୧୩ ଦିନ ପରେ ଉଦ୍ଧାର ହେଲେ ଅପହୃତ ଯୁବତୀ, ବନ୍ଧା ହେଲେ ଯୁବକ

ଯାଜପୁର(ଗୁଲାମ ଗସ୍): ନିଖୋଜର ଦୀର୍ଘ ୧୩ ଦିନ ପରେ ଉଦ୍ଧାର ହେଲେ ଯୁବତୀ । ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳରୁ ଅପୃତହ ହୋଇଥିବା ଯୁବତୀଙ୍କୁ ଗତକାଲି ଜଗତପୁର ଅଞ୍ଚଳରୁ ପୁଲିସ ଉଦ୍ଧାର କରିଛି । ଏଥିସହ ଅପହରଣ କରିଥିବା ଯୁବକ ଅବଦୁଲ ସେହମତ ଖାଁକୁ ପୁଲିସ ଗିରଫ କରିଛି । ଆଜି ସମ୍ପୃକ୍ତ ଯୁବତୀଙ୍କ ଡାକ୍ତରୀମଇନା କରାଯିବା ସହ ମାଜିଷ୍ଟ୍ରେଟଙ୍କ ଆଗରେ ବୟାନ ରକର୍ଡ ହେବ । ସୂଚନା ମୁତାବକ, ଗତ ୫ ତାରିଖରେ ସ୍ଥାନୀୟ ଅଞ୍ଚଳର […]

jajpur-kidnap-case

Madhupriya Mistry
  • Published: Friday, 18 December 2020
  • , Updated: 18 December 2020, 11:41 AM IST

ଯାଜପୁର(ଗୁଲାମ ଗସ୍): ନିଖୋଜର ଦୀର୍ଘ ୧୩ ଦିନ ପରେ ଉଦ୍ଧାର ହେଲେ ଯୁବତୀ । ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳରୁ ଅପୃତହ ହୋଇଥିବା ଯୁବତୀଙ୍କୁ ଗତକାଲି ଜଗତପୁର ଅଞ୍ଚଳରୁ ପୁଲିସ ଉଦ୍ଧାର କରିଛି । ଏଥିସହ ଅପହରଣ କରିଥିବା ଯୁବକ ଅବଦୁଲ ସେହମତ ଖାଁକୁ ପୁଲିସ ଗିରଫ କରିଛି । ଆଜି ସମ୍ପୃକ୍ତ ଯୁବତୀଙ୍କ ଡାକ୍ତରୀମଇନା କରାଯିବା ସହ ମାଜିଷ୍ଟ୍ରେଟଙ୍କ ଆଗରେ ବୟାନ ରକର୍ଡ ହେବ ।

ସୂଚନା ମୁତାବକ, ଗତ ୫ ତାରିଖରେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବତୀ କୌଣସି କାମରେ ବ୍ୟାସନଗର ଯାଉଥିଲେ। ମାତ୍ର ବାଟରୁ ତାଙ୍କୁ ଜଣେ ଯୁବକ ଅପହରଣ କରି ନେଇଥିଲେ । ଅପହରଣକାରୀ ଯୁବକଜଣକ ବଳପୂର୍ବକ ଭାବେ ଯୁବତୀଙ୍କୁ ବିବାହ କରିବାକୁ ଚେଷ୍ଟା କରୁଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା।

ଝିଅ ଘରକୁ ନ ଫେରିବାରୁ ବହୁ ଖୋଜାଖୋଜି ପରେ ଗତ ୬ ତାରିଖରେ ଯୁବତୀଙ୍କ ପ଼ରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। କିଛି ଦିନ ପରେ ଯୁବତୀ ଓ ତାଙ୍କ ମା’ଙ୍କର ଏକ ଅଡିଓ କ୍ଲିପ ଭାଇରାଲ ହେବା ପରେ ସମ୍ପୂର୍ଣ୍ଣ ଘଟଣା ସାମନାକୁ ଆସିଥିଲା। ଏଥିରେ ଯୁବତୀ ଜଣଙ୍କୁ ଅପହରଣ କରାଯାଇଥିବା ନେଇ ଜଣାପଡିଥିଲା । ଅପରପକ୍ଷେ ଅପହୃତା ଯୁବତୀଙ୍କ ବାପାଙ୍କୁ ଧମକ ଦେବା ଅଭିଯୋଗରେ ପୁଲିସ୍‌ ଗତକାଲି ଅପହରଣକାରୀ ଯୁବକଙ୍କ ପିତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

Related story