୩୭ହଜାର ବୁଥରେ ଓଡ଼ିଶାକୁ ଅନୁଦାନର ପ୍ରଚାରପତ୍ର ବାଣ୍ଟିବ ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟଧାରା ଓ ଓଡ଼ିଶାକୁ ମିଳିଥିବା ଅନୁଦାନ ଉଲ୍ଲେଖ ଥିବା ଏକ ପ୍ରଚାରପତ୍ର(ଲିଫଲେଟ)କୁ ବିଜେପି ରାଜ୍ୟର ୩୭ହଜାର ବୁଥରେ ବଣ୍ଟନ କରିବ ବୋଲି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି। ଆଜି ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ପ୍ରଚାରପତ୍ରକୁ ଉନ୍ମୋଚନ କରି ଶ୍ରୀ ମହାନ୍ତି କହିଛନ୍ତି ଯେ,ଦଳର କର୍ମକର୍ତ୍ତାମାନେ ପ୍ରତି ବୁଥରେ ୧୦୦ଟି ପରିବାର ପାଖରେ ଏହି ପ୍ରଚାରପତ୍ର ପହଂଚାଇବା ସହ ଲୋକଙ୍କ ଆର୍ଶବାଦ ଭିକ୍ଷା […]

bjp

Manoranjan Sial
  • Published: Tuesday, 09 June 2020
  • , Updated: 09 June 2020, 09:41 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟଧାରା ଓ ଓଡ଼ିଶାକୁ ମିଳିଥିବା ଅନୁଦାନ ଉଲ୍ଲେଖ ଥିବା ଏକ ପ୍ରଚାରପତ୍ର(ଲିଫଲେଟ)କୁ ବିଜେପି ରାଜ୍ୟର ୩୭ହଜାର ବୁଥରେ ବଣ୍ଟନ କରିବ ବୋଲି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି।

ଆଜି ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ପ୍ରଚାରପତ୍ରକୁ ଉନ୍ମୋଚନ କରି ଶ୍ରୀ ମହାନ୍ତି କହିଛନ୍ତି ଯେ,ଦଳର କର୍ମକର୍ତ୍ତାମାନେ ପ୍ରତି ବୁଥରେ ୧୦୦ଟି ପରିବାର ପାଖରେ ଏହି ପ୍ରଚାରପତ୍ର ପହଂଚାଇବା ସହ ଲୋକଙ୍କ ଆର୍ଶବାଦ ଭିକ୍ଷା କରିବେ। ସେହିପରି କରୋନା ମହାମାରୀ ସମୟରେ ଦଳର ଭର୍ଚୁଆଲ ର‌୍ୟାଲିରେ ପ୍ରାୟ ୩୦ଲକ୍ଷ ଲୋକ ସାମିଲ ହୋଇଥିବାରୁ ଶ୍ରୀ ମହାନ୍ତି ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ଗୃହମନ୍ତ୍ରୀ ଅମିତ୍ ଶାହା ମୋଦି ସରକାରଙ୍କ ବିକାଶର ଗାଥା କହିବା ସହ ଓଡ଼ିଶା ପାଇଁ ମୋଦି ସରକାରଙ୍କ ପ୍ରତିବଦ୍ଧତା ସମ୍ପର୍କରେ ରାଜ୍ୟବାସୀଙ୍କୁ ଅବଗତ କରାଇଥିଲେ। ବିଜେପି ସୋସିଆଲ ମିଡିଆ ପ୍ଲାଟଫର୍ମରେ ୨୯ଲକ୍ଷ ୫୮ହଜାର ୬୩୫ଜଣରୁ ଅଧିକ ଲୋକ ଏହି ଭର୍ଚୁଆଲ ର‌୍ୟାଲି ବା ଜନସମ୍ବାଦ ର‌୍ୟାଲିକୁ ଦେଖିଥିଲେ। ପରେ ସୋସିଆଲ ମିଡିଆ ମାଧ୍ୟମରେ ଏହି ଜନସମ୍ବାଦ ଭିଡିଓ ରାଜ୍ୟର ଏକ କୋଟି ଲୋକଙ୍କ ପାଖରେ ପହଂଚିଛି। ଅମିତ୍ ଶାହଙ୍କ ଭର୍ଚୁଆଲ ରାଲିକୁ ଓଡ଼ିଶାରେ ଅଦ୍ଭୂତପୂର୍ବ ଜନସମର୍ଥନ ମିଳିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଆଜି ଏହି ଅବସରରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ଭୃଗୁ ବକ୍ସିପାତ୍ର, ଲେଖାଶ୍ରୀ ସାମନ୍ତସିଂହାର, ଟଙ୍କଧର ତ୍ରିପାଠୀ ଓ ଗୋଲକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Related story