ଗୋଡାଇ ଗୋଡ଼ାଇ ଯୁବକଙ୍କୁ ହାଣିଲେ

<p>ଓଡ଼ିଶା (ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ଆଠଗଡ଼ ଗୁରୁଡ଼ିଝାଟିଆ ସସାଙ୍ଗ ଗାଁରେ ଜଣେ ଯୁବକଙ୍କୁ ଗୋଡାଇ ଗୋଡ଼ାଇ ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ହାଣିଥିବା ଅଭିଯୋଗ ହୋଇଛି। ଆକ୍ରମଣର ଶିକାର ହୋଇଥିବା ଯୁବକଙ୍କ ନାଁ ଶିବରାମ ରାଉତ। ଆଜି ସକାଳୁ ସେ ଘରୁ ଯିବାବେଳେ ଏହି ଆକ୍ରମଣ ହୋଇଛି। ଆକ୍ରମଣରେ ତାଙ୍କର ହାତ ଏବଂ ମୁଣ୍ଡରେ ଆଘାତ ଲାଗିଛି। ଆକ୍ରମଣର କାରଣ କ&rsquo;ଣ, ସେନେଇ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନ ଥିବା ବେଳେ ଗତ ପଞ୍ଚାୟତ ନିର୍ବାଚନର ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି। ଆକ୍ରମଣରେ ୪ ଜଣଙ୍କ ସଂପୃକ୍ତି ଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ଗାଁରେ ଉତ୍ତେଜନା ଦେଖାଦେଇଛି। ଗାଁରେ ପୋଲିସ ଫୋର୍ସ ପହଞ୍ଚି ସ୍ଥିତି ଉପରେ ନଜର ରଖିଛି।</p>

Ordigital Desk
  • Published: Monday, 19 February 2018
  • Updated: 19 February 2018, 02:26 PM IST
<p>ଓଡ଼ିଶା (ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ଆଠଗଡ଼ ଗୁରୁଡ଼ିଝାଟିଆ ସସାଙ୍ଗ ଗାଁରେ ଜଣେ ଯୁବକଙ୍କୁ ଗୋଡାଇ ଗୋଡ଼ାଇ ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ହାଣିଥିବା ଅଭିଯୋଗ ହୋଇଛି। ଆକ୍ରମଣର ଶିକାର ହୋଇଥିବା ଯୁବକଙ୍କ ନାଁ ଶିବରାମ ରାଉତ। ଆଜି ସକାଳୁ ସେ ଘରୁ ଯିବାବେଳେ ଏହି ଆକ୍ରମଣ ହୋଇଛି। ଆକ୍ରମଣରେ ତାଙ୍କର ହାତ ଏବଂ ମୁଣ୍ଡରେ ଆଘାତ ଲାଗିଛି। ଆକ୍ରମଣର କାରଣ କ&rsquo;ଣ, ସେନେଇ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନ ଥିବା ବେଳେ ଗତ ପଞ୍ଚାୟତ ନିର୍ବାଚନର ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି। ଆକ୍ରମଣରେ ୪ ଜଣଙ୍କ ସଂପୃକ୍ତି ଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ଗାଁରେ ଉତ୍ତେଜନା ଦେଖାଦେଇଛି। ଗାଁରେ ପୋଲିସ ଫୋର୍ସ ପହଞ୍ଚି ସ୍ଥିତି ଉପରେ ନଜର ରଖିଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos