ଭଦ୍ରକ(ପାର୍ଥସାରଥୀ ନାୟକ): ଚେନ ଲୁଟିବା ପାଇଁ ଯାଇ ଛେଚା ଖାଇଲେ ଦୁଇ ଲୁଟେରା ଅମୁଲ କୁଲ ପିଇବା ବାହାନାରେ ସୁନା ଚେନ ଝାମ୍ପି ନେଇ ପଳାଉଥିଲେ । କାବୁ କରି ବହେ ଛେଚିଲେ ସ୍ଥାନୀୟ ଲୋକେ । ଶେଷରେ ପୁଲିସକୁ ଜିମା ଦେଇଛନ୍ତି। ଏମିତି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ମେଡିକାଲ ଛକରେ । ସୂଚନାଯୋଗ୍ୟଯେ, ବାଲେଶ୍ଵର ଜିଲ୍ଲା ଖିରକୋଣା ଗ୍ରାମର ନରେନ୍ଦ୍ର ଦାସ ଓ ତାଙ୍କ ସ୍ତ୍ରୀ ଶାସ୍ୱତୀ ଦାସ ଭଦ୍ରକକୁ କୌଣସି କାର୍ଯ୍ୟରେ ଆସିଥିଲେ। ମେଡିକାଲ ଛକରେ ଏକ ଦୋକାନରେ କିଛି ଥଣ୍ଡା ପାନୀୟ ପିଉଥିବା ବେଳେ ଅନ୍ୟ ଜଣେ ଯୁବକ ଆସି ସେହି ଦୋକାନରେ ଥଣ୍ଡା ପିଇଥିଲେ।
ମହିଳା ଜଣକ ବୋତଲ ଫିଙ୍ଗିବା ସମୟରେ ଯୁବକ ଜଣକ ତାଙ୍କ ଵେକରୁ ୨୦ଗ୍ରାମରୁ ଅଧିକ ଓଜନର ସୁନା ହାର ଛଡାଇ ନେଇ ପଳାଉଥିବା ବେଳେ ମହିଳା ଜଣକ ଚିତ୍କାର କରିଥିଲେ । ସ୍ଥାନୀୟ ଲୋକେ ମହିଳାଙ୍କ ଚିତ୍କାର ଶୁଣି ଦୁଇ ଚୋରଙ୍କୁ କାବୁ କରିବା ବେଳେ ଯୁବକ ଜଣକ ମାରଣାସ୍ତ୍ର ଦେଖାଇ ଭୟଭୀତ କରାଇଥିଲେ ।
ତାର ଆଉ ଜଣେ ସାଥୀ ଦୂରରେ ବାଇକରେ ବସିଥିଲା। ଏହା ପରେ ସ୍ଥାନୀୟ ଲୋକେ ଦୁଇ ଜଣଙ୍କୁ କାବୁ କରିନେଇ ବହେ ମାଡ଼ ମାରିଥିଲେ । ଶେଷରେ ଭଦ୍ରକ ଟାଉନ ପୁଲିସ ଦୁଇ ଲୁଟେରାଙ୍କୁ ଉତ୍ୟକ୍ତ ଲୋକକଙ୍କ ନିକଟରୁ ଉଦ୍ଧାର କରି ଅଟକ ରଖିଛି । ତାଙ୍କ ଠାରୁ ଏକ ବାଇକ ଜବତ କରିଛି । ସେହିପରି ମାରଣାସ୍ତ୍ର ଜଵତ କରିବା ସହ ଏକ ବାଇକ ମଧ୍ୟ ଜଵତ କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।