ମୃତ ବାଛୁରୀ ପୋଡ଼ିକୁ ନେଇ ସ୍କୁଲରେ ଉତ୍ତେଜନା, ୩ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ ମୁତୟନ

ବାରିପଦା(ମାଣିକଲାଲ ପାଣି): ସ୍କୁଲ ପରିସରରେ ମୃତ ବାଛୁରୀକୁ ପୋଡ଼ି ଦେଲେ। ଆଜି ଏପରି ଅଭିଯୋଗ ମୟୂରଭଞ୍ଜ ଜିଲ୍ଲାରୁ ଆସିଛି। ଏହି ଖବର ପ୍ରଚାରିତ ହେବା ପରେ ଉତ୍ତେଜନା ପ୍ରକାଶ ପାଇଛି। ସୁରକ୍ଷା ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ୩ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି। ବାରିପଦା ସହର ଉପକଣ୍ଠ ପୋଡ଼ା ଅସ୍ତିଆ ଛକ ନିକଟରେ ରହିଛି ସରକାରୀ ୟୁପି ସ୍କୁଲ। ଏହି ସ୍କୁଲ ପାଚେରୀକୁ ଲାଗି ରହୁଛନ୍ତି ଗୋଟିଏ ପରିବାର। ଆଜି ସଂପୃକ୍ତ ପରିବାରରେ ଗୋଟିଏ […]

Baripada

  • Published: Tuesday, 18 October 2022
  • , Updated: 18 October 2022, 06:28 PM IST

ବାରିପଦା(ମାଣିକଲାଲ ପାଣି): ସ୍କୁଲ ପରିସରରେ ମୃତ ବାଛୁରୀକୁ ପୋଡ଼ି ଦେଲେ। ଆଜି ଏପରି ଅଭିଯୋଗ ମୟୂରଭଞ୍ଜ ଜିଲ୍ଲାରୁ ଆସିଛି। ଏହି ଖବର ପ୍ରଚାରିତ ହେବା ପରେ ଉତ୍ତେଜନା ପ୍ରକାଶ ପାଇଛି। ସୁରକ୍ଷା ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ୩ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି।

ବାରିପଦା ସହର ଉପକଣ୍ଠ ପୋଡ଼ା ଅସ୍ତିଆ ଛକ ନିକଟରେ ରହିଛି ସରକାରୀ ୟୁପି ସ୍କୁଲ। ଏହି ସ୍କୁଲ ପାଚେରୀକୁ ଲାଗି ରହୁଛନ୍ତି ଗୋଟିଏ ପରିବାର। ଆଜି ସଂପୃକ୍ତ ପରିବାରରେ ଗୋଟିଏ ବାଛୁରୀ ମରିଯାଇଥିଲା। ହେଲେ ସମ୍ପୃକ୍ତ ପରିବାର ଲୋକେ ବାଛୁରୀକୁ ପୋତିଦେବା ପରିବର୍ତ୍ତେ ସ୍କୁଲ ପରିସରରେ ପୋଡ଼ି ଦେଇଥିଲେ। ସ୍କୁଲ ଚାଲିଥିବା ବେଳେ ଏପରି ଘଟଣା ଘଟିଛି। ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ସ୍କୁଲ ପାଖରେ ଶହଶହ ଲୋକଙ୍କ ଭିଡ଼ ଜମିଥିଲା। ପରେ ସ୍ଥାନୀୟ ଲୋକେ ସେହି ପରିବାରକୁ ସ୍କୁଲ୍‌ ପରିସରକୁ ଡାକିଥିଲେ।

ଡାକରା ପାଇ ସମ୍ପୃକ୍ତ ପରିବାରର ଜଣେ ବୟସ୍କ ବ୍ୟକ୍ତି ସ୍କୁଲ୍‌ରେ ପହଞ୍ଚିଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରବର୍ତ୍ତୀ ସମୟରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା। ଉତ୍ତ୍ୟକ୍ତ ଲୋକମାନେ ସଂପୃକ୍ତ ବ୍ୟକ୍ତି ଓ ତାଙ୍କ ପୁଅକୁ ମାଡ଼ ମାରିଥିଲେ। ଭୁଲ ମାଗିବାକୁ କହିଥିଲେ। ବ୍ୟକ୍ତି ଜଣକ ପୋଡ଼ି ଯାଇଥିବା ବାଛୁରୀକୁ ଧରି ଭୁଲ ମାଗିଥିଲେ ବି ଉତ୍ତେଜନା ଥମି ନଥିଲା।

ଅନ୍ୟପକ୍ଷରେ ସ୍ଥାନୀୟ ଲୋକେ ଉଦଳା-ବାରିପଦା ରାସ୍ତାକୁ ଅବରୋଧ କରିଥିଲେ। ଖବର ପାଇ ପୁଲିସ ପହଞ୍ଚି ବୃଦ୍ଧଙ୍କୁ ଘଟଣା ସ୍ଥଳରୁ ଉଠାଇ ଆଣିଥିଲେ। ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଘଟଣା ସ୍ଥଳରେ ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ସେନା ଓ ଗୋ’ ସୁରକ୍ଷା କମିଟି ପହଁଞ୍ଚି ନାରାବାଜି କରିଥିଲେ। ସୁରକ୍ଷା ଦୃଷ୍ଟିରୁ ପୋଡା ଅସ୍ତିଆ ଛକ ଅଞ୍ଚଳରେ ତିନି ପ୍ଲାଟୁନ୍‌ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି।

Related story