ଆମ ସାରଙ୍କୁ ମାରିଦେଲେ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲଢୁଆ ଶ୍ରମିକ ନେତା ସି.ପି.ଆଇ(ଏମ୍ ଏଲ୍)ରେଡଷ୍ଟାରର ରାଜ୍ୟ ସମ୍ପାଦକ ତଥା ସର୍ବଭାରତୀୟ ନେତା ଶିବରାମ ଗତକାଲି ଭୁବନେଶ୍ୱରର ଏକ ଘରୋଇ କୋଭିଡ୍‌ ହସପିଟାଲରେ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି ।  ଚିକିତ୍ସାରେ ଅବହେଳା ଅଭିଯୋଗ ଆଣି ଶିବରାମଙ୍କ ସମର୍ଥକମାନେ ହସପିଟାଲ ସମ୍ମୁଖରେ ହୋହଲ୍ଲା ପାଟିତୁଣ୍ଡ କରିଛନ୍ତି।  ଏମିତିକି ରୋଗୀଙ୍କ ଅବସ୍ଥା କେମିତି ରହୁଛି , କିପରି ଚିକିତ୍ସା କରାଯାଉଛି ସେ ବିଷୟରେ ମଧ୍ୟ ତଥ୍ୟ ଦିଆଯାଉ ନାହିଁ। ଏମିତି କି କଣ୍ଟ୍ରୋଲ ରୁମକୁ ଫୋନ୍‌ […]

iom

Tapas Behera
  • Published: Saturday, 29 May 2021
  • , Updated: 29 May 2021, 05:27 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲଢୁଆ ଶ୍ରମିକ ନେତା ସି.ପି.ଆଇ(ଏମ୍ ଏଲ୍)ରେଡଷ୍ଟାରର ରାଜ୍ୟ ସମ୍ପାଦକ ତଥା ସର୍ବଭାରତୀୟ ନେତା ଶିବରାମ ଗତକାଲି ଭୁବନେଶ୍ୱରର ଏକ ଘରୋଇ କୋଭିଡ୍‌ ହସପିଟାଲରେ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି ।  ଚିକିତ୍ସାରେ ଅବହେଳା ଅଭିଯୋଗ ଆଣି ଶିବରାମଙ୍କ ସମର୍ଥକମାନେ ହସପିଟାଲ ସମ୍ମୁଖରେ ହୋହଲ୍ଲା ପାଟିତୁଣ୍ଡ କରିଛନ୍ତି।  ଏମିତିକି ରୋଗୀଙ୍କ ଅବସ୍ଥା କେମିତି ରହୁଛି , କିପରି ଚିକିତ୍ସା କରାଯାଉଛି ସେ ବିଷୟରେ ମଧ୍ୟ ତଥ୍ୟ ଦିଆଯାଉ ନାହିଁ।

ଏମିତି କି କଣ୍ଟ୍ରୋଲ ରୁମକୁ ଫୋନ୍‌ କଲେ ମଧ୍ୟ କୌଣସି ଉତ୍ତର ମିଳୁ ନାହିଁ। ସେହିପରି ମେଡିକାଲ ଆସି ପଚାରିଲେ କୌଣସି ସଠିକ ଉତ୍ତର ପ୍ରଦାନ କରୁନାହାନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ । ଏହାକୁ ନେଇ ଶିବରାମଙ୍କ ସମର୍ଥକମାନେ ଆସି କୋଭିଡ ହସପିଟାଲ ଆଗରେ ଧାରଣାରେ ବସିଥିଲେ।  ଶିବରାମ ଗତ କିଛି ଦିନ ହେବ କରୋନାରେ ସଂକ୍ରମିତ ହୋଇ କିମସ୍‌ କୋଭିଡ୍‌ ହସପିଟାଲରେ ଚିକିତ୍ସିତ ହେଉଥିଲେ। ୨୮ ତାରିଖରେ ତାଙ୍କର ମ୍ୟତ୍ୟୁ ଘଟିଥିବା ଏକ ମେସେଜ୍‌ ଦିଆଯାଥିଲା।

https://youtu.be/tz08ezifGs0

ମେସେଜ ଦିଆଯାଇଥିବା ନମ୍ବରରେ ଫୋନ୍ କରିବାରୁ କୌଣସି ଉତ୍ତର ମିଳିଲା ନାହିଁ। ତାଙ୍କର ଶତାଧିକ ସମର୍ଥକ ଓ ଘର ଲୋକ ଆସି ଯେତେବେଳେ ଶିବରାମଙ୍କ ସମ୍ପର୍କରେ ଜାଣିବାକୁ ଚାହିଁଲେ କେହି କିଛି କହିଲେ ନାହିଁ। ପରେ ସମର୍ଥକମମାନେ କଣ୍ଟ୍ରୋଲ ରୁମ ସମ୍ମୁଖରେ ପାଟିତୁଣ୍ଡ କରିଥିଲେ। ପରେ ହସପିଟାଲକୁ ପଶିବାକୁ ଉଦ୍ୟମ କରିଥିଲେ। ସେମାନଙ୍କ ଅଭିଯୋଗ ଅନୁଯାୟୀ ସାରଙ୍କ ପାଇଁ ଉପରୁ ପ୍ରେସର ପଡ଼ିଛି। ତାଙ୍କୁ ଜାଣିଶୁଣି ପଏଜନ ଇଞ୍ଜେକ୍ସନ ଦିଆଯାଇ ମାରି ଦିଆଯାଇଛି। ସେହିପରି ସମର୍ଥକମାନେ ଅଭିଯୋଗ କରିଛନ୍ତି ଯେ, କୋଭିଡ୍ ରୋଗୀଙ୍କ ସମ୍ପର୍କୀୟଙ୍କୁ ଆଟେଣ୍ଟାଣ୍ଟ ଭାବେ ରହିବାକୁ ବ୍ୟବସ୍ଥା କରାଯାଉ। ଏମିତି ଅନେକ କୋଭିଡ ରୋଗୀଙ୍କ ସହ କଣ ଘଟୁଛି ତାହା ଜାଣି ହେଉ ନାହିଁ। ତଥ୍ୟ ଦିଆଯାଉ ନଥିବାରୁ ରୋଗୀଙ୍କ ସମ୍ପର୍କୀୟଙ୍କୁ ଅନ୍ଧାରରେ ରଖାଯାଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି।

Related story