ଲିଙ୍ଗରାଜ ମାର୍କେଟ କମ୍ପ୍ଲେକ୍ସ ଭଙ୍ଗାକୁ ନେଇ ଉତ୍ତେଜନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ପାଖରେ ଥିବା ଲିଙ୍ଗରାଜ ମାର୍କେଟ କମ୍ପ୍ଲେକ୍ସ ଭଙ୍ଗାକୁ ନେଇ ଅସନ୍ତୋଷ ଦେଖାଦେଇଛି । ବିଏମ୍‌ସିର ଭଙ୍ଗା ଅଭିଯାନକୁ ବ୍ୟବସାୟୀମାନେ ବିରୋଧ କରିଛନ୍ତି । ମାର୍କେଟ କମ୍ପ୍ଲେକ୍ସଟି  ପୁରୁଣା ହୋଇଯାଇଥିବାରୁ ମହାନଗର ନିଗମ ପକ୍ଷରୁ ଏହାକୁ ଅସୁରକ୍ଷିତ ଘୋଷଣା କରାଯାଇଥିଲା । ଏହାପରେ କମ୍ପ୍ଲେକ୍ସକୁ ଭାଙ୍ଗିବା ଲାଗି ନୋଟିସ ଦିଆଯାଇଥିଲା । ପୂର୍ବ ନିଷ୍ପତ୍ତି ଅନୁସାରେ ମହାନଗର ନିଗମ ଓ ବିଡିଏ କର୍ତ୍ତୃପକ୍ଷଙ୍କ ପକ୍ଷରୁ କର୍ମଚାରୀମାନେ ପୁଲିସ୍‌ ଉପସ୍ଥିତିରେ କମ୍ପ୍ଲେକ୍ସକୁ ଭାଙ୍ଗିଛନ୍ତି […]

bbsr-4

bbsr-4

Niharika Rout
  • Published: Friday, 29 November 2019
  • Updated: 29 November 2019, 02:13 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ପାଖରେ ଥିବା ଲିଙ୍ଗରାଜ ମାର୍କେଟ କମ୍ପ୍ଲେକ୍ସ ଭଙ୍ଗାକୁ ନେଇ ଅସନ୍ତୋଷ ଦେଖାଦେଇଛି । ବିଏମ୍‌ସିର ଭଙ୍ଗା ଅଭିଯାନକୁ ବ୍ୟବସାୟୀମାନେ ବିରୋଧ କରିଛନ୍ତି । ମାର୍କେଟ କମ୍ପ୍ଲେକ୍ସଟି  ପୁରୁଣା ହୋଇଯାଇଥିବାରୁ ମହାନଗର ନିଗମ ପକ୍ଷରୁ ଏହାକୁ ଅସୁରକ୍ଷିତ ଘୋଷଣା କରାଯାଇଥିଲା । ଏହାପରେ କମ୍ପ୍ଲେକ୍ସକୁ ଭାଙ୍ଗିବା ଲାଗି ନୋଟିସ ଦିଆଯାଇଥିଲା ।

ପୂର୍ବ ନିଷ୍ପତ୍ତି ଅନୁସାରେ ମହାନଗର ନିଗମ ଓ ବିଡିଏ କର୍ତ୍ତୃପକ୍ଷଙ୍କ ପକ୍ଷରୁ କର୍ମଚାରୀମାନେ ପୁଲିସ୍‌ ଉପସ୍ଥିତିରେ କମ୍ପ୍ଲେକ୍ସକୁ ଭାଙ୍ଗିଛନ୍ତି । କମ୍ପ୍ଲେକ୍ସ ଭାଙ୍ଗା କାର୍ଯ୍ୟରେ ୪ଟା ଜେସିବି ଲାଗିଛି । ତେବେ ମାର୍କେଟ କମ୍ପ୍ଲେକ୍ସ ଭଙ୍ଗାକୁ ନେଇ ବ୍ୟବସାୟୀମାନେ ଅସନ୍ତୋଷ ପ୍ରକାଶ କରିବା ସହ ଆଉ କିଛି ଦିନ ସମୟ ଦେବାକୁ ଦାବି କରିଥିଲେ । ଆଇନଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ଘଟଣାସ୍ଥଳରେ ୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।   

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos