇଯାଏ, ତାହାହେଲେ ରଞ୍ଜିତାଙ୍କ ପାଇଁ […]

cuttack-crime

Rakesh Mallick
  • Published: Thursday, 15 March 2018
  • , Updated: 15 March 2018, 07:56 PM IST

କଟକ (ଓଡ଼ିଶା ରିପୋର୍ଟର): କଟକ ବିଜନ ପାଲ୍‌ ଗୁଳିକାଣ୍ଡ ପାଇଁ ହୋଇଥିଲା ଷଡଯନ୍ତ୍ର। ବିଜେଡି ଲେଡି ଡନ୍‌ ରଞ୍ଜିତା ବିଶ୍ୱାଳଙ୍କ ଜରିଆରେ ସୁଶାନ୍ତ ଧଳସାମନ୍ତ ରଚିଥିଲେ ବ୍ଲୁ ପ୍ରିଣ୍ଟ। ଏହି ସମୟରେ ରଞ୍ଜିତା ଓ ସୁଶାନ୍ତଙ୍କ ମଧ୍ୟରେ ଫୋନ୍‌ରେ ହୋଇଥିବା କଥାବାର୍ତ୍ତା ସ୍ୱରର ହେବ ସାମ୍ପୁଲ ଟେଷ୍ଟ। ଏଥିପାଇଁ କମିଶନରେଟ୍‌ ପୋଲିସ କଟକ ଜେଏମ୍‌ଏଫ୍‌ସିରେ ଆବେଦନ କରିଥିଲେ। ମାମର ଗୁରୁତ୍ୱକୁ ଦେଖି କୋର୍ଟ ଅନୁମତି ଦେଇଛନ୍ତି। ଏହା ଯଦି ସତ୍ୟରେ ପ୍ରମାଣିତ ହୋଇଯାଏ, ତାହାହେଲେ ରଞ୍ଜିତାଙ୍କ ପାଇଁ ସମସ୍ୟା ବଢ଼ିପାରେ।

ଦୁର୍ଦ୍ଦାନ୍ତ ଡି-ବ୍ରଦର୍ସଙ୍କ ସହ କ୍ରାଇମ୍ ଲିଙ୍କ୍ ଓ ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗରେ ଗତ ୭ ତାରିଖରେ ଗିରଫ ହୋଇଛନ୍ତି କଟକ ମହାନଗର ନିଗମ(ସିଏମ୍‌ସି) ୭ ନମ୍ବର ଓ୍ୱାର୍ଡର ବିଜେଡି କର୍ପୋରେଟର ରଂଜିତା ବିଶ୍ୱାଳ। ଗିରଫ ପରେ ରଞ୍ଜିତାଙ୍କ ବିରୋଧରେ ପୋଲିସ କରିଥିଲା ବହୁ ଚାଞ୍ଚଲ୍ୟକର ଖୁଲାସା। ଡି- ବ୍ରଦର୍ସଙ୍କ ଟାର୍ଗେଟ୍‌ରେ ଥିବା ୪ ଜଣଙ୍କୁ ହତ୍ୟା ପାଇଁ ସୁପାରୀ କିଲରକୁ ରଞ୍ଜିତା ଦେଇଥିଲେ ୩ଟି ମାଉଜର ଓ ୬୦ ରାଉଣ୍ଡ ଗୁଳି। ଜେଲ୍ ଭିତରେ ଥାଇ ସୁଶାନ୍ତ ଧଳ ସାମନ୍ତ ତିଆରି କରିଥିଲା ମର୍ଡର ପ୍ଲାନ୍। ଯେଉଁଥିରେ ଟାର୍ଗେଟରେ ଥିଲେ ବାଲି ଘାଟ ମାଲିକ ବିଜନ ପାଲଙ୍କ ସହ ୪ ଜଣ। ସେମାନଙ୍କ ମଧ୍ୟରେ ଜଣେ ରାଜନେତା ଓ ଜଣେ ପୋଲିସ ଅଧିକାରୀ ଥିବା ଚର୍ଚ୍ଚା ହେଉଛି। ଆଉ ସେହି ଷଡ଼ଯନ୍ତ୍ରକୁ ପ୍ଲାନ ଆଉଟ୍ କରୁଥିଲେ ରଞ୍ଜିତା।

Related story