କରୋନାକୁ ହରାଇ ନୂଆ ଜୀବନ ପାଇଲେ ୮୩ ବର୍ଷୀୟ ବୃଦ୍ଧ

ବାଲିଗୁଡ଼ା(ଓଡ଼ିଶା ରିପୋର୍ଟର) ସାରା ଦେଶରେ ମହାମାରୀ କରୋନାର ଦ୍ଵିତୀୟ ଲହରୀ ଜାରି ରହିଛି। ଏହି ଅଦୃଶ୍ୟ ଭୂତାଣୁକୁ ନେଇ ସବୁଠି ଭୟ ଓ ଆତଙ୍କ ଲାଗି ରହିଛି । କିନ୍ତୁ ଏହି ଅଦୃଶ୍ୟ ଭୁତାଣୁକୁ ହରାଇ କରୋନାରୁ ମୁକ୍ତି ପାଇଛନ୍ତି ଜଣେ ୮୩ ବର୍ଷୀୟ ବୃଦ୍ଧ। ଆଉ ସେ ହେଉଛନ୍ତି କନ୍ଧମାଳ ଜିଲ୍ଲା ବାଲିଗୁଡା ସହରର ଦୁଇ ନମ୍ବର ୱାର୍ଡର ଶ୍ୟାମଘନ ପଣ୍ଡା । କରୋନାକୁ ହରାଇ ନୂଆ ଜୀବନ ପାଇଥିବା ଯୋଗୁ  ସ୍ଥାନୀୟ ପ୍ରଶାସନ ସମେତ […]

5nn

Tapas Behera
  • Published: Sunday, 16 May 2021
  • , Updated: 16 May 2021, 02:16 PM IST

ବାଲିଗୁଡ଼ା(ଓଡ଼ିଶା ରିପୋର୍ଟର) ସାରା ଦେଶରେ ମହାମାରୀ କରୋନାର ଦ୍ଵିତୀୟ ଲହରୀ ଜାରି ରହିଛି। ଏହି ଅଦୃଶ୍ୟ ଭୂତାଣୁକୁ ନେଇ ସବୁଠି ଭୟ ଓ ଆତଙ୍କ ଲାଗି ରହିଛି । କିନ୍ତୁ ଏହି ଅଦୃଶ୍ୟ ଭୁତାଣୁକୁ ହରାଇ କରୋନାରୁ ମୁକ୍ତି ପାଇଛନ୍ତି ଜଣେ ୮୩ ବର୍ଷୀୟ ବୃଦ୍ଧ। ଆଉ ସେ ହେଉଛନ୍ତି କନ୍ଧମାଳ ଜିଲ୍ଲା ବାଲିଗୁଡା ସହରର ଦୁଇ ନମ୍ବର ୱାର୍ଡର ଶ୍ୟାମଘନ ପଣ୍ଡା ।

କରୋନାକୁ ହରାଇ ନୂଆ ଜୀବନ ପାଇଥିବା ଯୋଗୁ  ସ୍ଥାନୀୟ ପ୍ରଶାସନ ସମେତ ତାଙ୍କୁ ଚିକିତ୍ସା କରୁଥିବା ସ୍ୱାସ୍ଥ୍ୟ କର୍ମଚାରୀ ତାଙ୍କୁ ଫୁଲତୋଡା ଦେଇ ସମ୍ବର୍ଦ୍ଧନା ଜଣାଇଛନ୍ତି। ବୃଦ୍ଧ ଜଣକ ଗତ ୮ ତାରିଖରୁ ତାଙ୍କର ସ୍ୱାସ୍ଥ୍ୟ ଖରାପ ଯୋଗୁ ତାଙ୍କର ସ୍ୱାବ ଟେଷ୍ଟ କରିବା ପରେ ସେ କରୋନା ଆକ୍ରାନ୍ତ ବୋଲି ଜଣାପଡିଥିଲା। ଆଉ ତାଙ୍କୁ ତୁରନ୍ତ ସ୍ଥାନୀୟ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା ।

ଆଉ ଏବେ ସେ କରୋନାରୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ଘରକୁ ଫେରିଛନ୍ତି । ଶ୍ୟାମଘନ ପଣ୍ଡା ସୁସ୍ଥ ହୋଇ ଘରକୁ ଫେରିବା ପରେ ବାଲିଗୁଡା ପ୍ରଶାସନ ଓ ପରିବାର ଲୋକେ ଆନନ୍ଦ ପ୍ରକାଶ କରିଛନ୍ତି।

Related story