କରୋନା ସଂକ୍ରମଣ ରୋକିବାକୁ ମୁଖ୍ୟମନ୍ତ୍ରୀ ଦେଲେ ୫ଟି ମନ୍ତ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୫ଟି ମନ୍ତ୍ର ଦେଇଛନ୍ତି। କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ଦିଗରେ ଜୁନ୍ ମାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାବେଳେ ଆତ୍ମସଂଯମ ହିଁ ଏକମାତ୍ର ବିକଳ୍ପ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାସହିତ ସରକାରଙ୍କ ଲକଡାଉନ-ସଟଡାଉନ୍ ଥାଉ କି ନଥାଉ ସମସ୍ତେ ଯଦି ‘ସେଲଫ୍ ଲକଡାଉନ୍‌’ରେ ରହିବେ ତା’ହେଲେ କରୋନାକୁ ନିୟନ୍ତ୍ରଣ କରିହେବ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଭିଡିଓ ବାର୍ତ୍ତାରେ କହିଛନ୍ତି। ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, […]

naveen-patnik

Manoranjan Sial
  • Published: Thursday, 04 June 2020
  • , Updated: 04 June 2020, 09:03 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୫ଟି ମନ୍ତ୍ର ଦେଇଛନ୍ତି। କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ଦିଗରେ ଜୁନ୍ ମାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାବେଳେ ଆତ୍ମସଂଯମ ହିଁ ଏକମାତ୍ର ବିକଳ୍ପ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାସହିତ ସରକାରଙ୍କ ଲକଡାଉନ-ସଟଡାଉନ୍ ଥାଉ କି ନଥାଉ ସମସ୍ତେ ଯଦି ‘ସେଲଫ୍ ଲକଡାଉନ୍‌’ରେ ରହିବେ ତା’ହେଲେ କରୋନାକୁ ନିୟନ୍ତ୍ରଣ କରିହେବ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଭିଡିଓ ବାର୍ତ୍ତାରେ କହିଛନ୍ତି।

ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଜୀବନଜୀବିକା ଉଭୟ ଆମପାଇଁ ଗୁରୁତ୍ୱପୂର୍ଣ୍ଣ। ଜୀବିକା ନିମନ୍ତେ ଜୀବନ ପ୍ରତି ଯେଭଳି ବିପଦ ସୃଷ୍ଟି ନହେବ ସେଥିପାଇଁ ୫ଟି ଦିଗ ପ୍ରତି ଯତ୍ନଶୀଳ ହେବାକୁ ପରାମର୍ଶ ଦେଇଛନ୍ତି। ଜୁନ୍ ମାସ ୧୦ତାରିଖରେ ମୌସୁମୀ ଋତୁ ଆରମ୍ଭ ହେଉଥିବାରୁ ଥଣ୍ଡା,କାଶ, ଜ୍ୱର ଆଦି ହେବ। ସେଥିପ୍ରତି ସତର୍କ ରହିବାକୁ ପଡ଼ିବ। ଏବେ ଆମ ରାଜ୍ୟକୁ ପ୍ରାୟ ୫ଲକ୍ଷ ପ୍ରବାସୀ ଶ୍ରମିକ ଫେରିଥିବାରୁ କରୋନା ସଂକ୍ରମଣ ଆଶଙ୍କା ଅଧିକ ବଢ଼ିଯାଇଛି । ତେଣୁ ଜୁନ୍ ମାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ରାତ୍ରିକାଳୀନ କର୍ଫ୍ୟୁ, ଲକଡାଉନ୍ ଓ ସଟଡାଉନ୍ ନିୟମକୁ ପାଳିବା ପାଇଁ ପରାମର୍ଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସାଧାରଣ ଲୋକଙ୍କୁ ୫ଟି ପରାମର୍ଶ ଦେଇଛନ୍ତି।

୧: ଘରେ ରୁହନ୍ତୁ, ଜରୁରୀ କାମ ନଥିଲେ ବାହାରକୁ ଯାଆନ୍ତୁ ନାର୍ହି।
୨: ବାହାରକୁ ଯିବାବେଳେ ମୁହଁରେ ମାସ୍କ ନିଶ୍ଚୟ ପିନ୍ଧନ୍ତୁ। ଏହାଦ୍ୱାରା ୯୦ପ୍ରତିଶତ କରୋନା ସଂକ୍ରମଣ ଆଶଙ୍କା ହ୍ରାସ ପାଇବ।
୩: ହାଟ,ବଜାର,ଅଫିସ ବା ଟ୍ରାଫିକ ସବୁଠାରେ ସାମାଜିକ ଦୂରତ୍ୱ ପାଳନ କରନ୍ତୁ। କରୋନା ପଜେଟିଭ୍ ରୋଗୀ କିଏ ଅଛି ଆମ ପାଖରେ ଅଛି ତାହା ବି ଜାଣିବା ସମ୍ଭବପର ନଥିବାରୁ ସାମାଜିକ ଦୂରତ୍ୱ ପାଳନ କରିବା ଉଚିତ୍‌।
୪: ନିଜ ଲୋକ କେହି କୋଭିଡ୍ ହସ୍ପିଟାଲକୁ ଯାଆନ୍ତୁ ତାହା କେହି ଚାହିଁବେ ନାହିଁ। ତେଣୁ ଘରକୁ ଫେରିବାପରେ ଭଲଭାବେ ୨୦ ସେକେଣ୍ଡ ପର୍ଯ୍ୟନ୍ତ ସାବୁନରେ ହାତ ନିଶ୍ଚୟ ଧୁଅନ୍ତୁ।
୫: ୬୫ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତ,ଗୁରୁତର ରୋଗରେ ପୀଡ଼ିତ ବ୍ୟକ୍ତି, ଗର୍ଭବତୀ ଓ ୧୦ବର୍ଷରୁ କମ୍ ଶିଶୁଙ୍କୁ କେବେବି ବାହାରକୁ ଛାଡ଼ନ୍ତୁ ନାହିଁ ।

ଏହି ୫ଟି ପରାମର୍ଶ ସହ ଜୁନ୍ ମାସରେ ୧୭ଦିନ ଘରେ ରହିଲେ ସଂକ୍ରମଣକୁ ହ୍ରାସ କରିହେବ ବୋଲି କହିଛନ୍ତି । ପ୍ରତି ରାତି ୭ଟାରୁ ଭୋର ୫ଟା ପୁରା ୧୦ଘଣ୍ଟା କର୍ଫ୍ୟୁ । ୩୦ଦିନରେ ୩୦୦ ଘଣ୍ଟା । ତେଣୁ ସଟଡାଉନ୍ ଓ କର୍ଫ୍ୟୁ ମିଶି ଜୁନ୍ ମାସରେ ପୁରା ୧୭ଦିନ ଘରେ ରହିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ଅପିଲ କରିଛନ୍ତି ।

Related story