କରୋନା ସଂକ୍ରମିତ ଅଞ୍ଚଳରୁ ଆସିଥିବାରୁ ତାତିଲେ ଲୋକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳର କିଛି ଲୋକ ଭୁବନେଶ୍ୱର ଘାଟିକିଆରେ ଆସି ରହିଛନ୍ତି। ସେମାନଙ୍କୁ ନେଇ ଘାଟିକିଆ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଗାଁ ଲୋକେ ସେମାନଙ୍କୁ ଘର ଖାଲି କରନ୍ତୁ ବୋଲି ଦାବି କରିଛନ୍ତି। ସ୍ୱାସ୍ଥ୍ୟ ବିଭାଗ ଟିମ୍ ଗାଁରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛନ୍ତି। ଅଭିଯୋଗ ଅନୁସାରେ, ବାଲେଶ୍ୱର ଭୋଗରାଇ ଅଞ୍ଚଳର କିଛି ଲୋକ  ଲକ୍‌ଡାଉନ ପରେ ଭୁବନେଶ୍ୱରର ଘାଟିକିଆକୁ ଆସିଥିଲେ। ଏହି ଅଞ୍ଚଳରେ ସେମାନେଙ୍କ ଘର ଥିବା ବେଳେ […]

bbsr00

bbsr00

Tapaswini Nayak
  • Published: Thursday, 23 April 2020
  • Updated: 23 April 2020, 02:00 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳର କିଛି ଲୋକ ଭୁବନେଶ୍ୱର ଘାଟିକିଆରେ ଆସି ରହିଛନ୍ତି। ସେମାନଙ୍କୁ ନେଇ ଘାଟିକିଆ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଗାଁ ଲୋକେ ସେମାନଙ୍କୁ ଘର ଖାଲି କରନ୍ତୁ ବୋଲି ଦାବି କରିଛନ୍ତି। ସ୍ୱାସ୍ଥ୍ୟ ବିଭାଗ ଟିମ୍ ଗାଁରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛନ୍ତି।

ଅଭିଯୋଗ ଅନୁସାରେ, ବାଲେଶ୍ୱର ଭୋଗରାଇ ଅଞ୍ଚଳର କିଛି ଲୋକ  ଲକ୍‌ଡାଉନ ପରେ ଭୁବନେଶ୍ୱରର ଘାଟିକିଆକୁ ଆସିଥିଲେ। ଏହି ଅଞ୍ଚଳରେ ସେମାନେଙ୍କ ଘର ଥିବା ବେଳେ ପୂର୍ବରୁ ସେ ଏଠି ରହୁନଥିଲେ। ହେଲେ ଲକ୍‌ଡାଉନ୍ ପରେ କାହିଁକି ଆସିଲେ ସେ ନେଇ ସ୍ଥାନୀୟ  ଲୋକେ ପ୍ରଶ୍ନ ଉଠାଇଛନ୍ତି।

କରୋନା ପ୍ରଭାବିତ ଜିଲ୍ଲାରୁ ଆସିଥିବାରୁ ସଂକ୍ରମଣ ଆଶଙ୍କା କରି ସେମାନଙ୍କୁ ଫେରି ଯିବାକୁ ଅଞ୍ଚଳବାସୀ  ଦାବି କରିଛନ୍ତି। ନଚେତ୍ କ୍ୱାରେଣ୍ଟିନ୍ ସେଣ୍ଟରରେ ରହିବାକୁ କହିଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ବଢ଼ିବା ପରେ ସ୍ୱାସ୍ଥ୍ୟ ବିଭାଗ ଟିମ୍ ପହଞ୍ଚିଛି।

ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି,“ ସେମାନଙ୍କର ଆଜି ନମୂନା ପରୀକ୍ଷା କରାଯିବ। ରିପୋର୍ଟ ନେଗେଟିଭ ଆସିଲେ ବି ସେମାନଙ୍କୁ କ୍ୱାରେଣ୍ଟିନରେ ରଖାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos