ଏହି କାରରେ କଟକରୁ ଖସିଯାଇଥିଲା ହାଇଦର

କଟକ(ଓଡ଼ିଶା ରିପୋର୍ଟର): ଫେରାର ବେଳେ ହାଇଦର ବ୍ୟବହାର କରିଥିବା କାରକୁ କଟକ ଆଣିଛି କମିଶନରେଟ ପୁଲିସ । ହାଇଦର ଏହି କାରରେ ଓଡ଼ିଶାରୁ ତେଲେଙ୍ଗାନା ପଳାଇଥିଲା। ହାଇଦରକୁ ତେଲେଙ୍ଗାନା ପୁଲିସ ଗିରଫ କରିବା ପରେ ତାକୁ ବିମାନ ଯୋଗେ ଓଡ଼ିଶା ଅଣାଯାଇଥିଲା । ହେଲେ ହାଇଦର ଯେଉଁ କାରରେ ଫେରାର ହୋଇଥିଲା ତାହା ତେଲେଙ୍ଗାନା ପୁଲିସ ହେଫାଜତରେ ଥିଲା। ଏହି କାରକୁ ଆଜି ମଙ୍ଗଳାବାଗ ଥାନାକୁ ଅଣାଯାଇଛି।  ତେବେ ଏହି କାର ଲିଙ୍କକୁ ନେଇ ପୁଲିସ ଅଧିକ […]

cvb

Tapas Behera
  • Published: Sunday, 18 April 2021
  • , Updated: 18 April 2021, 04:19 PM IST

କଟକ(ଓଡ଼ିଶା ରିପୋର୍ଟର): ଫେରାର ବେଳେ ହାଇଦର ବ୍ୟବହାର କରିଥିବା କାରକୁ କଟକ ଆଣିଛି କମିଶନରେଟ ପୁଲିସ । ହାଇଦର ଏହି କାରରେ ଓଡ଼ିଶାରୁ ତେଲେଙ୍ଗାନା ପଳାଇଥିଲା। ହାଇଦରକୁ ତେଲେଙ୍ଗାନା ପୁଲିସ ଗିରଫ କରିବା ପରେ ତାକୁ ବିମାନ ଯୋଗେ ଓଡ଼ିଶା ଅଣାଯାଇଥିଲା । ହେଲେ ହାଇଦର ଯେଉଁ କାରରେ ଫେରାର ହୋଇଥିଲା ତାହା ତେଲେଙ୍ଗାନା ପୁଲିସ ହେଫାଜତରେ ଥିଲା।

ଏହି କାରକୁ ଆଜି ମଙ୍ଗଳାବାଗ ଥାନାକୁ ଅଣାଯାଇଛି।  ତେବେ ଏହି କାର ଲିଙ୍କକୁ ନେଇ ପୁଲିସ ଅଧିକ ତଦନ୍ତ କରିପାରେ। ତେବେ ଏସ୍‌ସିବିରୁ ହାଇଦର ଫେରାର ହେବା ଘଟଣାରେ ଆଉ ୩ ଜଣ ଗିରଫ ହୋଇଛନ୍ତି। ଜଣେ ଯୁବତୀ ଓ ୨ ଯୁବକଙ୍କୁ ଗିରଫ କରିଛି  ମଙ୍ଗଳାବାଗ ଥାନା ପୁଲିସ। ହାଇଦରକୁ ଫେରାର ହେବାରେ ସହଯୋଗ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରାଯାଇଛି। ଏନେଇ କଟକ ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି। ପୂର୍ବରୁ ହାଇଦର ଫେରାର ଘଟଣାରେ ୬ ଜଣ ପୁଲିସ୍ କର୍ମଚାରୀଙ୍କୁ ସସ୍‌ପେଣ୍ଡ କରାଯାଇଛି।

ଏହି ୬ ଜଣ ଡାକ୍ତରଖାନାରେ ହାଇଦରକୁ ଜଗିବା ଦାୟିତ୍ୱରେ ନିୟୋଜିତ ହୋଇଥିଲେ। ସେହିପରି ହାଇଦରର ଜଣେ ସହଯୋଗୀ ୟାକୁବ ଓରଫ ସଲ୍ଲୁକୁ ଗିରଫ କରାଯାଇଛି।  କଟକ ଚାଉଳିଆଗଞ୍ଜ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲା ୟାକୁବ । ସେ ଏସ୍‌ସିବିରେ ହାଇଦରକୁ ବିରିୟାନୀ ଯୋଗାଇଥିବା ଅଭିଯୋଗ ହୋଇଥିଲା।

ମହାନଦୀବିହାରର ୟାକୁବ ଏକାଧିକ ଥର ହାଇଦରକୁ ଭେଟିଥିଲା । ଏସ୍‌ସିବିରେ ଭେଟି ବିଭିନ୍ନ କାମ ପାଇଁ ସହଯୋଗ ମାଗିଥିବା ସୂଚନା ମିଳିଛି।ଏ ଯାଏଁ ହାଇଧର ଫେରାର ଘଟଣାରେ ମୋଟ ୪ ଜଣଙ୍କୁ ଗିରଫ କରାଗଲାଣି। ସେପଟେ  ଗିରଫ ହାଇଦରକୁ କରୋନା ହେବା ଜଣାପଡ଼ିବା ପରେ ତାକୁ ଚୌଦ୍ୱାର ଜେଲର ଆଇସୋଲେସନ୍ ଓ୍ୱାର୍ଡରେ ରଖାଯାଇଛି । କରୋନାରୁ ସୁସ୍ଥ ହେବା ପରେ ରିମାଣ୍ଡରେ ଆଣିବାକୁ ପୁଣି ଆବେଦନ କରାଯିବ ବୋଲି କହିଛନ୍ତି କଟକ ଡିସିପି ପ୍ରତୀକ ସିଂ।

Related story