ଚିକିତ୍ସା ଅବହେଳାରୁ ଚାଲିଗଲା ଯୁବକଙ୍କ ଜୀବନ, ଉତ୍ତେଜନା

କୋଣାର୍କ(ଓଡ଼ିଶା ରିପୋର୍ଟର):ଗତକାଲି ଅପରାହ୍ନରେ ଅସ୍ତରଙ୍ଗ ଥାନା ଅନ୍ତର୍ଗତ ଝାଡ଼ାଲିଙ୍ଗଗ୍ରାମର ଜଣେ ଯୁବକ ରାସ୍ତା ଦୁର୍ଘଟଣାର ଶିକାର ହୋଇ ଗୁରୁତର ଅବସ୍ଥାରେ ଅସ୍ତରଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହେବା ପରେ ସେଠାରୁ ଡାକ୍ତର ତାଙ୍କୁ ନିକଟସ୍ଥ ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରିଥିଲେ।  ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅସ୍ତରଙ୍ଗ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାରେ ଅବହେଳା ଅଭିଯୋଗରେ ତାଙ୍କ ଗାଁ ଲୋକେ ଡାକ୍ତର ଚାମ୍ବର ଭଙ୍ଗାରୁଜା କରିବା ଘଟଣାରେ ପୁଲିସ ଗତକାଲି ବିଳମ୍ବିତ […]

9nm

Tapas Behera
  • Published: Sunday, 25 October 2020
  • , Updated: 25 October 2020, 04:23 PM IST

କୋଣାର୍କ(ଓଡ଼ିଶା ରିପୋର୍ଟର):ଗତକାଲି ଅପରାହ୍ନରେ ଅସ୍ତରଙ୍ଗ ଥାନା ଅନ୍ତର୍ଗତ ଝାଡ଼ାଲିଙ୍ଗଗ୍ରାମର ଜଣେ ଯୁବକ ରାସ୍ତା ଦୁର୍ଘଟଣାର ଶିକାର ହୋଇ ଗୁରୁତର ଅବସ୍ଥାରେ ଅସ୍ତରଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହେବା ପରେ ସେଠାରୁ ଡାକ୍ତର ତାଙ୍କୁ ନିକଟସ୍ଥ ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରିଥିଲେ।  ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅସ୍ତରଙ୍ଗ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାରେ ଅବହେଳା ଅଭିଯୋଗରେ ତାଙ୍କ ଗାଁ ଲୋକେ ଡାକ୍ତର ଚାମ୍ବର ଭଙ୍ଗାରୁଜା କରିବା ଘଟଣାରେ ପୁଲିସ ଗତକାଲି ବିଳମ୍ବିତ ରାତ୍ରୀରେ  ଚଢ଼ାଉ କରି ୨୦ଜଣଙ୍କୁ ଅଟକ ରଖିଛି।

ଏହାର ପ୍ରତିବାଦରେ ଝାଡ଼ାଲିଙ୍ଗ ଗ୍ରାମର ମହିଳାମାନେ ଅସ୍ତରଙ୍ଗ ଥାନା ଆଗରେ ଧାରଣା ଦେଇଛନ୍ତି । ଶବ ବ୍ୟବଚ୍ଛେଦ ପାଇଁ ମୃତ ଦେହ ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବାବେଳେ ତାଙ୍କ ପରିବାର ଲୋକଙ୍କୁ ପୁଲିସ ଅଟକ ରଖିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଯୁବକଙ୍କ ନାଁ କେଦାର କାଣ୍ଡି। ସେ ଅସ୍ତରଙ୍ଗ ଷ୍ଟେଟବ୍ୟାଙ୍କ ରେ ଅସ୍ଥାୟୀ କର୍ମଚାରୀ ଭାବେ କାର୍ଯ୍ୟକରୁଥିଲେ । ପୁଲିସ ଧରଣାରତ ମହିଳାମାନଙ୍କୁ ବୁଝା ଶୁଝା କରିଥିଲେ ମଧ୍ୟ ମହିଳା ମାନେ ତାଙ୍କ ଜିଦରେ ଅଟଳ ରହିଛନ୍ତି ।

Related story