ସିଏଏରୁ ଆରମ୍ଭ ହେଲା ନିଆଁ, ଘିଅ ଢାଳିଲା ମୁଢ଼ି! ଦୁଇ ଗୋଷ୍ଠୀ ମୁହାଁମୁହିଁ

ସୁନ୍ଦରଗଡ଼ (ବିଜୟ ବରୁଆ): ଝିମିଟି ଖେଳରୁ ମହାଭାରତ ପରି ନାଗରିକ ସଂଶୋଧନ ଆଇନ୍‌(ସିଏଏ)ରୁ ଆରମ୍ଭ ହୋଇଥିବା ନିଆଁରେ ଆଜି ଘିଅ ଢାଳିଛି ମୁଢ଼ି! ଏହା କହିବାର ଅର୍ଥ ହେଉଛି ଗତକାଲି ସୁନ୍ଦରଗଡ଼ ଟାଉନ୍‌ରେ ସିଏଏ ବିପକ୍ଷରେ ହୋଇଥିବା ଶୋଭାଯାତ୍ରାରେ ବିବାଦୀୟ ମନ୍ତବ୍ୟକୁ ନେଇ ଆରମ୍ଭ ହୋଇଥିଲା ଗଣ୍ଡଗୋଳ। ସେହି ନିଆଁ ଗତକାଲି ରାତି ସାରା କୁହୁଳୁଥିଲା। ଆଉ ଆଜି ମୁଢ଼ି କିଣାକୁ ନେଇ ରିଜେଣ୍ଟ ମାର୍କେଟରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଢେଲା ପଥର ମାଡ଼ରେ […]

sundragarh

sundragarh

Manoranjan Sial
  • Published: Tuesday, 14 January 2020
  • Updated: 15 January 2020, 08:52 AM IST

Sports

Latest News

ସୁନ୍ଦରଗଡ଼ (ବିଜୟ ବରୁଆ): ଝିମିଟି ଖେଳରୁ ମହାଭାରତ ପରି ନାଗରିକ ସଂଶୋଧନ ଆଇନ୍‌(ସିଏଏ)ରୁ ଆରମ୍ଭ ହୋଇଥିବା ନିଆଁରେ ଆଜି ଘିଅ ଢାଳିଛି ମୁଢ଼ି! ଏହା କହିବାର ଅର୍ଥ ହେଉଛି ଗତକାଲି ସୁନ୍ଦରଗଡ଼ ଟାଉନ୍‌ରେ ସିଏଏ ବିପକ୍ଷରେ ହୋଇଥିବା ଶୋଭାଯାତ୍ରାରେ ବିବାଦୀୟ ମନ୍ତବ୍ୟକୁ ନେଇ ଆରମ୍ଭ ହୋଇଥିଲା ଗଣ୍ଡଗୋଳ। ସେହି ନିଆଁ ଗତକାଲି ରାତି ସାରା କୁହୁଳୁଥିଲା। ଆଉ ଆଜି ମୁଢ଼ି କିଣାକୁ ନେଇ ରିଜେଣ୍ଟ ମାର୍କେଟରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଢେଲା ପଥର ମାଡ଼ରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ସେଠାରେ ୪ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯାଇଛି।

ପୂରା ଘଟଣା ଏମିତି। ଟାଉନ୍‌ ଥାନା ସୁଇପର ବସ୍ତିର ଜଣେ ବ୍ୟକ୍ତି ମୁଢ଼ି ଆଣିବା ପାଇଁ ରିଜେଣ୍ଟ ମାର୍କେଟ୍‌କୁ ଯାଇଥିଲେ। ଦୋକାନୀ ଜଣକ ଏକ ଜର୍ଦ୍ଦା ପଲିଥିନ୍‌ରେ ମୁଢ଼ି ଦେଇଥିବାରୁ ଉଭୟଙ୍କ ମୁଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ବ୍ୟକ୍ତି ଜଣକ କିଣିଥିବା ମୁଢ଼ି ଫିଙ୍ଗି ଦେଇ ଘରକୁ ଫେରିଥିଲେ। ଏହା ପରେ ଦୋକାନୀ ଜଣକ ଫୋନ୍‌ କରି ସାହି ଭାଇଙ୍କୁ ଡାକିଥିଲେ। ଦୋକାନୀଙ୍କ ସମର୍ଥକମାନେ ସୁଇପର ବସ୍ତି ଉପରକୁ ଢେଲା ପଥର ମାଡ଼ କରିଥିଲେ। କିଛି ସମୟ ପାଇଁ ରିଜେଣ୍ଟ ମାର୍କେଟ ରଣକ୍ଷେତ୍ରରେ ପରିଣତ ହୋଇଯାଇଥିଲା। ଢେଲା ପଥର ମାଡ଼ରେ ସୁଇପର ବସ୍ତିର ଦୁଇ ଜଣ ଯୁବକ ଆହତ ହୋଇଛନ୍ତି। ଖବର ପାଇ ସୁନ୍ଦରଗଡ଼ ଏସ୍‌ପି ସୌମ୍ୟ ମିଶ୍ରା ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ଏହା ସତ୍ତ୍ୱେ ଉତ୍ତେଜନା ପ୍ରଶମିତ ହୋଇନଥିଲା। ଶେଷରେ ପୁଲିସ ମୃଦୁ ଲାଠି ଚାର୍ଜ କରିବାରୁ ଉତ୍ତ୍ୟକ୍ତ ଲୋକମାନେ ଛତ୍ରଭଙ୍ଗ ଦେଇ ପଳାଇଯାଇଥିଲେ। ସୁରକ୍ଷା ଦୃଷ୍ଟିରୁ ଏବେ ସେଠାରେ ୪ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯାଇଛି।

ଆଜି ଘଟିଥିବା ଗଣ୍ଡଗୋଳର ନିଆଁ ଗତକାଲି ଲାଗିଥିଲା ବୋଲି ଆଲୋଚନା ହେଉଛି। ଗତକାଲି ମଧ୍ୟାହ୍ନରେ ସିଏଏ ଓ ଏନ୍‌ଆରସି ବିପକ୍ଷରେ ସୁନ୍ଦରଗଡ଼ ଟାଉନ୍‌ରେ ଶୋଭାଯାତ୍ରା କରାଯାଇଥିଲା। ଡିଆର୍‌ଡିଏ ଛକ୍‌ରେ କେତେକ କଂଗ୍ରେସ କର୍ମୀ ବିବାଦୀୟ ସ୍ଲୋଗାନ୍‌ ଦେଇଥିଲେ। ଯାହାକୁ ହିନ୍ଦୁ ଏକତା ମଞ୍ଚର ସଦସ୍ୟମାନେ ବିରୋଧ କରିଥିଲେ। ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉଭୟଙ୍କ ମଧ୍ୟରେ ହୋଇଥିବା ଠେଲାପେଲାରେ ଜଣେ କଂଗ୍ରେସ କର୍ମୀ ଆହତ ହୋଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚ ଉଭୟଙ୍କୁ ଘଉଡ଼ାଇ ଦେଇଥିଲା। ସନ୍ଧ୍ୟା ବେଳେ କଂଗ୍ରେସର ଏକ ପ୍ରତିନିଧି ଦଳ ଏସ୍‌ପିଙ୍କୁ ଭେଟି ହିନ୍ଦୁ ଏକତା ମଞ୍ଚର କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ।

ଗତକାଲି ରାତିରେ ୫ରୁ ୬ ଜଣ ଯୁବକ ଭାଗବତ ମନ୍ଦିରରେ ବସିଥିଲେ। ଏହି ସମୟରେ ଜଣେ ଯୁବକ ଆସି ସେମାନଙ୍କୁ କମେଣ୍ଟ ମାରିଥିଲେ। ଏପରିକି ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ। ଏହାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ମନ୍ଦିରରେ ବସିଥିବା ଯୁବକମାନେ ତାକୁ ମାଡ଼ ମାରିବା ପାଇଁ ଗୋଡ଼ାଇଥିଲେ। ମାତ୍ର ସମ୍ପୃକ୍ତ ଯୁବକ ଦୌଡ଼ି ପଳାଇ ଯାଇଥିଲେ। ତେବେ ଅନ୍ଧାର ରାତିରେ ଯୁବକମାନେ ଗାଳି ଦେଇଥିବା ବ୍ୟକ୍ତିଙ୍କ ଘର ଉପରକୁ ଟେକା ପଥର ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଖବର ପାଇ ପୁଲିସ ଗାଁରେ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ବିଳମ୍ୱିତ ରାତି ପର୍ଯ୍ୟନ୍ତ ପୁଲିସ ଗାଁରେ ଡେରା ପକାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story