ସାଂସଦ ସଙ୍ଗୀତା ସିଂହଦେଓ-ବିଜେଡି ନେତା ଲଳିତା ନାୟକଙ୍କ ଗୋଷ୍ଟୀ ମୁହାମୁହିଁ

ବଲାଙ୍ଗିର(ଓଡ଼ିଶା ରିପୋର୍ଟର)କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବନ୍ୟା ସମୀକ୍ଷା ବୈଠକ ପରେ ମୁହାଁମୁହିଁ ପରିସ୍ଥିତି । ବଲାଙ୍ଗିର ସାଂସଦ ସଙ୍ଗୀତା ସିଂହଦେଓ ଏବଂ ବିଜେଡି ନେତା ଲଳିତା ନାୟକଙ୍କ ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି।  ସ୍ଥିତି ଏପରି ହେଲା କି କିଛି ସମୟ ପାଇଁ ଦୁଇ ଗୋଷ୍ଠୀ ମଧ୍ୟରେ ଧସ୍ତାଧସ୍ତି ମଧ୍ୟ ହୋଇଛି । ଆଜି ବନ୍ୟା କ୍ଷତିଗସ୍ତ ଅଞ୍ଚଳ ବୁଲି ଦେଖିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବଲାଙ୍ଗିର ସାଂସଦ ସଙ୍ଗୀତା ସିଂହଦେଓ […]

babu

babu

Tapas Behera
  • Published: Saturday, 17 August 2019
  • Updated: 17 August 2019, 03:42 PM IST

ବଲାଙ୍ଗିର(ଓଡ଼ିଶା ରିପୋର୍ଟର)କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବନ୍ୟା ସମୀକ୍ଷା ବୈଠକ ପରେ ମୁହାଁମୁହିଁ ପରିସ୍ଥିତି । ବଲାଙ୍ଗିର ସାଂସଦ ସଙ୍ଗୀତା ସିଂହଦେଓ ଏବଂ ବିଜେଡି ନେତା ଲଳିତା ନାୟକଙ୍କ ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି।  ସ୍ଥିତି ଏପରି ହେଲା କି କିଛି ସମୟ ପାଇଁ ଦୁଇ ଗୋଷ୍ଠୀ ମଧ୍ୟରେ ଧସ୍ତାଧସ୍ତି ମଧ୍ୟ ହୋଇଛି ।

ଆଜି ବନ୍ୟା କ୍ଷତିଗସ୍ତ ଅଞ୍ଚଳ ବୁଲି ଦେଖିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବଲାଙ୍ଗିର ସାଂସଦ ସଙ୍ଗୀତା ସିଂହଦେଓ । ଏହାପରେ ଏକ ସମୀକ୍ଷା ବୈଠକ ପରେ ଏପରି ତୁମୁଳକାଣ୍ଡ ଘଟିଛି। ବଲାଙ୍ଗିରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିବାକୁ ଦିଲ୍ଲୀ ଯାଇଥିଲେ ଲଳିତ। ତେବେ ଏହି ସମୟରେ ସଙ୍ଗୀତା ତାଙ୍କୁ କେନ୍ଦ୍ର ମନ୍ତ୍ରୀଙ୍କ ସହ ସାକ୍ଷାତ କରିବାରେ ବାଧା ଉପୁଜାଇଥିବା ଅଭିଯୋଗ ହୋଇଛି।

ଯାହାକୁ କେନ୍ଦ୍ର କରି ଆଜି ଲଲିତ ନାୟକଙ୍କ ସମର୍ଥକ ବିରୋଧ ପ୍ରଦର୍ଶନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos