ଜେଜେ ମାଆଙ୍କୁ ଡାକ୍ତରଖାନା ନେବି, ଆମ୍ୱୁଲାନ୍ସ ପଠାଅ: ପ୍ରଧାନମନ୍ତ୍ରୀଙ୍କୁ ଦଶମ ଶ୍ରେଣୀ ଛାତ୍ରର ଚିଠି

ଭୁବନେଶ୍ୱର: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିନତି। ନିଜ ବୁଢ଼ି ଜେଜେମା’ଙ୍କୁ ଡାକ୍ତରଖାନା ନେବା ପାଇଁ ୧୦୮ ଆମ୍ବୁଲାନ୍ସ ପଠାଇବାର ବ୍ୟବସ୍ଥା କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଲେଖି ଚିଠି ଗୁହାରି କରିଛନ୍ତି ଜଣେ ଦଶମ ଶ୍ରେଣୀ ଛାତ୍ର। ମନରେ ବିଶ୍ୱାସ ପ୍ରଧାନମନ୍ତ୍ରୀ ତାଙ୍କ କଥା ଶୁଣିବେ ଓ ନିଶ୍ଚିତ ଆମ୍ୱୁଲାନ୍ସ ପଠାଇବେ।

ମାନନୀୟ ପ୍ରଧାନମନ୍ତ୍ରୀ ମହୋଦୟ, ମୁଁ କେନ୍ଦ୍ରାପଡ଼ା କଳମଡ଼ା ଶାସନ ଗାଁର ୧୦ମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ର ଶୁଭାଶିଷ ମଲ୍ଲିକ। ଅନେକ ଦିନ ହେଲାଣି ମୋର  ୮୦ ବର୍ଷୀୟ ଜେଜେ ମା’ ଶଯ୍ୟାଶାୟୀ। ଡାକ୍ତରଖାନା ନେବାକୁ ଚାହୁଁଛି। କିନ୍ତୁ ଗାଁ ଚାରି ପାଖରେ ନଦୀ ଥିବାରୁ ଡାକ୍ତରଖାନା ନେବା ପାଇଁ ସମ୍ଭବ ହେଉନି। ଦୟାକରି ମୋ’ ଘରକୁ ୧୦୮ ଆମ୍ବୁଲାନ୍ସ ପଠାଇବାର ବ୍ୟବସ୍ଥା କରାନ୍ତୁ। ଆପଣଙ୍କ ଉତ୍ତର ଅପେକ୍ଷାରେ ରହିଲି। ଇତି.... ଆପଣଙ୍କର, ଶୁଭାଶିଷ। ଏମିତି ଢ଼ଙ୍ଗରେ ଶୁଭାଶିଷ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି।

[vc_video link="" align="center"]

କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ବ୍ଲକ କଳମଡ଼ା ଶାସନ, ପଦିନାପାଳ ଓ ଦୈତାରୀପୁର ଗାଁ। ସ୍ୱାଧୀନତାର ୭୦ ବର୍ଷ ପରେ ମଧ୍ୟ ଗାଁକୁ ରାସ୍ତା ଯାଇନି। ୩ ଗାଁର ଲୋକେ ଜଳବନ୍ଦୀ ଜୀବନ ଅତିବାହିତ କରୁଛନ୍ତି। ରାସ୍ତା ନଥିବାରୁ ବର୍ଷ ତମାମ ଲୋକେ ଡ଼ଙ୍ଗାରେ ନଦୀ ପାର ହେଉଛନ୍ତି। ବର୍ଷା ଦିନରେ ଯାତ୍ରା ବିପଦପୂର୍ଣ୍ଣ ହେଲେ ମଧ୍ୟ ଲୋକେ ଜୀବନକୁ ବାଜି ଲଗାଇ ଯାତ୍ରା କରୁଛନ୍ତି। ଅନ୍ୟପକ୍ଷରେ ନଦୀ ଉପରେ ଏକ ପୋଲ କରିବାକୁ ଗାଁ ଲୋକେ ବହୁବାର ପ୍ରଶାସନ ପାଖରେ ଦାବି କରିଛନ୍ତି। ମାତ୍ର ପ୍ରଶାସନ ଏଥିପ୍ରତି ତିଳେମାତ୍ର ନଜର ଦେଉନାହିଁ। ଗାଁ ଲୋକଙ୍କ ଦୟନୀୟ ସ୍ଥିତି ଦେଖି ୨୦୦୬ରେ ମାନବାଧିକାର କମିଶନର ଅନ୍ତୋଷ ବ୍ୟକ୍ତ କରି ତୁରନ୍ତ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଇତି ମଧ୍ୟରେ ୧୦ ବର୍ଷ ବିତି ଗଲାଣି। ହେଲେ ରାଜ୍ୟ ସରକାର ଗାଁ ଲୋକଙ୍କ ସମସ୍ୟା ସମାଧାନ କରିବା ପରିବର୍ତ୍ତେ ଟେଣ୍ଡର ପ୍ରକ୍ରିୟା କରି ଚୁପ ବସିଛନ୍ତି।

Ordigital Desk
• Published: Sunday, 23 July 2017
• Updated: 23 July 2017, 09:51 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos