‘ପିଠା’ କାର୍ଯ୍ୟକ୍ରମରେ ବିଜେଡି ବିଧାୟକ ହଟହଟା

ବାଲେଶ୍ୱର( ରଶ୍ମିରଞ୍ଜନ ଦାସ): ‘ପିଠା’ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇ ହଟହଟା ହୋଇଛନ୍ତି ଜଣେ ବିଜେଡି ବିଧାୟକ। ଏଥିରେ ଲୋକେ କିଛି ଯୋଜନାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହିତ ବିଧାୟକଙ୍କୁ ବିଭିନ୍ନ ପ୍ରକାର ପ୍ରଶ୍ନ କରିଥିଲେ। ସ୍ଥିତି ଏମିତି ହେଲା ଯେ ଶେଷରେ ବିଧାୟକ ସେ ସ୍ଥାନ ଛାଡ଼ି ଚାଲି ଯାଇଥିଲେ। ଗତକାଲି ଏମିତି ଏକ ଘଟଣା ଘଟିଥିଲା ବାଲେଶ୍ୱର ଜିଲ୍ଲା ସଦର ବ୍ଲକ୍‌ ଅନ୍ତର୍ଗତ ଚକସାର୍ଥ ପଞ୍ଚାୟତ କାର୍ଯ୍ୟାଳୟରେ। ଏଠାରେ ଆୟୋଜିତ ‘ପିଠା’ କାର୍ଯ୍ୟକ୍ରମରେ […]

bjdmla

Jitendra Garnayak
  • Published: Saturday, 19 January 2019
  • , Updated: 19 January 2019, 09:33 AM IST

ବାଲେଶ୍ୱର( ରଶ୍ମିରଞ୍ଜନ ଦାସ): ‘ପିଠା’ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇ ହଟହଟା ହୋଇଛନ୍ତି ଜଣେ ବିଜେଡି ବିଧାୟକ। ଏଥିରେ ଲୋକେ କିଛି ଯୋଜନାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହିତ ବିଧାୟକଙ୍କୁ ବିଭିନ୍ନ ପ୍ରକାର ପ୍ରଶ୍ନ କରିଥିଲେ। ସ୍ଥିତି ଏମିତି ହେଲା ଯେ ଶେଷରେ ବିଧାୟକ ସେ ସ୍ଥାନ ଛାଡ଼ି ଚାଲି ଯାଇଥିଲେ।

ଗତକାଲି ଏମିତି ଏକ ଘଟଣା ଘଟିଥିଲା ବାଲେଶ୍ୱର ଜିଲ୍ଲା ସଦର ବ୍ଲକ୍‌ ଅନ୍ତର୍ଗତ ଚକସାର୍ଥ ପଞ୍ଚାୟତ କାର୍ଯ୍ୟାଳୟରେ। ଏଠାରେ ଆୟୋଜିତ ‘ପିଠା’ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ଜୀବନ ପ୍ରଦୀପ ଦାଶ ଯୋଗ ଦେଇଥିଲେ। ସେ ଏହି କାର୍ଯ୍ୟକ୍ରମରେ ହିତାଧିକାରୀମାନଙ୍କୁ ଚଷମା ବାଣ୍ଟି ଥିଲେ। ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ପିଠା ବୁଲି ଦେଖିଥିଲେ। ତେବେ ଏଲ୍‌ଇଡି ବଲ୍‌ବ ବାଣ୍ଟିବା ବେଳେ ଜନ ଅସନ୍ତୋଷ ଦେଖାଯାଇଥିଲା। ଉପସ୍ଥିତ ସମସ୍ତ ଲୋକେ ଏଲ୍‌ଇଡି ବଲ୍‌ବ ନେବାକୁ ଚାହିଁଥିଲେ। ଏଥିପାଇଁ ଏକ ଅପ୍ରୀତିକର ସ୍ଥିତି ସୃଷ୍ଟି ହୋଇଥିଲା।

[caption id="attachment_327249" align="aligncenter" width="750"] ବିଧାୟକ ଜୀବନ ପ୍ରଦୀପ ଦାଶ[/caption]

ଏହି ସମୟରେ ଉପସ୍ଥିତ ଲୋକେ ବିଧାୟକଙ୍କୁ ବିଭିନ୍ନ ପ୍ରକାର ପ୍ରଶ୍ନ କରି ଘେରିବାକୁ ଚେଷ୍ଟା କରିଥିଲେ। କିଛି ଲୋକ ବିପିଏଲ୍‌ ଚାଉଳ ଯୋଜନା କେନ୍ଦ୍ର ସରକାରଙ୍କର ନାଁ ରାଜ୍ୟ ସରକାଙ୍କର ବୋଲି ପ୍ରଶ୍ନ କରିଥିଲେ। ସେହିଭଳି ‘ପିଠା’ କାର୍ଯ୍ୟକ୍ରମ ବିଜେଡିର ଦଳୀୟ କାର୍ଯ୍ୟକ୍ରମ ନାଁ ସରକାରୀ ବୋଲି ପ୍ରଶ୍ନ କରି ହୋହାଲ୍ଲା କରିଥିଲେ। ତେଣୁ ବିଧାୟକ ସେହି ସ୍ଥାନ ଛାଡ଼ି ପଳାଇ ଯାଇଥିଲେ।

ଘଟଣା ସଂପର୍କରେ ବିଧାୟକ ଜୀବନ ପ୍ରଦୀପ ଦାଶ କହିଛନ୍ତି,ସବୁ ଠିକ୍‌ଠାକ୍ ଚାଲିଥିଲା। ୪୧ଟି ଗ୍ରୁପ୍‌କୁ ସିଡ୍ ମନି ଦିଆଗଲା। ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କୁ ସାର୍ଟିଫିକେଟ୍ ବାଣ୍ଟାଗଲା। ମହିଳା ତିଆରି କରିଥିବା ପିଠା ବୁଲି ଦେଖିଲୁ। ହିତାଧିକାରୀଙ୍କୁ ଚଷମା ବଣ୍ଟାଗଲା। ତେବେ ଏଲ୍‌ଇଡି ବଲ୍‌ବ ବାଣ୍ଟିବା ବେଳେ ଲୋକେ ଅସନ୍ତୋଷ ଜାହିର କରିଥିଲେ।

ସେ କହିଛନ୍ତି, ଏଲ୍‌ଇଡି ବଲ୍‌ବ ବାଣ୍ଟିବା ପାଇଁ କିଛି ହିତାଧିକାରୀଙ୍କୁ ଚୟନ କରାଯାଇଥିଲା। ତେବେ ଉପସ୍ଥିତ ଲୋକେ କହିଥିଲେ ଯେ ୧୦/୨୦ ଜଣ ଲୋକଙ୍କୁ କାହିଁକି ଦିଆଯିବ? ସମସ୍ତଙ୍କୁ ଏଲ୍‌ଇଡି ବଲ୍‌ବ ଦେବାକୁ ସେମାନେ ଦାବି କରିଥିଲେ। ପ୍ରତ୍ୟେକ ପିଠା କାର୍ଯ୍ୟକ୍ରମରେ ୧୦୦ ଜଣଙ୍କୁ ଏଲ୍‌ଇଡି ବଲ୍‌ବ ଦିଆଯିବାକୁ ବ୍ୟବସ୍ଥା ହୋଇଛି। ତେବେ ସେଠାରେ ୩୦୦୦ ପାଖାପାଖି ଲୋକ ଥିଲେ। ତେଣୁ ଲୋକଙ୍କୁ ନିୟନ୍ତ୍ରଣ କରିବା ସମ୍ଭବ ନଥିଲା। ତେଣୁ ମୁଁ କହିଲି ଆଜି ଶୁଭାରମ୍ଭ କରାଗଲା। ଏହା ପରେ କଣ୍ଟ୍ରୋଲ୍ ଡିଲରମାନଙ୍କଠାରେ ଏହି ବଲ୍‌ବ ଯୋଗାଇ ଦିଆଯିବ। ଏତିକି ହିଁ କଥା ହୋଇଛି।

Related story