ବାଲିଗୁଡ଼ା(ଓଡ଼ିଶା ରିପୋର୍ଟର) ସାରା ଦେଶରେ ମହାମାରୀ କରୋନାର ଦ୍ଵିତୀୟ ଲହରୀ ଜାରି ରହିଛି। ଏହି ଅଦୃଶ୍ୟ ଭୂତାଣୁକୁ ନେଇ ସବୁଠି ଭୟ ଓ ଆତଙ୍କ ଲାଗି ରହିଛି । କିନ୍ତୁ ଏହି ଅଦୃଶ୍ୟ ଭୁତାଣୁକୁ ହରାଇ କରୋନାରୁ ମୁକ୍ତି ପାଇଛନ୍ତି ଜଣେ ୮୩ ବର୍ଷୀୟ ବୃଦ୍ଧ। ଆଉ ସେ ହେଉଛନ୍ତି କନ୍ଧମାଳ ଜିଲ୍ଲା ବାଲିଗୁଡା ସହରର ଦୁଇ ନମ୍ବର ୱାର୍ଡର ଶ୍ୟାମଘନ ପଣ୍ଡା ।
କରୋନାକୁ ହରାଇ ନୂଆ ଜୀବନ ପାଇଥିବା ଯୋଗୁ ସ୍ଥାନୀୟ ପ୍ରଶାସନ ସମେତ ତାଙ୍କୁ ଚିକିତ୍ସା କରୁଥିବା ସ୍ୱାସ୍ଥ୍ୟ କର୍ମଚାରୀ ତାଙ୍କୁ ଫୁଲତୋଡା ଦେଇ ସମ୍ବର୍ଦ୍ଧନା ଜଣାଇଛନ୍ତି। ବୃଦ୍ଧ ଜଣକ ଗତ ୮ ତାରିଖରୁ ତାଙ୍କର ସ୍ୱାସ୍ଥ୍ୟ ଖରାପ ଯୋଗୁ ତାଙ୍କର ସ୍ୱାବ ଟେଷ୍ଟ କରିବା ପରେ ସେ କରୋନା ଆକ୍ରାନ୍ତ ବୋଲି ଜଣାପଡିଥିଲା। ଆଉ ତାଙ୍କୁ ତୁରନ୍ତ ସ୍ଥାନୀୟ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା ।
ଆଉ ଏବେ ସେ କରୋନାରୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ଘରକୁ ଫେରିଛନ୍ତି । ଶ୍ୟାମଘନ ପଣ୍ଡା ସୁସ୍ଥ ହୋଇ ଘରକୁ ଫେରିବା ପରେ ବାଲିଗୁଡା ପ୍ରଶାସନ ଓ ପରିବାର ଲୋକେ ଆନନ୍ଦ ପ୍ରକାଶ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ପ୍ଲାଷ୍ଟିକ୍ ବିରୋଧରେ ବଡ଼ ଲଢେଇ; ମାଗଣାରେ ଯୋଗାଇ ଦିଆଯାଉଛି ଷ୍ଟିଲ୍ ପ୍ଲେଟ, ଗ୍ଲାସ୍
ପରିବେଶ ସୁରକ୍ଷା ପାଇଁ ନୂଆପଡା ଜିଲ୍ଲା ଖରିଆର ରୋଡ୍ର ୨୦ ଜଣ ଯୁବକ ଓ ଯୁବତୀ ମିଶି ଗଢ଼ିଛନ୍ତି ‘ପହଲ’ ଅନୁଷ୍ଠାନ। ଏହି ଅନୁଷ୍ଠାନ ପଲିଥିନ୍ ଓ ପ୍ଲାଷ୍ଟିକ ବିରୋଧରେ ଲଢ଼େଇ ଆରମ୍ଭ କରିଛି।
Weather
୩ ଦିନ ପରେ ବଢ଼ିବ ଶୀତ, କଲବଲ କରିବ ଘନ କୁହୁଡ଼ି!
ଶୀତ ପରେ ରାଜ୍ୟବାସୀଙ୍କୁ କୁହୁଡି କଲବଲ କରିବ। ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ସୁନ୍ଦରଗଡ଼, କେନ୍ଦୁଝର, ଢେଙ୍କାନାଳ, ଅନୁଗୋଳ, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ ଓ କୋରାପୁଟ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ଘନ କୁହୁଡି ହେବାର ସମ୍ଭାବନା ରହିଛି।
Accident
ତଳକୁ ଝୁଲି ରହିଥିଲା ୧୧ କେଭି ବିଦ୍ୟୁତ୍ ତାର, ଉଠାଇବା ବେଳେ ୨ ଗୁରୁତର
ବିଲ ଦେଇ ଯାଇଥିବା ୧୧କେଭି ବିଦ୍ୟୁତ୍ ତାର ତଳକୁ ଝୁଲି ରହିଥିଲା । କୌଣସି ଅଘଟଣ ଆଶଙ୍କାରେ ତାହାକୁ ଉପରକୁ ଉଠାଇଥିଲେ ଧାନ କଟା ମେସିନ୍ର ଡ୍ରାଇଭର ଓ ହେଲପର ।
Crime
ବାଇକ୍ରେ ଆସିଲେ, ସୁନା ଚେନ୍ ଝାମ୍ପି ନେଲେ
ବାଇକ୍ରେ ଆସିଲେ। ଆଖି ପିଛୁଳାକେ ସ୍ପଷ୍ଟ ଦିବାଲୋକରେ ଥାନା ସମ୍ମୁଖରୁ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଲେ ।
Crime
ମଦ୍ୟପ ପୁଅର ନିର୍ଯାତନା ଅତିଷ୍ଠ କଲା, ଛୁରୀ ଭୁଷିଦେଲା ବାପା
ମଦ୍ୟପ ପୁଅର ନିର୍ଯାତନା ଅତିଷ୍ଠ କଲା। ଯେଉଁ ପୁଅ ବାପାର ସାହାରା ପାଲଟିବା କଥା, ସେ ମୁଣ୍ଡ ବିନ୍ଧାର କାରଣ ପାଲଟିଲା। ମଦ ନିଶାରେ ଚୁର ପୁଅର ସବୁବେଳେ କଲବଲ କରିବାରୁ ତାକୁ ରାସ୍ତାରୁ ସଫା କରିଦେଲା ବାପା।